ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସୁନ୍ଦରଗଡ଼ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ୍ ଦ୍ଵାରା ବୀମା ରାଶି ପ୍ରଦାନ

ସୁନ୍ଦରଗଡ଼ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ୍ ଦ୍ଵାରା ବୀମା ରାଶି ପ୍ରଦାନ

ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ୍ ବଣାଇଗଡ ଶାଖା ଦ୍ଵାରା ଦୁର୍ଘଟଣା ଜନିତ ମୃତ୍ୟୁ ପାଇଁ ପାଞ୍ଚ ଲକ୍ଷ ଟଙ୍କା ଲେଖାଏଁ ବୀମା ରାଶି ପ୍ରଦାନ କରାଯାଇଛି । ମୁଖ୍ୟ ଅତିଥି ଭାବେ ବ୍ୟାଙ୍କ୍ ସଭାପତି ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ ଯୋଗଦେଇ ଲ୍ୟାମ୍ପସ୍ ର ପ୍ରତେକ ରୂଣୀ ଏହାର ଲାଭ ଉଠାଇବା ପାଇଁ କହିଥିଲେ । ସମ୍ମାନିତ ଅତିଥି ଭାବେ ସହ ନିବନ୍ଧକ ବଣାଇ ଅଜୟ ସେଠୀ ଯୋଗଦେଇ ବ୍ୟାଙ୍କ୍ ଓ ଲ୍ୟାମ୍ପସ ର ଏହି ଜେପିଏ ଯୋଜନା ବଳରେ ମୃତ ରୁଣି ଙ୍କ ପରିବାର ଙ୍କୁ ସହାୟତା ମିଳୁଥିବା ଉପରେ ଆଲୋକପାତ କରିଥିଲେ । ବ୍ୟାଙ୍କ୍ ପରିଚାଳକ ସିଦ୍ଧାର୍ଥ ଲେଙ୍କା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବଣାଇ ଲ୍ୟାମ୍ପ୍ସ୍ ସଭାପତି ଭାସ୍କର କିସାନ , ରୁଗୁଡ଼ା ଲ୍ୟାମ୍ପାସ ଖଗେଶ୍ବର କିସାନ୍ , ସରସରା ଲ୍ୟାଂପ୍ସ୍ ସଭାପତି ନବୀନ ନାଏକ ଏବଂ ଅଗ୍ରଣୀ ଚାଷୀ ମାନେ ଉପସ୍ଥିତ ଥିଲେ । ମୃତ ଟଙ୍କଧର ସାହୁ ଗ୍ରାମ ବଡଗୋଗୁଆ ସଡ଼କ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବାବେଳେ ତାଙ୍କ ପତ୍ନୀ ମିନା ସାହୁ , ସନ୍ତୋଷ କୁମାର କିଷାନ ସ ବଲାଙ୍ଗ ଙ୍କ ସୋଲାର କରେଣ୍ଟ ରେ ମୃତ୍ୟୁ ହୋଇଥିବାବେଳେ ତାଙ୍କ ପତ୍ନୀ ସଂଜୁଲତା କିଶାନ , ରୁଗୁଡା ଗ୍ରାମର ରାଜେଶ କୁମାର ପ୍ରଧାନ ଙ୍କ ଗାଁ ପୋଖରୀରେ ବୁଡିଯିବା ଦ୍ଵାରା ମୃତ୍ୟୁ ହୋଇଥିବାବେଳେ ତାଙ୍କ ପତ୍ନୀ ସରିତା ସାହୁ ଙ୍କୁ ଯଥାକ୍ରମେ ୫ ଲକ୍ଷ ଟଙ୍କା ଲେଖାଁଏ ବୀମା ରାଶି ବୀମା କମ୍ପାନୀ ଇଫକୋ ଟୋକିଓ ଙ୍କ ଦ୍ଵାରା ବ୍ୟାଙ୍କ୍ ମାଧ୍ୟମରେ ପ୍ରଦାନ କରାଯାଇଛି ବୋଲି ସୂଚନା ମିଳିଛି।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

୧- ନାରାୟଣ ପାଟଣା ରେ ନୂତନ ବିଡ଼ିଓଙ୍କ ଯୋଗଦାନ,୨- ଯନ୍ତ୍ରୀଙ୍କ ଉପସ୍ଥିତରେ ବ୍ରିଜ ଉପରେ ପଡିଲା ପିଚୁ, ଗାଡି ଚଲା ଚଳ ଆରମ୍ଭ 

masiha

ଶିକ୍ଷାଦାନ କ୍ଷେତ୍ରରେ ନାଇସ ଇନଷ୍ଟିଚ୍ୟୁଟର ସଫଳତା 

ବିଭିନ୍ନ ଦାବୀ ନେଇ ଧର୍ମଗଡ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡ଼େରେସନ ଧର୍ମଗଡ ବ୍ଲକ ପକ୍ଷରୁ ବିକ୍ଷୋଭ ଓ ଶୋଭାଯାତ୍ରା

Sunil Chandra Nayak

Leave a Comment

error: Content is protected !!