ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁର ଭାରତୀୟ ମଜଦୁର ସଂଘ ତରଫରୁ ଶ୍ରମ ସଚିବ ଙ୍କ ପାଖରେ ଫେରାଦ 

ନବରଙ୍ଗପୁର ଭାରତୀୟ ମଜଦୁର ସଂଘ ତରଫରୁ ଶ୍ରମ ସଚିବ ଙ୍କ ପାଖରେ ଫେରାଦ 

ଦୁଇ ଜଣ ସହ ଶ୍ରମ ଅଧିକାରୀ କାର୍ଯ୍ୟରେ ଅବହେଳା ର ଅଭିଯୋଗ 

ନବରଙ୍ଗପୁର :(୧୦|୮)(ରବି ନାରାୟଣ ମହାନ୍ତି)ଭାରତୀୟ ମଜଦୁର ସଂଘ ପରିଚାଳିତ ଓଡିଶା କୃଷି ଏବଂ ଗ୍ରାମୀଣ ମଜଦୁର ସଂଘ, କୋଠାବାଡି ଓ ଅନ୍ୟାନ୍ୟ ଅନ୍ୟାନିର୍ମାଣ ମଜଦୁର ଓ ବିଶ୍ବକର୍ମା ମଜଦୁର ସଂଘ ବିଗତ ଦିନରେ ମାନ୍ୟବର ମନ୍ତ୍ରୀ ଙ୍କୁ ଲିଖିତ ଭାବେ ଦେଇଥିଲେ ସୁଦ୍ଧା ପଦକ୍ଷେପ ନ ନେବାରୁ ପୁଣି ମାନ୍ୟବର ଶ୍ରମ ସଚିବ , ଭୁବନେଶ୍ବର ଓ ମାନନୀୟ ଶ୍ରମ କମିଶନରଙ୍କୁ ଏବଂ ଭାରତୀୟ ମଜଦୁର ସଂଘ ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ କଲ୍ୟାଣ ସଦସ୍ୟ ଲକ୍ଷ୍ମଣ ଦାସ ଙ୍କୁ ଭେଟି ନବରଙ୍ଗପୁର ଜିଲ୍ଲା ର ଶ୍ରମ କାର୍ଯ୍ୟାଳୟ ସମସ୍ୟା ବିଷୟ ରେ ଅବଗତ କରାଯାଇଛି l ସହକାରୀ ଶ୍ରମ ଅଧିକାରୀ ସଂଗ୍ରାମ ଭୂମିଆ,ପାପଡାହାଣ୍ଡି ବ୍ଲକ ଓ ମୀନା କୁମାରୀ ମାଝୀ, ଡାବୁଗାଁ ବ୍ଲକ ବର୍ଷ ବର୍ଷ ଧରି ରିନୁଆଲ ନୂତନ କାର୍ଡ ପ୍ରଫାଇଲ ପଡିରହିଛି ଫଳରେ ଶ୍ରମିକ ମାନେ ନା ନା ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି l ସହକାରୀ ଶ୍ରମ ଅଧିକାରୀ ମାନେ ବିଳମ୍ବ ରେ ଅଫିସ ଆସୁଥିବା ଯୋଗୁଁ ଶ୍ରମିକ ମାନେ ହଇରାଣ ହେଉଛନ୍ତି l ଜିଲ୍ଲାର ଶ୍ରମ ଅଧିକାରୀ, ସହକାରୀ ଶ୍ରମ ଅଧିକାରୀ ମାନଙ୍କୁ ମୃତ୍ୟୁ ଓ ବିବାହ ସହାୟତା ରାଶି ତଦନ୍ତ ପାଇଁ ନିର୍ଦେଶ ଦେଲା ପରେ ମଧ୍ୟ ସେମାନେ କାର୍ଯ୍ୟ ରେ ଅବହେଳା କରି ଚାରି ପାଞ୍ଚ ମାସ ତଦନ୍ତ କରି ନିଜ ପାଖରେ ରଖି ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ପଠାଉ ନାହାନ୍ତି ଯାହା ଦ୍ଵାରା ସହାୟତା ରାଶି ପାଇବାରୁ ରୁ ଶ୍ରମିକ ମାନେ ବଞ୍ଚିତ ହେଉଛନ୍ତି l ସହକାରୀ ଶ୍ରମ ଅଧିକାରୀ ସଂଗ୍ରାମ ଭୂମିୟା ନୂତନ କାର୍ଡ 4041 ଓ ରିନୁଆଲ 4657 ବକେୟା ରହିଥିବା ବେଳେ ମିନା କୁମାରୀ ମାଝୀ ନୂତନ କାର୍ଡ 2470 ରିନୁଆଲ 1841 ବକେୟା ଏବଂ ମାନସ ରଞ୍ଜନ ଖସଲା ନୂତନ କାର୍ଡ 1063 ରିନୁଆଲ 1401 ବର୍ଷ ବର୍ଷ ଧରି ପଡି ରହିଛି l ଏହି ତିନି ଜଣ ସହକାରି ଶ୍ରମ ଅଧିକାରୀ ଙ୍କୁ ଅନ୍ୟତ୍ର ବଦଳି କରିବାକୁ ଭାରତୀୟ ମଜଦୁର ସଂଘ ପରିଚାଳିତ ଏଥରେସନ ସଦସ୍ୟ ତରଫରୁ ଦାବୀ କରାଯାଇଛି l ଯଦି ଏହି ଦାବୀ ପୂରଣ କରା ନ ଗଲେ ଆଗାମୀ ଦିନରେ ସଂଘ ତରଫରୁ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ବିଶ୍ବ ହିନ୍ଦୁ ପରିଷଦ ପକ୍ଷରୁ ଗୋପାଷ୍ଟମୀ ଉତ୍ସବ ପାଳିତ

Sunil Chandra Nayak

ଯୌତୁକ ନିର୍ଯାତନା ଅଭିଯୋଗ ର ମାମଲା ଶୁଣାଣୀ : ସପରିବାର ନିର୍ଦୋଷରେ ଖଲାସ

masiha

ସମଲିଙ୍ଗି ବିବାହ ବିରୁଦ୍ଧରେ ସଚେତନ ନାଗରିକଙ୍କ ତରଫରୁ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର

Sunil Chandra Nayak

Leave a Comment

error: Content is protected !!