ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାୟଗଡ ବନଖଣ୍ଡ ତରଫରୁ ଲୌହ ପୁରୁଷ ସର୍ଦାର ବଲ୍ଲଭଭାଇ ପଟେଲ ଙ୍କ ୧୫୦ତମ ଜନ୍ମ ଦିବସ କୁ ରାଷ୍ଟ୍ରୀୟ ଏକତା ଦିବସ ରୂପେ ପାଳନ କରି ବୃକ୍ଷ ରୋପଣ କାର୍ଯକ୍ରମ ଅନୁଷ୍ଠାନ କରାଯାଇଥିଲା 

ରାୟଗଡ ବନଖଣ୍ଡ ତରଫରୁ ଲୌହ ପୁରୁଷ ସର୍ଦାର ବଲ୍ଲଭଭାଇ ପଟେଲ ଙ୍କ ୧୫୦ତମ ଜନ୍ମ ଦିବସ କୁ ରାଷ୍ଟ୍ରୀୟ ଏକତା ଦିବସ ରୂପେ ପାଳନ କରି ବୃକ୍ଷ ରୋପଣ କାର୍ଯକ୍ରମ ଅନୁଷ୍ଠାନ କରାଯାଇଥିଲା 

ଆଜି ଅଦ୍ୟ ତାରିଖ – ୩୧.୧୦.୨୦୨୫ ରିଖ ରେ ରାୟଗଡ ବନଖଣ୍ଡ ତରଫରୁ ଲୌହ ପୁରୁଷ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜନ୍ମ ଦିବସ କୁ ରାଷ୍ଟ୍ରୀୟ ଏକତା ଦିବସ ରୂପେ ପାଳନ କରିବା ଅବସରରେ ବୃକ୍ଷ ରୋପଣ କାର୍ଯକ୍ରମ ଅନୁଷ୍ଠାନ କରାଯାଇଥିଲା । ଏହି ବୃକ୍ଷ ରୋପଣ କାର୍ଯକ୍ରମ ରାୟଗଡର ସହରାଞ୍ଚଳ ବନୀକରଣ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ରାୟଗଡ ବନଖଣ୍ଡର ବନଖଣ୍ଡ ଅଧିକାରୀ ଶ୍ରୀ ଅରୁଣ କୁମାର ବିଶ୍ଵାଳ ଏହି ପବିତ୍ର ଅଁଳା ନବମୀ ରେ ଏକ ଅଁଳା ଚାରା ଲଗାଇ ବୃକ୍ଷ ରୋପଣ କାର୍ଯକ୍ରମର ଶୁଭାରମ୍ଭ କରିଥିଲେ । ଏହାପରେ ରାୟଗଡା ବନଖଣ୍ଡର ଅନ୍ୟ କର୍ମଚାରୀ ମାନେ ବିଭିନ୍ନ କିସମ ର ଚାରା ରୋପଣ କରିଥିଲେ ।

ଏହି କାର୍ଯକ୍ରମରେ ବନଖଣ୍ଡ ଅଧିକାରୀ ଶ୍ରୀ ଅରୁଣ କୁମାର ବିଶ୍ଵାଳ ନିଜ ଅଭିଭାଷଣରେ ଅଖଣ୍ଡ ଭାରତ ବର୍ଷ ତୋଳିବାରେରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ତ୍ୟାଗ ଓ ବଳିଷ୍ଠ ନେତୃତ୍ୱ ବିଷୟରେ ଅବଗତ କରିଥିଲେ । ଆମେ ସବୁ ମିଶି ଏକତା ହୋଇ କିପରି ଅଧିକରୁ ଅଧିକ ବୃକ୍ଷ ରୋପଣ କରି ଆମ ଆଖ ପାଖ ଅଞ୍ଚଳମାନଙ୍କରେ ସବୁଜ ବଳୟ ସୃଷ୍ଟି କରିବା ସେ ଉପରେ ଗୁରୁତ୍ବରୋପ କରିଥିଲେ ।

ରାୟଗଡ଼ ଉପ-ବନ ସଂରକ୍ଷକ ଶ୍ରୀ ଅଶୋକ କୁମାର ପ୍ରଧାନ , ଶ୍ରୀ ସଂଦୀପ କୁମାର ପୃଷ୍ଟି ଓ ଶ୍ରୀ ସତିଶ କୁମାର ଧରୁଆଙ୍କ ସହ ରାୟଗଡ଼ ବନଖଣ୍ଡର ସମସ୍ତ ବନକର୍ମଚାରୀ ଏହି କାର୍ଯକ୍ରମ ରେ ଉପସ୍ଥିତ ଥିଲେ । ରାୟଗଡା ବନାଞ୍ଚଳ ଅଧିକାରୀ ଶ୍ରୀ କମେଶ୍ଵର ଆଚାରୀ , ରାୟଗଡାଙ୍କ ଦ୍ବାରା ଏହି କାର୍ଯକ୍ରମ ଟି ସୁ ପରିଚାଳିତ ହୋଇଥିଲା । 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ମେଦେନା ଆଞ୍ଚଳିକ ସାଧନକେନ୍ଦ୍ର ଅଧୀନରେ ଥିବା ୧୭ ଟି ବିଦ୍ୟାଳୟରେ ଶୁଖିଲା ଖାଦ୍ୟ ନିମନ୍ତେ ଚାଉଳ ବଣ୍ଟନ କାର୍ଯ୍ୟକ୍ରମ 

Sunil Chandra Nayak

ଏଆଇଟିୟୁସି ପକ୍ଷରୁ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ

masiha

ପବିତ୍ର ବିଜୟା ଦଶମୀ ଉପଲକ୍ଷେ ପ୍ରଥମ କରି କୁଡ଼ିଏ ହଜାର ଭକ୍ତଙ୍କ ଉପସ୍ଥିତିରେ ରାବଣ ପୋଡ଼ି 

masiha

Leave a Comment

error: Content is protected !!