ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶ୍ବ ସମ୍ବାଦକେନ୍ଦ୍ର ପକ୍ଷରୁ ନାରଦ ଜୟନ୍ତୀ ସମାରୋହ – ୨୦୨୬

ବିଶ୍ବ ସମ୍ବାଦକେନ୍ଦ୍ର ପକ୍ଷରୁ ନାରଦ ଜୟନ୍ତୀ ସମାରୋହ – ୨୦୨୬

ରାଉରକେଲା : ବିଶ୍ବ ସମ୍ବାଦକେନ୍ଦ୍ର ରାଉରକେଲା ପକ୍ଷରୁ ଛେଣ୍ଡ ଗୋପବନ୍ଧୁ ପାଠାଗାର ଠାରେ ନାରଦ ଜୟନ୍ତୀ ସମାରୋହ-୨୦୨୬ ଅନୁଷ୍ଠିତ ହୋଇଯାଇଛି।

      ବିଶ୍ବର ଆଦ୍ଯ ସାମ୍ବାଦିକ ଦେବର୍ଷି ନାରଦଙ୍କ ଜୟନ୍ତୀ ପାଳନ ଉପଲକ୍ଷେ ମୁଖ୍ଯଅତିଥି ଭାବେ ସାମ୍ବାଦିକ ତଥା ସତ୍ଯା ନ୍ଯୁଜ୍ ର ପ୍ରତିଷ୍ଠାତା ସମ୍ପାଦକ ସତ୍ଯାନନ୍ଦ ମହାନ୍ତି ଯୋଗଦେଇଥିଲା ବେଳେ ଆରଏସ୍ଏସ୍ ଓଡିଶା ପଶ୍ଚିମ ପ୍ରାନ୍ତ ପ୍ରଚାର ପ୍ରମୁଖ ମହେଶ୍ୱର ବେହେରା ମୁଖ୍ଯବକ୍ତା ଭାବେ ଯୋଗଦେଇଥିଲେ।

କାର୍ଯ୍ୟକ୍ରମ ଆରମ୍ଭରେ ଦେବର୍ଷି ନାରଦ ଏବଂ ଭାରତମାତାଙ୍କ ଫଟୋଚିତ୍ର ସମ୍ମୁଖରେ ଅତିଥିମାନଙ୍କ ପକ୍ଷରୁ ପ୍ରଦୀପ ପ୍ରଜ୍ବଳନ କରାଯିବା ପରେ ମୁଖ୍ୟଅତିଥି ତାଙ୍କ ବକ୍ତବ୍ଯରେ ଦେବର୍ଷି ନାରଦଙ୍କୁ ଆଦ୍ଯ ସାମ୍ବାଦିକ ଭାବରେ ଉତ୍ଥାପିତ କରିବା ସହିତ ଆଜିର ସାମ୍ବାଦିକ ସତ୍ଯ, ନିଷ୍ଠା ଓ ନିର୍ଭିକତା ସହକାରେ ସାମ୍ବାଦିକତା କରିବା ଆବଶ୍ୟକ ବୋଲି ଗୁରୁତ୍ବାରୋପ କରିଥିଲେ।

      ମୁଖ୍ୟବକ୍ତା ଶ୍ରୀ ବେହେରା ତାଙ୍କ ବକ୍ତବ୍ୟରେ ଦେବର୍ଷି ନାରଦଙ୍କୁ ଆଦ୍ଯ ସାମ୍ବାଦିକ ବର୍ଣ୍ଣନା କରି ବିଦ୍ଯା କ୍ଷେତ୍ରରେ ଶ୍ରୀ ଗଣେଶ ଏବଂ ମାତା ସରସ୍ଵତୀ, ଶିଳ୍ପ କ୍ଷେତ୍ରରେ ଶ୍ରୀ ବିଶ୍ବକର୍ମା ଏବଂ ଧନ କ୍ଷେତ୍ରରେ ଯେପରି ମାତା ଶ୍ରୀ ମହାଲକ୍ଷ୍ମୀଙ୍କ ଆରାଧନା କରାଯାଇଥାଏ, ସେହିପରି ସାମ୍ବାଦିକତା କ୍ଷେତ୍ରରେ ଦେବର୍ଷି ନାରଦଙ୍କୁ ଜ୍ଯେଷ୍ଠ କୃଷ୍ଣପକ୍ଷ ପ୍ରତିପଦାରେ ପୂଜିତ କରାଯାଇଥାଏ। ୧୮୯୭ରେ ସ୍ବାମୀ ବିବେକାନନ୍ଦ ତାଙ୍କ ଊଜ୍ଜସ୍ବୀ ଭାଷଣରେ ଭାରତକୁ “ଭାରତ ଆମର ମାତା” ବୋଲି ଅଭିହିତ କରିବା ପରେ, ଆମ ଦେଶକୁ ଆମେ ଭାରତ ମାତା ସମ୍ବୋଧନ କରୁଛୁ। ଦେବର୍ଷି ନାରଦ ଯେପରି ସ୍ବର୍ଗ, ମର୍ତ୍ତ୍ୟ ଓ ପାତାଳଲୋକ ଗମନ କରି ତିନିଲୋକର ଖବର ରଖୁଥିଲେ ଏବଂ ତିନିଲୋକ ସହିତ ସୁସମ୍ପର୍କ ରକ୍ଷାକରି ବିବାଦର ସମାଧାନ କରିପାରୁଥିଲେ, ସେହିପରି ପ୍ରତ୍ଯେକ ସାମ୍ବାଦିକ ଦେବର୍ଷି ନାରଦଙ୍କ ପଥ ଅନୁସରଣ କରି ଗ୍ରାଉଣ୍ଡ ଜିରୋରୁ ଖବର ସଂଗ୍ରହ କରିବା ସହ ବିଭିନ୍ନ ଦିଗରୁ ତଥ୍ଯ ସଂଗ୍ରହ କରି ସମ୍ବାଦ ପରିବେଷଣ କରିବା ଉଚିତ୍। ସତ୍ଯ ଓ ବିବେକାନୁସାରେ ତଥ୍ଯକୁ ଉପସ୍ଥାପନ କରିବା ଉଚିତ୍। ଦେବର୍ଷି ନାରଦ ଯେପରି ଗର୍ଭାବସ୍ଥା ସମୟରେ ଅସୁରରାଜ ହିରଣ୍ୟକଶିପୁର ପତ୍ନୀ କୟାଦୁଙ୍କୁ ଦେବରାଜ ଇନ୍ଦ୍ରଙ୍କ ଠାରୁ ଉଦ୍ଧାର କରି ନିଜ ଆଶ୍ରମରେ ସ୍ଥାନ ଦେଇ ଭଗବାନଙ୍କ ମହତ୍ ବାଣୀ ଶୁଣାଇବା ଫଳରେ, କୟାଦୁ ଭକ୍ତ ପ୍ରହ୍ଲାଦଙ୍କୁ ଜନ୍ମ ଦେଇଥିଲେ। ଦସ୍ଯୁ ରତ୍ନାକର ଯେପରି ଦେବର୍ଷି ନାରଦଙ୍କ ଉପଦେଶ ମାନି ସହସ୍ର ବର୍ଷ ତପସ୍ୟା କରିବା ଫଳରେ, ଉଇହୁଙ୍କା ମଧ୍ଯରୁ ଋଷି ବାହ୍ଲିକୀ ହୋଇ ରାମାୟଣ ରଚନା କରିଥିଲେ ସେହିପରି ଭାବରେ ସାମ୍ବାଦିକ ସମାଜର ପ୍ରତ୍ୟେକ ଲୋକଙ୍କ ସହିତ ମିଶି, ନିଜ ପରିବାର ସହ ରହି ପରିବାର ସଦସ୍ୟଙ୍କ ସହିତ ଖାଦ୍ୟ ଓ ଭ୍ରମଣରେ ଭାଗନେବା ଉଚିତ। ପର୍ଯ୍ଯାବରଣ ସହିତ ନାଗରିକ କର୍ତ୍ତବ୍ୟ, ନିଜର ସଂସ୍କୃତି ଓ ସମ୍ବିଧାନକୁ ମର୍ଯ୍ୟାଦା ଦେବା ଏବଂ ସ୍ବ-ବିଚାର ସହ ଭାଷା ଓ ସଂସ୍କୃତିର ଆଦର କରି ସାମ୍ବାଦିକ ଦେବର୍ଷି ନାରଦଙ୍କ ପଦାନୁସରଣ କରିବା ଉଚିତ ବୋଲି ମୁଖ୍ୟବକ୍ତା ଶ୍ରୀ ବେହେରା କହିଥିଲେ। ଏହି କାର୍ଯ୍ୟକ୍ରମରେ ସ୍ବାଗତ ଭାଷଣ ଓ ମଞ୍ଚ ସଂଯୋଜନା ରାଜକୁମାର ନାଥ କରିଥିବା ବେଳେ ଦେବବ୍ରତ ସ୍ବାଇଁ, ବିଭୁତି ପଲେଇ, ମନୋଜ କୁମାର ଚୈ।ପୁରୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଗୁରୁଦିବସରେ ସମ୍ବର୍ଦ୍ଧିତ ହେଲେ ଅଧ୍ୟାପିକା ସନ୍ଧ୍ୟାରାଣୀ ପଟ୍ଟନାୟକ

masiha

ଆର୍ ଜି ଏଚ୍ କୁ ରାଜଧାନୀ ହସ୍ପିଟାଲର ମାନ୍ୟତା ସହିତ ବିବିଧ ସମସ୍ୟାର ସମାଧାନ ପାଇଁ ବିଜେପିର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ସ୍ମାରକ ପତ୍ର ପ୍ରଦାନ

masiha

ଓଡ଼ିଆ ପକ୍ଷ ର ଚତୁର୍ଥ ଦିବସରେ ଓଡ଼ିଆ ରେ ନାମଫଳକ ପାଇଁ ସଚେତନତା ପଦଯାତ୍ରା ଅନୁଷ୍ଠିତ

masiha

Leave a Comment

error: Content is protected !!