ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବସ୍ତାରେ ନିବେଦିତା ଇଂଲିଶ ମିଡିୟମ ପ୍ଲେ ସ୍କୁଲ ଉଦଘାଟିତ 

ବସ୍ତାରେ ନିବେଦିତା ଇଂଲିଶ ମିଡିୟମ ପ୍ଲେ ସ୍କୁଲ ଉଦଘାଟିତ 

ବସ୍ତା ୬/୪(ଆପ୍ର): ବସ୍ତା ସଦାନନ୍ଦପୁର ପଞ୍ଚାୟତ ବସ୍ତା ବଜାର ଠାରେ ପ୍ରଥମ ଥର ପାଇଁ ଏକ ସମ୍ପୂର୍ଣ୍ଣ ଇଂରାଜୀ ମାଧ୍ୟମ “ସିଷ୍ଟର ନିବେଦିତା ଇଂଲିଶ ମିଡିୟମ ନର୍ସରୀ ଏଣ୍ଡ ପ୍ଲେ ସ୍କୁଲ” ଉଦଘାଟିତ ହୋଇଯାଇଛି। ବସ୍ତା ବିବେକାନନ୍ଦ ଶିକ୍ଷାକେନ୍ଦ୍ର ପରିସରରେ ଏହି ନବ ଗଠିତ ବିଦ୍ୟାଳୟକୁ ଆଜି ଏକ ଭବ୍ୟ ପରିବେଶରେ ବସ୍ତାର ବିଡିଓ ମିହିର କୁମାର ବେହେରା ଉଦଘାଟନ କରିଥିଲେ। ବିଦ୍ୟାଳୟର ଅଧକ୍ଷ ଶ୍ରୀପତି ଚରଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଦଘାଟନୀ ସଭାରେ ମୁଖ୍ୟ ଅତିଥି ସୁଲଗ୍ନା +୨ ବିଜ୍ଞାନ ମହାବିଦ୍ୟାଳୟ ର ଚେୟାରମେନ ଘନଶ୍ୟାମ ବିଶ୍ୱାଳ ଯୋଗଦେଇ ବସ୍ତା ଭଳି ଏକ ବହୁ ଜନବହୁଳ ସ୍ଥାନରେ ଏଭଳି ଉଦ୍ୟମକୁ ପ୍ରଶଂସା କରିବା ସହ ୨୪ ବର୍ଷ ଧରି ଶିକ୍ଷାର ବିକାଶ କ୍ଷେତ୍ରରେ କାର୍ଯ୍ୟ କରୁଥିବା ପରିଚାଳନା ପରିଷଦ,ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକ ଙ୍କ ସହଯୋଗରେ ଏହା ବାଲେଶ୍ୱର ଜିଲ୍ଲାର ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନରେ ପରିଣତ ହେବ ବୋଲି ମତ ବ୍ୟକ୍ତ କରିଥିଲେ। ଅନୁଷ୍ଠାନର ଉପଦେଷ୍ଟା ଶ୍ୟାମା ପ୍ରସାଦ ବେହେରା ସ୍ଵାମୀ ବିବେକାନନ୍ଦଙ୍କ ପଟ୍ଟଶିଷ୍ୟା ସିଷ୍ଟର ନିବେଦିତା ଉର୍ଫମାର୍ଗାରେଟ ନୋବେଲଙ୍କ ବିଷୟରେ ସୂଚନା ଦେଇଥିଲେ। ମୁଖ୍ୟବକ୍ତା ଇଂରାଜୀ ଅଧ୍ୟାପକ ମୟୁଖ ମଣ୍ଡଳ ଛାତ୍ରଛାତ୍ରୀଙ୍କୁ ଇଂରାଜୀ ପାଠ ର ସରଳୀକରଣ ବ୍ୟାଖ୍ୟାନ ଦେଇଥିଲେ ଓ ଅଭିଭାବକ ମାନଙ୍କ ଦାୟିତ୍ୱ ସମ୍ବନ୍ଧରେ ସତର୍କ କରାଇଥିଲେ।ପୂର୍ବତନ ଏବିଡିଓ ଶଙ୍କର କୁମାର କର, ସମ୍ପାଦକ ରାମଚନ୍ଦ୍ର ଦେବ ପ୍ରମୁଖ ଉଦବୋଧନ ଦେଇଥିଲେ।ଏହି ସମସ୍ତ କାର୍ଯ୍ୟକ୍ରମ ବାୟୁ ସେନାର ଅବସର ପ୍ରାପ୍ତ ଅଧିକାରୀ ତଥା କୋଷାଧ୍ୟକ୍ଷ ପ୍ରଦୀପ କୁମାର ପରିଡ଼ାଙ୍କ ତତ୍ତ୍ୱାବଧାନରେରେ ପରିଚାଳିତ ହୋଇଥିଲା।ଭାଇସ ପ୍ରିନ୍ସିପାଲ ରଞ୍ଜିତା ପାଢୀ ସମସ୍ତ ପ୍ରକାର ସୂଚନା ପ୍ରଦାନ କରିଥିଲେ।

ବିଜୟ କୁମାର ଭୂୟାଁ ଙ୍କ ରିପୋର୍ଟ୍ 

Related posts

ମଧୁବାବୁ ପେନସନର ନୃତନ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ 

Sunil Chandra Nayak

ପରିବା ଦର ଆକାଶ ଛୁଆଁ:ଖାଉଟି ମୁଣ୍ଡରେ ଚଡକ 

ଅଧମୁଣ୍ଡା ର ଯୁବକ ବିଦ୍ୟୁତ୍ ଟ୍ରାନସଫର୍ମର  ରେ ଲାଗି ମୃତ୍ୟୁବରଣ କରିଥିବା ଘଟଣା ରେ ଜାତୀୟ ମାନବାଧିକାର କମିଶନ ଙ୍କ ନୋଟିସ୍ ଜାରୀ

Sunil Chandra Nayak

Leave a Comment

error: Content is protected !!