ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୂର୍ବତନ ରାଜସ୍ୱ ନିରୀକ୍ଷକ ଙ୍କ ପରଲୋକ

ପୂର୍ବତନ ରାଜସ୍ୱ ନିରୀକ୍ଷକ ଙ୍କ ପରଲୋକ

ଆସିକା, ୨୧/୫/୨୬ (ଶିବ ଶଙ୍କର ମିଶ୍ର ) ଧରାକୋଟ ବଡଦାଣ୍ଡ ସାହି ନିବାସୀ ତଥା ପୂର୍ବତନ ରାଜସ୍ୱ ନିରୀକ୍ଷକ ତୁମ୍ବନାଥ ଚୌଧୁରୀ ଙ୍କ 76 ବର୍ଷ ବୟସରେ ମୃତ୍ୟୁବରଣ ହୋଇଯାଇଛି । ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ରହିଥିବା ବେଳେ ହୃଦ୍ଘାତ ରେ ତାଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ଧର୍ମପତ୍ନୀ ମହାଲକ୍ଷ୍ମୀ ଚୌଧୁରୀ, ଜ୍ୟେଷ୍ଠ ପୁତ୍ର ସମାଜ ସେବୀ ତଥା ପୂର୍ବତନ ବ୍ଲକ କଂଗ୍ରେସ ସଭାପତି ସୁନୀଲ ଚୌଧୁରୀ ,ଏକ ମାତ୍ର କନ୍ୟା ସସ୍ମିତା, ପୁତ୍ରବଧୂ ସୁପ୍ରଭା ପ୍ରମୁଖ ଉପସ୍ଥିତ ରହିଥିଲେ। ଏକ ଶୋକାକୁଳ ପରିବେଶରେ ଧରାକୋଟ ନିକଟସ୍ଥ ଋଷିକୁଲ୍ୟା ନଦୀର ଉତ୍ତର ବାଙ୍କ ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା। ଜ୍ୟେଷ୍ଠ ପୁତ୍ର ସୁନିଲ ମୁଖଗ୍ନି ପ୍ରଦାନ କରିଥିଲେ। ଜଣେ ସରଳ, ଅମାୟିକ, ପରୋପକାରୀ ବ୍ୟକ୍ତି ଭାବରେ ସେ ଧରାକୋଟ ଅଞ୍ଚଳରେ ବେଶ ଜଣାଶୁଣା ଥିଲେ। ତାଙ୍କର ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Related posts

କଂଗ୍ରେସର ଅଭିଯୋଗ ପରେ ଜିଲ୍ଲାପାଳ ତିନୋଟି ବିଭାଗୀୟ ଅଧିକାରୀଙ୍କୁ ସାତ ଦିନ ମଧ୍ୟରେ ତଦନ୍ତ ରିପୋଟ ଦେବାକୁ ଚିଠି

ରାଇରଙ୍ଗପୁରରେ ରାଇରଙ୍ଗପୁର ନୂତନ ଜିଲ୍ଲା କ୍ରିୟାନୁଷ୍ଠାନ କମିଟିର ସର୍ବଦଳୀୟ ବୈଠକ

masiha

ଧର୍ମଗଡ଼ ସହର ରେ ଇଦ୍ ମିଲାଦ୍ ଉନ୍ ନଵୀ ହର୍ଷୋଲ୍ଲାସ ସହିତ ପାଳିତ

masiha

Leave a Comment

error: Content is protected !!