ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଠାକୁରାଣୀ ଯାତ୍ରା, ଘଟ ରୂପରେ ଦର୍ଶନ ଦେଲେ ମା ଠାକୁରାଣୀ

ଠାକୁରାଣୀ ଯାତ୍ରା, ଘଟ ରୂପରେ ଦର୍ଶନ ଦେଲେ ମା ଠାକୁରାଣୀ

କୋକସରା,୯/୪ // ଚୈତ୍ର ମାସରେ ଧରା ଧାମକୁ ଆଭିର୍ଭାଵ ହୋଇଛନ୍ତି ମା ଠାକୁରାଣୀ। ସହର ଠାରୁ ପୁରପଲ୍ଲୀରେ ଚୈତ୍ର ଯାତ୍ରା ପାଇଁ ଭକ୍ତିମୟ ପରିବେଶ ଦେଖିବାକୁ ମିଳିଛି। କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ରେଙ୍ଗାଳପାଲ ପଞ୍ଚାୟତ ପାଣି ଗାଁ ଠାରେ ଚୈତ୍ର ଯାତ୍ରା ଅଵସରରେ ମା ଠାକୁରାଣୀଙ୍କୁ ଗ୍ରାମ୍ୟ ପୁଜକ ଦିଲ୍ଲୀପ କୁମାର ଧରୁଆ ଆବାହନ କରିବା ପରେ ମା ଠାକୁରାଣୀଙ୍କ ଘଟ କୁଆଁରୀ କନ୍ୟା ମୁଣ୍ଡରେ ସ୍ଥାପନ କରି ଗାଁ ଗୌନ୍ତିଆ ସୁଦାମ ପ୍ରଧାନୀ, ଗଣ୍ଡା ପଞ୍ଚାନନ ବାଗଙ୍କ ଘରେ ପୂଜାର୍ଚ୍ଚନା ପରେ ଦେବୀଙ୍କ ଘଟ ପାଣିଗାଁ ଗ୍ରାମ ପରିକ୍ରମା କରି ଭକ୍ତଙ୍କୁ ଦର୍ଶନ ଦେଇଥିଲେ । ଏହି ସମୟରେ ଗାଁ ଦାଣ୍ଡରେ ଝୋଟି ଦେଇ ମହୁଲ ଫୁଲ, ମୁଆଁ, ନଡ଼ିଆ, ଧୂପ ଦୀପ ଜାଳି ମା ଙ୍କୁ ପୂଜାର୍ଚ୍ଚନା କରିଥିଲେ ଗ୍ରାମବାସୀ। ଗ୍ରାମର ମିନିକେତନ ପ୍ରଧାନୀ, ନିରଞ୍ଜନ ପ୍ରସାଦ ବାଗ, ଭାସ୍କର ପ୍ରଧାନୀ, ଶାରଳା ପ୍ରଧାନୀ, କ୍ଷମାନିଧି ପଟ୍ଟନାୟକ, ସୀମାଞ୍ଚଳ ପଟ୍ଟନାୟକ, କୁଶଧ୍ଵଜ ନାଏକ ପ୍ରମୁଖ ଚୈତ୍ର ଯାତ୍ରା ପରିଚାଳନାରେ ସହଯୋଗ କରିଥିଲେ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ରେଗଡା: ୨୦୧୩ ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ ପ୍ରସ୍ତୁତି ବୈଠକ

masiha

“ସରସ ସମ୍ମାନ” ରେ ସମ୍ମାନିତ ହେଲେ ଓଡ଼ିଶୀ ନୃତ୍ୟ ଗୁରୁ ଶ୍ରୀମତୀ ପୁଷ୍ପିତା ମିଶ୍ର

Sunil Chandra Nayak

ବାମନଘାଟୀ ଟ୍ରକ ମାଲିକ ସଂଘର ବୈଠକ

Sunil Chandra Nayak

Leave a Comment

error: Content is protected !!