ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବହଳଦା ଓ ରାଇରଙ୍ଗପୁର ଡାକ ଅଧିକାରୀ ମାନଙ୍କ କାର୍ଯ୍ୟରେ ଅବହେଳା ଯୋଗୁଁ ଲୋକଙ୍କୁ ମିଳି ପାରୁନି ଉଚିତ ସେବା

ବହଳଦା ଓ ରାଇରଙ୍ଗପୁର ଡାକ ଅଧିକାରୀ ମାନଙ୍କ କାର୍ଯ୍ୟରେ ଅବହେଳା ଯୋଗୁଁ ଲୋକଙ୍କୁ ମିଳି ପାରୁନି ଉଚିତ ସେବା

ମୟୂରଭଂଜ – ୩୧/୦୭ — ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ବହଳଦା ଡାକ ଘର ଏବଂ ରାଇରଙ୍ଗପୁର ମୁଖ୍ୟ ଡାକଘର ରେ ସରକାରୀ ବାବୁ ମାନଙ୍କର କାର୍ଯ୍ୟରେ ଅବହେଳା ଯୋଗୁଁ ସାଧାରଣ ଲୋକଙ୍କୁ ମିଳି ପାରୁନି ଉଚିତ ସେବା |ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଉକ୍ତ ଜିଲ୍ଲାର ବହଳଦା ବ୍ଲକ ଅନ୍ତର୍ଗତ ବିଞ୍ଜୁଆ ଗ୍ରାମର ମିନାକ୍ଷୀ ମହାପାତ୍ରଙ୍କ ପରିବାରରେ |ସୂଚନାଯୋଗ୍ୟ ଯେ ମିନାକ୍ଷୀ ମହାପାତ୍ର ବିଞ୍ଜୁଆ ଡାକ ଘରେ ସେ ଶେଭିଂ ଆକାଉଣ୍ଟ ଖୋଲିଥିଲେ କିନ୍ତୁ ପରିବାରର ଅଭାବ ଯୋଗୁଁ ଆକାଉଣ୍ଟ ଟି ବନ୍ଦ ହୋଇଯାଇଛି କିନ୍ତୁ ଯେତେବେଳେ ତାଙ୍କର ଫିକ୍ସ ଡିପୋଜିଟ ଟଙ୍କାର ଅବଧି ଶେଷ ହୋଇ ଯାଇଛି ସେତେବେଳେ ଉକ୍ତ ଡାକ ଅଧିକାରୀ କହିଲେ ଶେଭିଂ ଆକାଉଣ୍ଟ ରେ ଟଙ୍କା ଆସିବ |କିନ୍ତୁ ଶେଭିଂ ଆକାଉଣ୍ଟ ବନ୍ଦ ହୋଇଥିବା ଯୋଗୁଁ ପୁନଃ ସଚଳ କରିବାକୁ ବିଞ୍ଜୁଆ ଡାକ ଅଧିକାରୀ ବହଳଦା ଉପ ଡାକଘର କୁ ପଠାଇ ଦେଇଥିଲେ ମାତ୍ର ବହଳଦା ଉପ ଡାକଘର ଅଧିକାରୀ ମାନେ ଦୀର୍ଘ ୮ ମାସରୁ ଅଧିକ ହେଲାଣି ସେମାନେ ରାଇରଙ୍ଗପୁର ମୁଖ୍ୟ ଡାକଘରକୁ ପଠାଇ ନାହାନ୍ତି |ମିନାକ୍ଷୀ ମହାପାତ୍ର ବାରମ୍ବାର ଡାକଘର ଯାଇ ଯାଇ ନୟାନ୍ତ ହେବା ଫଳରେ ଗତ ସୋମବାର ମୁଖ୍ୟ ଡାକଘର କୁ ଅଭିଯୋଗ କରିବାକୁ ଯାଇଥିଲେ ମାତ୍ର କୌଣସି ଅଧିକାରୀ ତାଙ୍କ କଥା ଶୁଣି ନଥିଲେ |ତେବେ ଦେଖିବାକୁ ବାକି ରହିଲା ଖବର ପ୍ରକାଶିତ ପରେ କେବେ ମିଳୁଛି ନ୍ୟାୟ |

ମୟୂରଭଂଜ ରୁ ଅକ୍ଷୟ ଵିଶ୍ବାଳ ମସିହା ନିଉଜ

Related posts

ଉତ୍କଳ ସମ୍ମିଳନୀ ଆନୁକୂଲ୍ୟରେ ଉତ୍କଳ ଦିବସ ପାଳିତ

masiha

ଲଗାଣ ବର୍ଷା ରେ ଭୁଶୁଡ଼ିଲା କୁସୁମା ଗୌଡ଼ ଙ୍କ ଘର

masiha

Cyclone & Hailstorm Devastates Bolangir: ExMP Niranjan Bishi Demands ₹20 Lakh Relief for each affected Farmers of Bolangir.

Sunil Chandra Nayak

Leave a Comment

error: Content is protected !!