ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆମ୍ବେଦକର ଜୟନ୍ତୀ ସକାଶେ ପ୍ରସ୍ତୁତି ବୈଠକ

ଆମ୍ବେଦକର ଜୟନ୍ତୀ ସକାଶେ ପ୍ରସ୍ତୁତି ବୈଠକ

  ଅଗ୍ରଣୀ ସାମାଜିକ ସଂଗଠନ ବୌଦ୍ଧ ଜିଲ୍ଲା ପାଣ – ଗଣ୍ଡା ସମାଜ ବିକାଶ ପରିଷଦ ପକ୍ଷରୁ ବୋଧିସତ୍ୱ ବିଶ୍ୱରତ୍ନ ଭାରତୀୟ ସମ୍ବିଧାନ ପ୍ରଣେତା ବାବାସାହେବ ଡ଼ଃ ଭୀମରାଓ ରାମଜୀ ଆମ୍ବେଦକର ଙ୍କ ଜୟନ୍ତୀ ପାଳନ ସକାଶେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପଦ୍ମନପୁର ପଞ୍ଚାୟତ ର ତୁଳସୀପୁର କୋଠଘର ପ୍ରାଙ୍ଗଣରେ ସଙ୍ଗଠନର ସଭାପତି ବସନ୍ତ କୁମାର ଖୁରା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସାଧାରଣ ସମ୍ପାଦକ ସୁଧାଂଶୁ ଡାଙ୍ଗ ଯୋଗଦେଇ ସ୍ଵାଗତ ଭାଷଣ ଦେବା ସହିତ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଜିଲ୍ଲାର ଶତାଧିକ ସମାଜସେବୀ ବୌଦ୍ଧ ର ମହାନଦୀ ବ୍ରିଜ ଛକ ସ୍ଥିତ ଗୌତମ ବୁଦ୍ଧ ଙ୍କ ପ୍ରତ୍ତୀ ମୂର୍ତ୍ତୀ ଠାରୁ ଆସନ୍ତା ୧୪ ତାରିଖ ସକାଳ ପ୍ରାୟ ନଅ ଘଟିକା ସମୟରେ ମୋଟର ସାଇକେଲ ଶୋଭାଯାତ୍ରା ରେ ବାହାରି ସହର ପରିକ୍ରମା କରିବା ପରେ କଚେରୀ ଛକ ଠାରେ ପହଞ୍ଚି ବାବାସାହେବ ଆମ୍ବେଦକର ଙ୍କ ପ୍ରତ୍ତୀ ମୂର୍ତ୍ତୀ ନିକଟରେ ୧୩୫ ତମ ଜୟନ୍ତୀ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଛି । 

             ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସଂଗଠନ ର ଜିଲ୍ଲା କାର୍ଯ୍ୟକାରୀ ସଭାପତି ମହାଦେବ କଲତା , ଉପ ସଭାପତି ଦଶରଥ ବେହେରା , ମକରଧ୍ବଜ ମହାନନ୍ଦିଆ , କୋଷାଧ୍ୟକ୍ଷ ରାମଚନ୍ଦ୍ର ତାଣ୍ଡି , ସହକାରୀ କୋଷାଧ୍ୟକ୍ଷ ଶ୍ରୀନିବାସ ହାତୀ , ଯୁଗ୍ମ ସମ୍ପାଦକ ମାର୍କଣ୍ଡ କଲତା , କାର୍ଯ୍ୟକାରିଣୀ ସଦସ୍ୟ ପ୍ରଜାପତି ଭବସାଗର , ରମେଶ ମହାନନ୍ଦିଆ , ସନ୍ତୋଷ କୁମାର ପେରା , ବିଶ୍ୱଜିତ ହରିପାଲ , ଜ୍ୟୋତି ରଞ୍ଜନ ମହାନନ୍ଦ , ସଂଜିତ୍ କୁମାର ଜେନା , ରଞ୍ଜନ କୁମାର ରଣବିଡ଼ା , କିଶାନ କୁମାର ବେହେରା , ତେଲିବନ୍ଧ ପଞ୍ଚାୟତ କମିଟି ସଭାପତି ରାଜେନ୍ଦ୍ର ଭବସାଗର , ପଦ୍ମନପୁର ପଞ୍ଚାୟତ କମିଟି ସଭାପତି ରମେଶ ମହାନନ୍ଦିଆ , ଉପ ସଭାପତି ସନ୍ତୋଷ କଲତା , ସମ୍ପାଦକ ରାଜେଶ୍ୱର କଲତା , ବ୍ଲକ ସଂଯୋଜକ ହୃଦାନନ୍ଦ କୁମ୍ଭାର , ବରିଷ୍ଠ ସମାଜସେବୀ ଜୟରାମ ହରିପାଲ , ଅନ୍ତର୍ଯ୍ୟାମୀ ବାଘ , ପବନ ଭବସାଗର , ପୂର୍ଣ୍ଣ ଭୋଇ , ଭୁବନ ଭବସାଗର , କୁଶ କଲତା , ନରେନ୍ଦ୍ର ମହାନନ୍ଦିଆ , ଅଖିଳ ଭବସାଗର , ଶେଷ କଲତା , ଧନଞ୍ଜୟ ମହାନନ୍ଦିଆ , ଦିଲ୍ଲୀପ ଭୋଇ , କ୍ଷତିପତି ବେହେରା ପ୍ରମୁଖ ଯୋଗଦେଇ ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ ।

ଅରୁଣ କୁମାର ମାଣ୍ଡିଲି ଙ୍କ ରିପୋର୍ଟ୍ 

Related posts

ଧର୍ମଗଡ ପ୍ରାଣୀ ଚିକିତ୍ସାଳୟ ର ଉପ ପ୍ରାଣୀ ସହାୟ ଚିକିତ୍ସକ (VSAS) ଅଶୋକ କୁମାର ସାହୁଙ୍କ ଚାକିରିରୁ ଅବସର ଗ୍ରହଣ

Sunil Chandra Nayak

ଓଡିଶା କନିଷ୍ଠ ଶିକ୍ଷକ ସଂଘର ପ୍ରସ୍ତାବକୁ ପୁନଃ ବିଚାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଗୁହାରୀ

Sunil Chandra Nayak

ବିଦ୍ୟାଳୟରେ କଦଳୀ ଗଛ ଲଗାଇ ଦିଦି ଖାଇବାକୁ ଦେଲେ ଛାତ୍ର/ଛାତ୍ରୀ ମାନଙ୍କୁ ପାଚିଲା କଦଳୀ     

Sunil Chandra Nayak

Leave a Comment

error: Content is protected !!