ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହୋ ହାଲ୍ଲାରେ ସରିଲା ବାଲିକୁଟି ପଞ୍ଚାୟତର ସାମାଜିକ ସମୀକ୍ଷା ଗ୍ରାମସଭା

ଲଙ୍ଗଳେଶ୍ୱର 31/12(ମ ନି ସ ): ତୃଣମୂଳ ସ୍ଥରରେ ବିଭିନ୍ନ ସାମାଜିକ ଯୋଜନାରେ କିପରି ସ୍ଥାନୀୟ ଜନସାଧାରଣ ଅଂଶଗ୍ରହଣ କରି ଏହାର ସ୍ୱଚ୍ଛତା ପାଇଁ କିପରି ଭାବରେ ନିଜର ମତାମତ ଏବଂ ସମସ୍ୟା ବିଷୟରେ ଉପସ୍ଥାପନ କରିପାରିବେ ସେଥିପାଇଁ ଗ୍ରାମ ସ୍ଥରରେ ପଲ୍ଲୀସଭା ଏବଂ ପଞ୍ଚାୟତ ସ୍ଥରରେ ଗ୍ରାମସଭା ହୋଇଥାଏ l ତେବେ ଆଜି ବାଲେଶ୍ୱର ଜିଲ୍ଳା ବାଲିଆପାଳ ବ୍ଲକ ବାଲିକୁଟି ଗ୍ରାମପଞ୍ଚାୟତ ସଭା ଗୃହରେ ସାମାଜିକ ସମୀକ୍ଷା ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି l ସୂଚନାରୁ ପ୍ରକାଶ ଦୀର୍ଘ ଦଶ ବର୍ଷ ହେଲା ଏହି ପଞ୍ଚାୟତରେ କେବଳ କାଗଜ କଲମରେ ହିଁ ପଲ୍ଲୀସଭା, ଗ୍ରାମସଭା ଏବଂ ବିଭିନ୍ନ ସାମାଜିକ ସମୀକ୍ଷା ବୈଠକ ପଞ୍ଚାୟତବାସୀଙ୍କ ଆଢୁଆଳରେ କରାଯାଉଥିଲା l ଦୀର୍ଘ ଦଶ ବର୍ଷ ବ୍ୟବଧାନ ପରେ ଏହି ପଞ୍ଚାୟତରେ ଚଳିତ ବର୍ଷ ସାମାଜିକ ସମୀକ୍ଷା ଗ୍ରାମସଭା ପାଇଁ ଡେଙ୍ଗୁରା ଦିଆଯିବା ସହ ପଞ୍ଚାୟତ ବାସୀଙ୍କ ପାଇଁ ବୈଠକର ବ୍ୟବସ୍ଥା କରାଯାଇଥିଲା l ସହ ସହ ଗ୍ରାମ ବାସୀ ନିଜ ନିଜର ସମସ୍ୟା ବିଷୟରେ ଜଣାଇବା ପାଇଁ ଏହି ବୈଠକରେ ଯୋଗ ଦେଇଥିଲେ l

      ଏହି ବୈଠକରେ ୱାର୍ଡ ସଭ୍ୟ ନାରାୟଣ ଦଳାଇ ସଭାପତିତ୍ୱ କରିଥିଲେ l ଉକ୍ତ ବୈଠକରେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ସନ୍ୟାସୀ ବଡୁ, ସରପଞ୍ଚ ଯଶୋଦା ମଣି ଧଳ, ସମିତି ସଭ୍ୟା ପ୍ରତିନିଧି ବିମଲ ଲୋଚନ ଦେ, ନାୟବ ସରପଞ୍ଚ ହେମନ୍ତ ଜେନା, ଜିଆରଏସ ବିଶ୍ୱନାଥ ପ୍ରତାପ ନାୟକ, ଭିଆରଏସ ପ୍ରତିନିଧି କବିତା ଗିରି, ପ୍ରମିଳା ଦାସ, କଳ୍ପନା ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ l ତେବେ ସଭା କାର୍ଯ୍ୟ ପ୍ରାରମ୍ଭରୁ ହିଁ ହଟଗୋଳ ଦେଖାଯାଇଥିଲା l ପଞ୍ଚାୟତର ବାସିନ୍ଦା ମାନସ ଗିରି ପଞ୍ଚାୟତର ବିଭିନ୍ନ ସାମାଜିକ ଯୋଜନାରେ ଅନିୟମିତତା ବିଷୟରେ କହିବା ସହିତ ବିଭିନ୍ନ ପ୍ରମାଣ ମଧ୍ୟ୍ୟ ପଞ୍ଚାୟତ ବାସୀଙ୍କ ଆଗରେ ଉପସ୍ଥାପନ କରିଥିଲେ l 2021-22 ଏବଂ 2022-23 ମଧ୍ୟରେ କୋଷ୍ଟକେନାଲ ପୁନଃରୁଦ୍ଧାର ନାମରେ ମହାବଳା ଗ୍ରାମକୁ ଲାଗି ନଦୀରେ ଅଳ୍ପ ବ୍ୟବଧାନ ମଧ୍ୟରେ ବିଭିନ୍ନ ପ୍ରକଳ୍ପ କରି ମନରେଗାରେ କାମ କରିନଥିବା ଜବକାର୍ଡ ଧାରୀଙ୍କୁ ଅର୍ଥ ବାଣ୍ଟିବା, ଜିଆରଏସ ଏବଂ ଗ୍ରାମସାଥୀ କାମ କରି ନଥିବା ନିଜ ସମ୍ପର୍କୀୟଙ୍କ ନାମରେ  70 ରୁ 90 ଦିନର କାର୍ଯ୍ୟ ଦିବସ ପକାଇ ଟଙ୍କା ହଡପ କରିବା, ଆଦିବାସୀ ବିଧବା ବୟସ୍କା ମହିଳା ଚଞ୍ଚକତା ଯୋଗୁଁ ଭତ୍ତାରୁ ବଞ୍ଚିତ ହେବା, ଯୋଗ୍ୟ ହିତାଧିକାରୀଙ୍କୁ ରାସନ କାର୍ଡରୁ ବଞ୍ଚିତ କରିବା, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘରକରି ଆଜି ପର୍ଯ୍ୟନ୍ତ ପ୍ରାପ୍ୟ ନପାଇବା ଏବଂ ବାରମ୍ବାର ପଞ୍ଚାୟତର ମେଲ ଆଇଡ଼ି ମାଗି ନପାଇ ବିଫଳ ହେବା ଆଦି ସମସ୍ୟା ବିଷୟରେ ଯୁକ୍ତି ଉପସ୍ଥାପନା କରିଥିଲେ l ଏହା ସହିତ ପଞ୍ଚାୟତରେ 4କୋଟିରୁ ଉର୍ଦ୍ଧ ଟଙ୍କାର ପ୍ରକଳ୍ପରେ ତିନୋଟି ପାଣି ଟାଙ୍କି ପ୍ରସ୍ତୁତ ହେବା ସହିତ ଏହି ପ୍ରକଳ୍ପର ମରାମତି ଠିକାଦାର ପାଞ୍ଚବର୍ଷ ପାଇଁ ଦାୟିତ୍ୱ ନେଇଥିଲା ବେଳେ ପାନୀୟ ଜଳ ପାଇବାରୁ ବହୁ ଗ୍ରାମ ବଞ୍ଚିତ ହେବା ଏବଂ ଠିକାଦାର ପଞ୍ଚାୟତକୁ ଉକ୍ତ ପ୍ରକଳ୍ପ ହସ୍ତାନ୍ତର କରି ନଥିଲାବେଳେ କିପରି ଭାବରେ ପଞ୍ଚାୟତ ଅର୍ଥରୁ 14ଲକ୍ଷ୍ୟରୁ ଉର୍ଦ୍ଧ ଟଙ୍କାକୁ ଇଲେକ୍ଟ୍ରିକ ବିଲ ବାବଦରେ ପୈଠ କରାଗଲା ତାହା ପ୍ରଶ୍ନ କରିଥିଲେ l ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ପାନୀୟ ଜଳ ପ୍ରକଳ୍ପ ଏହି ବୈଠକର ବିଷୟ ନୁହେଁ କହି ପ୍ରଶ୍ନକୁ ଏଡାଇ ଦେଇଥିଲେ l ଅନ୍ୟ ଅଭିଯୋଗ ବିଷୟରେ ଭିଆରଏସ ପ୍ରତିନିଧି ଦଳ ଏବଂ ସରପଞ୍ଚ ଅବଗତ ନୁହଁନ୍ତି ବୋଲି କହିଥିଲେ l ତେବେ ଉପସ୍ଥିତ ଜନ ପ୍ରତିନିଧିଙ୍କ ସମର୍ଥକ ମାନେ ଉକ୍ତ ସମସ୍ୟାର ସମାଧାନ ଏବଂ ଏଭଳି ପ୍ରଶ୍ନ କଣ ପାଇଁ ପୂର୍ବତନ ସରପଞ୍ଚଙ୍କ ଠାରେ ଦାବି ରଖିନଥିଲେ ବୋଲି ଉଲଟା ପ୍ରଶ୍ନ ମାନସ ଗିରିଙ୍କୁ କରି ହଟଗୋଳ ଆରମ୍ଭ କରିଥିଲେ l ମାନସ ଗିରିଙ୍କ ଦାବି ପରେ ଉକ୍ତ ବୈଠକରେ ହୋ ହଲ୍ଲା ଏବଂ ପରସ୍ପର ମଧ୍ୟରେ ଆରୋପ ପ୍ରତ୍ୟାରୋପ ଯୋଗୁଁ ବିନା ସଭାପତିଙ୍କ ସଭା ଭଙ୍ଗରେ ସମୀକ୍ଷା ସଭାର ବୈଠକ ଭଣ୍ଡୁର ହୋଇଥିଲା l ଏହି ସାମାଜିକ ସମୀକ୍ଷା ବୈଠକ ଭଣ୍ଡୁର ହେବା ଶାସକ ଦଳର ଭୂମିକା ନା ବିରୋଧୀ ଦଳର ଭୂମିକା ରହିଛି ଉଭୟ ଦଳର କର୍ମୀ ମାନେ ପରସ୍ପର ମଧ୍ୟରେ କାଦୁଅ ଫିଙ୍ଗା ଫିଙ୍ଗି ହେଉଥିବା ଦେଖିବାକୁ ମିଳିଥିଲା l ତେବେ ସାମାଜିକ ସମୀକ୍ଷା ଗ୍ରାମସଭା ବୈଠକରେ ଏଭଳି ଗଣ୍ଡଗୋଳକୁ ବୁଦ୍ଧିଜୀବୀ ଏବଂ ଶିକ୍ଷିତ ଯୁବକ ନାପସନ୍ଦ କରିଛନ୍ତି l

ବାଲିଆପାଳ ରୁ ଦିଲୀପ କୁମାର ଜେନା ଙ୍କ ରିପୋର୍ଟ୍ 

Related posts

ଗୋପବନ୍ଧୁ ପାଠାଗାରରେ ଓଡ଼ିଆ ନବବର୍ଷ ଓ ବିଷୁବ ମିଳନ

Sunil Chandra Nayak

ଖାତିଗୁଡା ମୁଖ୍ୟରାସ୍ତାର ଉଭୟ ପାର୍ଶ୍ଵ ଦବି ନଷ୍ଟ ,ରଥଯାତ୍ରା ପୂର୍ବରୁ ମରାମତି ପାଇଁ ଦାବୀ

masiha

ଶିକ୍ଷକ ନିଯୁକ୍ତି ଦାବିରେ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ

Sunil Chandra Nayak

Leave a Comment

error: Content is protected !!