ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପର୍ଯ୍ୟଟନ ଋତୁ ରେ ସରକାରୀ ଉଦାସୀନତା ରେ ତେନ୍ତୁଳିଖୁଣ୍ଟି ବ୍ଲକ ର ଅବହେଳିତ ପର୍ଯ୍ୟଟନ କେନ୍ଦ୍ର ତଥାପି ତେନ୍ତୁଳିଖୁଣ୍ଟି ଡାକୁଛି ଆ…..

 ତଥାପି  ତେନ୍ତୁଳିଖୁଣ୍ଟି ଡାକୁଛି ଆ…..

ତେନ୍ତୁଳିଖୁଣ୍ଟି 31/12/22 ନବରଙ୍ଗପୁର ଜିଲ୍ଲାର ଅବହେଳିତ ବ୍ଲକ ତେନ୍ତୁଳିଖୁଣ୍ଟି ,ଏଠି ପ୍ରକୃତି ଦେଇଛି ପର୍ଯ୍ୟଟକ ଙ୍କ ମନ କିଣି ନେଲା ଭଳି ସମ୍ଭାର କିନ୍ତୁ ସେସବୁ କୁ ଇକୋ ଟୁରିଜିମ ନାମରେ ବିକଶିତ କରି ରାସ୍ତା ,ରହଣି ପାଇଁ ବ୍ୟବସ୍ଥା ,ପାନୀୟ ଜଳ ବ୍ୟବସ୍ଥା କେହି କରି ନାହାଁନ୍ତି କି ି ରାଜ୍ୟ ପର୍ଯ୍ୟଟନ ମାନଚିତ୍ର ରେ ସ୍ଥାନ ମିଳିନି। ତଥାପି ପିକନିକ ଋତୁରେ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇ ନଥିଲେ ହେଁ ଘଞ୍ଚ ଜଙ୍ଗଲ ମଧ୍ୟରେ ପାହାଡ଼ ଓ ଝରଣାର ମନୋରମ ଦୃଶ୍ୟ କେବଳ ନବରଙ୍ଗପୁର ନୁହେଁ ଅବିଭକ୍ତ କୋରାପୁଟ ଜିଲ୍ଲା, କଳାହାଣ୍ଡି ଜିଲ୍ଲା ଏବଂ ଛତିଶଗଡ ରାଜ୍ୟର ପର୍ଯ୍ୟଟକଙ୍କୁ ଏଠାକୁ ଟାଣି ଆଣୁଛି l ପର୍ଯ୍ୟଟନ ଋତୁ ଆରମ୍ଭ ହେଲେ ପ୍ରତ୍ୟେକ ବର୍ଷ ନଭେମ୍ବର ରୁ ଫେବୃଆରୀ ମାସ ପର୍ଯ୍ୟନ୍ତ ଶହ ଶହ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି l ଏ ଅଞ୍ଚଳର ପ୍ରାକୃତିକ ପର୍ଯ୍ୟଟନସ୍ଥଳୀ ମଧ୍ୟରେ ଅଛି ଘୁମର ଜଳପ୍ରପାତ, ରାଇସିଂଯୋଡି ନାଳ, ଦୂରେସ(ପାଣିଛିଡା) ଜଳପ୍ରପାତ ଇନ୍ଦ୍ରାବତୀ ଡ୍ୟାମର ମାଇଲ ମାଇଲ ଜଳରାଶି ସାଙ୍ଗକୁ କପୁର ମାଟି ବନ୍ଧ , ପୋଡାଗଡ଼ ଡ୍ୟାମ, ଡ଼ାଇକ(ମାଟିବନ୍ଦ) 1,2,3,4 ଏବଂ ବିଜାପଦର ନାଳ, ମୁଣ୍ଡାଗୁଡା ସାପଘାଟି ଓ ଡକରରାଦୋରା ଜଳପ୍ରପାତ ସମସ୍ତଙ୍କୁ ହାତ ଠାରି ଡାକୁଛି l ଅପରୂପ ସୌନ୍ଦର୍ଯ୍ୟର ଗନ୍ତାଘର ପାଲଟିଥିବା ତେନ୍ତୁଳିଖୁଣ୍ଟି ଏବେ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି l ଉକ୍ତ ପର୍ଯ୍ୟଟନ ସ୍ଥଳୀ ଗୁଡିକ ହେଲା ରାଇସିଂଯୋଡି- ତେନ୍ତୁଳିଖୁଣ୍ଟି ଠାରୁ 8 କି.ମି l

ବିଜାପଦର ନାଳ- ତେନ୍ତୁଳିଖୁଣ୍ଟି ଠାରୁ 7 କି. ମି ,
ଘୁମର(ମଙ୍ଗରଦୋରା)- ତେନ୍ତୁଳିଖୁଣ୍ଟି ଠାରୁ 9 କି. ମି ,
ଡକରାଦୋରା- ତେନ୍ତୁଳିଖୁଣ୍ଟି ଠାରୁ 11 କି. ମି l
ମୁଣ୍ଡାଗୁଡା ସାପ ଘାଟି- ତେନ୍ତୁଳିଖୁଣ୍ଟି ଠାରୁ 11 କି. ମି l
ଦୂରେସ(ପାଣିଛିଡା)- ତେନ୍ତୁଳିଖୁଣ୍ଟି ଠାରୁ 20 କି. ମି l
ଡ଼ାଇକ(ମାଟିବନ୍ଦ)- ତେନ୍ତୁଳିଖୁଣ୍ଟି ଠାରୁ ଭାୟା ମଙ୍ଗରଦୋରା 18 କି. ମି l
ଇନ୍ଦ୍ରାବତୀ ଡ୍ୟାମ- ତେନ୍ତୁଳିଖୁଣ୍ଟି ଠାରୁ ଭାୟା ଖାତିଗୁଡା 17 କି. ମି l

ବିରାଟ ଜଳଭଣ୍ଡାର ରହିଛି ସେଠାରେ ଯଦି ବୋଟିଂ ବ୍ୟବସ୍ଥା କରାଯାଏ ପର୍ଯ୍ୟଟନ କୁ ଆହୁରି ଟାଣିବ। କୋଲାବ ଜଳଭଣ୍ଡାର ହେଉ ହୀରାକୁଦ ଜଳଭଣ୍ଡାର ଉକ୍ତ ପ୍ରକଳ୍ପ ଗୁଡିକ ରେ ପ୍ରକଳ୍ପ କର୍ତ୍ତୃପକ୍ଷ ତଥା ଜିଲ୍ଲା ପ୍ରଶାସନ ପାର୍କ କରି ପର୍ଯ୍ୟଟକ ଙ୍କୁ୍ ଆକର୍ଷିତ କରିବା ବ୍ୟବସ୍ଥା କରିଛନ୍ତି । ଇନ୍ଦ୍ରାବତୀ ପ୍ରକଳ୍ପ କର୍ତ୍ତୃପକ୍ଷ ଏ ଦିଗରେ ହେଳ। କରୁଥିବା ବେଳେ ଜିଲ୍ଲା ପ୍ରଶାସନ ମଧ୍ୟ ଜଳଭଣ୍ଡାର ରେ ବୋଟିଂବ୍ୟବସ୍ଥା କରୁ ନାହାଁନ୍ତି। ସ୍ଥାନୀୟ ସରପଞ୍ଚ ଦେଓପାଲି ଜଳଭଣ୍ଡାର ନିକଟରେ ଥିବା ସମନ୍ବିତ ଆଦିବାସୀ ଉନ୍ନୟନ ବିଭାଗ ର ଦ୍ବିତାଲା କୋଠା କୁ ଅତିଥି ଭବନ କରି ପର୍ଯ୍ୟଟକଙ୍କ ପାଇଁ ରାତ୍ରି ରହଣି ବ୍ୟବସ୍ଥା ସହ କ୍ୟାଣ୍ଟିନ ବ୍ୟବସ୍ଥା କରିବାକୁ ଲିଖିତ ଅନୁରୋଧ କରିଥିଲେ ମଧ୍ୟ ପର୍ଯ୍ୟଟନ ଋତୁ ଆରମ୍ଭ ହୋଇଥିଲେ ମଧ୍ୟ କିଛି ଆଗକୁ ଯାଇନି। ସେ ଯାହା ବି ହେଉ ତେନ୍ତୁଳିଖୁଣ୍ଟି ନିକଟସ୍ଥ ପର୍ଯ୍ୟଟନ ଅଞ୍ଚଳ ର ବିକାଶ ପାଇଁ ଜିଲ୍ଲା ପ୍ରଶାସନ ଅଣ୍ଟା ଭିଡ଼ିଛି ,ପ୍ରାଥମିକ ପର୍ଯ୍ୟାୟରେ 30 ଲକ୍ଷ ଟଙ୍କା ପର୍ଯ୍ୟଟନ ବିଭାଗ ଦେଇଥିବା ଜଣା ପଡ଼ିଛି। ଶିଳ୍ପ ବିହୀନ ଅଞ୍ଚଳ ରେ ପର୍ଯ୍ୟଟନ ଶିଳ୍ପ ମାଧ୍ୟମରେ ଅନ୍ତତଃ କିଛି ଲୋକ ଙ୍କୁ ରୋଜଗାର ଯୋଗାଇ ଦିଆଯାଇପାରିବ। ଏଥିପ୍ରତି ଜିଲ୍ଲା ପ୍ରଶାସନ ଯତ୍ନବାନ ହେବା ଉଚିତ।

ତଥାପି ପର୍ଯ୍ୟଟନ ଋତୁରେ ତେନ୍ତୁଳିଖୁଣ୍ଟି ଡାକୁଛି ଆ ..

 

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ରାୟଗଡ଼ା ଜିଲ୍ଲା ଭାରତୀୟ ମଜଦୂର ସଂଘ ର ଜିଲ୍ଲା ସ୍ତରୀୟ ବୈଠକ 

masiha

ଉଲ୍ଲେଖନୀୟ  ସେବା ପାଇଁ  ପିଇଓ ଅଲେଖ ସା ଙ୍କୁ କଳାହାଣ୍ଡି ଉତ୍ସବରେ ମାନପତ୍ର ପ୍ରଦାନ

Sunil Chandra Nayak

ଦେଶୀ କାଙ୍କଡ଼ ବିକି ସ୍ୱାବଲମ୍ଭି ହେଉଛନ୍ତି ଆଲୋମଣ୍ଡା ପଞ୍ଚାୟତ ବାସି 

masiha

Leave a Comment

error: Content is protected !!