ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଦ୍ଵିକା କାର୍ଯ୍ୟକ୍ରମ ମାଧ୍ୟମରେ କିଶୋର କିଶୋରୀ ମାନଙ୍କୁ ନେଇ ନାଗରିକ ଦାୟିତ୍ଵ ବୋଧ ଶିକ୍ଷା ସହିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ରାୟଗଡ଼ : ୧୯/ ୮/୨୦୨୩ ରାୟଗଡ ଜିଲ୍ଲାରେ ଜିଲ୍ଲା ପ୍ରଶାସନ, ଜିଲ୍ଲା ସମାଜ ମଙ୍ଗଳ ବିଭାଗ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ୟୁନିସେଫ ଓ ଆକ୍ସନଏଡଙ୍କ ମିଳିତ ସଂଯୋଜନାରେ ଜିଲ୍ଲାରେ ବାଲ୍ୟ ବିବାହ ଘଟଣା ଗୁଡିକୁ ରୋକିବା ସହିତ କିଶୋର ଓ କିଶୋରୀ ମାନଙ୍କୁ ସଶକ୍ତ କରିବା ପାଇଁ ଏବଂ ଶିଶୁ, କିଶୋର ଓ କିଶୋରୀଙ୍କ ସୁରକ୍ଷା ପାଇଁ ଆଦ୍ଵିକା ନାମରେ ଏକ ସ୍ଵତନ୍ତ୍ର ସଚେତନତା ଅଭିଯାନ ଗତ ୨୦୨୧ ମସିହା ଠାରୁ ଚାଲୁ ରହିଛି I ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରତି ଶନିବାର ଦିନ ପ୍ରତ୍ୟେକ ଅଙ୍ଗନୱାଡି କେନ୍ଦ୍ର ସ୍ତରରେ ୧୦ ରୁ ୧୯ ବର୍ଷର ସମସ୍ତ କିଶୋର କିଶୋରୀ ମାନଙ୍କୁ ସାମିଲ କରି ପୁଷ୍ଟି, ରକ୍ତହୀନତା, ଜୀବନ କୌଶଳ, ଶିଶୁ ସୁରକ୍ଷା, ଲିଙ୍ଗଗତ ଭେଦଭାବ, ଲିଙ୍ଗଭିତ୍ତିକ ହିଂସା, ଯୌନ ସ୍ୱାସ୍ଥ୍ୟ, ଆର୍ଥିକ ସାକ୍ଷରତା, ଶିକ୍ଷା ଓ ଦକ୍ଷତା ବିକାଶ ଭଳି ବିଷୟ ଗୁଡିକ ଉପରେ ସଚେତନତା ସୃଷ୍ଟି କରାଯାଇଛି I

ଜିଲ୍ଲା ପ୍ରଶାସନ ଆଉ ଏକ ପାଦ ଆଗକୁ ଯାଇ କିଶୋର ଓ କିଶୋରୀ ମାନଙ୍କ ମଧ୍ୟରେ ନାଗରିକ ସହଭାଗୀତା ବିଷୟରେ ସଚେତନ କରିବା ସହିତ ପରିବେଶ ସୁରକ୍ଷା ଓ ଜଳବାଯୁ ପରିବର୍ତ୍ତନକୁ ନିୟନ୍ତ୍ରଣ କରିବା ନିମନ୍ତେ କିଶୋର ଓ କିଶୋରୀ ମାନଙ୍କ ଭୂମିକା ବିଷୟରେ ସଚେତନ କରିବା ନିମନ୍ତେ ଜିଲ୍ଲାର ସମସ୍ତ ୧୧ଟି ବ୍ଲକର ଅଦ୍ଵିକା କ୍ଲବର ସଦସ୍ୟ ସଦସ୍ୟାଙ୍କୁ ସଚେତନ କରଯାଇଥିଲା । ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ଯାଜ୍ଞସେନୀ ବେହେରାଙ୍କ ପରାମର୍ଶ କ୍ରମେ ଜିଲ୍ଲାର ସମସ୍ତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ମାନେ ପର୍ଯ୍ୟାୟ କ୍ରମେ ଅଦ୍ଵିକା କ୍ଲବର ସଦସ୍ୟ ସଦସ୍ୟାଙ୍କୁ ନେଇ ପରିବେଶ ସୁରକ୍ଷା ଓ ଜଳବାଯୁ ପରିବର୍ତ୍ତନ ବିଷୟରେ ସଚେତନ କରିବା ସହିତ ମିଳିମିଶି ପଣସ, ଆମ୍ବ, ଅମୃତଭଣ୍ଡା, ସଜନା ଗଛ ଭଳି ବିଭିନ୍ନ ପ୍ରକାର ଫଳ ଗଛ ଗ୍ରାମର ବିଭନ୍ନ ସ୍ଥାନ ମାନଙ୍କରେ ଲଗାଇଥିଲେ । କାର୍ଯ୍ୟକ୍ରମକୁ ଜିଲ୍ଲା ସ୍ତରରେ ଆକ୍ସନ ଏଡର ବାଲ୍ୟ ବିବାହ ନିଷେଧ ଜିଲ୍ଲା ପରାମର୍ଶଦାତା ରତ୍ନେଶ୍ଵର ସାହୁ ତଦାରଖ କରିଥିଲେ ଏହି ପ୍ରକ୍ରିୟାରେ ପ୍ରାୟ ୫୦୦ ଗ୍ରାମରେ କିଶୋର କିଶୋରୀ ମାନେ ଭାଗ ନେଇ ଥିଲେ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

ରାୟଗଡା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ସାନ ଚେରଗାଁକୁ ଫେରିଲା ଦାଦନ ଶ୍ରମିକଙ୍କ ମୃତ ଦେହ

Sunil Chandra Nayak

ମହିଳା ମହାବିଦ୍ୟାଳୟ ରେ ଜାତୀୟ ସମ୍ବିଧାନ ଦିବସ ପାଳିତ 

Sunil Chandra Nayak

ଧର୍ମଗଡ଼ ବ୍ଲକ ଟିପିଗୁଡା ଠାରେ ନାରୀ ସଚେତନା କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!