ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ; ମ.ରାମପୁର ପଞ୍ଚାୟତ ସମିତି

ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ; ମ.ରାମପୁର ପଞ୍ଚାୟତ ସମିତି

ମ.ରାମପୁର,୦୩/୨(ମସୀହା): ଆଜି ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ଅନୁଷ୍ଠିତ ହେଉଥିବାବେଳେ ମ.ରାମପୁର ପଞ୍ଚାୟତ ସମିତି ମଧ୍ୟ କାର୍ଯ୍ୟାଳୟ ପରିସରରେ ଏହି କାର୍ଯ୍ୟକ୍ରମ ଆୟୋଜନ କରିଥିଲା l ଏହି ସମ୍ମିଳନୀକୁ ବିଡ଼ିଓ ସବ୍ୟସାଚୀ ବେହେରା ଅଧ୍ୟକ୍ଷତା କରିଥିବା ବେଳେ ଜିପିଓ କୁଳମଣି ସିଂରାୟ ମଞ୍ଚ ପରିଚାଳନା କରିଥିଲେ l ଏଥିରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂଦେଓ, ମୁଖ୍ୟ ବକ୍ତା ଡକ୍ଟର ରାଜେଶ କୁମାର ସାହୁ, ସମ୍ମାନିତ ଅତିଥି ଏବିଡ଼ିଓ ଲକ୍ଷ୍ମଣ କୁମାର ପଧାନ ଯୋଗ ଦେଇଥିଲେ l ୬ ଗୋଟି ଭାଷା ଶାସ୍ତ୍ରୀୟ ଭାଷା ର ମାନ୍ୟତା ପାଇଥିବା ବେଳେ ତନ୍ମଧ୍ୟରୁ ଆମ ଓଡ଼ିଆ ଭାଷା ଏକ l ତେଣୁ ଆମେ ପ୍ରତିଟି ଓଡ଼ିଆ ଆମ ଭାଷାର ପ୍ରାଚୀନତା ନେଇ ଗର୍ବିତ l ଭାଷା ସମୃଦ୍ଧ ହେଲେ ଜାତି ସମୃଦ୍ଧ ହେବ ବୋଲି ଅତିଥି ମାନେ ମତ ବ୍ୟକ୍ତ କରିଥିଲେ l ଏହି ଅବସରରେ ଆଜି ବ୍ଲକ ଅଞ୍ଚଳ ର ସାହିତ୍ୟିକ ,କବି, ଲେଖକଙ୍କ ଏକ ସମାବେଶ ହୋଇଥିଲା l ଏଥିରେ ଖିତିପତି ପଧାନ, ଘାସି ମିଶ୍ର, ସୁରେନ୍ଦ୍ର ମହାଖୁଡ, ଉଦୟ ନାଏକ, ସରସ୍ଵତୀ ମିଶ୍ର, ସୁଶାନ୍ତ ମିଶ୍ର, ପରମାନନ୍ଦ ବିଶି,ନାରାୟଣ ମହାଳିକ,ରମେଶ ମିଶ୍ର, ରାମେଶ୍ବର ପ୍ରସାଦ ସାହୁ, ହୃଦାନନ୍ଦ ସାହୁ, ଲିପ୍ସାମୟୀ ଦୁବେ, ଯୋଗିମତ ଜାଲ, ମାନସ ରଞ୍ଜନ ପ୍ରହରାଜ, ବିଶ୍ଵନାଥ ସାହୁ, କାହ୍ନୁ ଚରଣ ସାହୁ, ବଟ କିଶୋର ପ୍ରଧାନ,ବାମନ ମହାପାତ୍ର ପ୍ରମୁଖ ଙ୍କୁ ଅତିଥିଙ୍କ ଦ୍ଵାରା ପୁଷ୍ପ ଗୁଚ୍ଛ ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା l ଏହାପରେ ବିଭିନ୍ନ ପ୍ରତିଯୋଗିତାର ରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା l ଶେଷରେ ଏ ବିଡ଼ିଓ ଶ୍ରୀ ପଧାନ ଧନ୍ୟବାଦ ପ୍ରଦାନ କରିଥିଲେ l

ମ.ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ 

Related posts

ଓ ଇ ଏସ ପାଇଲେ ଚକୁଳି ଗ୍ରାମର ମଧୁସ୍ମିତା

ଢେଙ୍କାନାଳ ଜିଲ୍ଲାସ୍ତରରେ ୧୩ତମ ଆନ୍ତର୍ଜାତୀୟ ଆର୍ଟ ଅଫ୍ ଗିଭିଂ ଦିବସ-୨୦୨୬ ଉଦ୍ ଘାଟିତ

ଚାଷିଙ୍କ ପାଇଁ ମରୀଚିକା ପାଲଟିଛି ମୋଡୋସିଲ ଚେକ ଡ୍ୟାମ, ଚାଷିଙ୍କ କାମରେ ଆସୁନି ଲକ୍ଷାଧିକ ଟଙ୍କାରେ ନିର୍ମିତ ପ୍ରକଳ୍ପ

masiha

Leave a Comment

error: Content is protected !!