ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଅବକାରୀ ଚଢାଉ ୧ ଗିରଫ 

ଅବକାରୀ ଚଢାଉ ୧ ଗିରଫ 

   ଡାବୁଗାଁ, ୧୦/୪ (ମ.ନି.ସ.)- ନବରଙ୍ଗପୁର ଜିଲାର ଜିଲାପାଳ ଡ. କମଳ ଲୋଚନ ମିଶ୍ର ଓ ଜିଲା ଅବକାରୀ ଅଧିକ୍ଷକ ଅଭିରାମ ବେହେରା ଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ବିଭାଗ ତରଫରୁ ଡାବୁଗାଁ ଥାନା ଅଧୀନ ବିଭିନ୍ନ ଗ୍ରାମରେ ବୁଧବାର ପେଟ୍ରୋଲିଂ କରି ଚଢାଉ କରାଯାଇଥିଲା | ଏହି ପେଟ୍ରୋଲିଂ ସମୟରେ ବଡନୀ ଗ୍ରାମକୁ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଅଟୋ ନଂ ଓଡି ୨୪ ବି ୭୬୩୩ ଗାଡିକୁ ଅବକାରୀ କର୍ମଚାରୀ ମାନେ ଅଟକାଇ ଯାଞ୍ଚ କରିଥିଲେ | ଯାଞ୍ଚ କରିବାରୁ ଉକ୍ତ ଅଟୋରେ ୧୮ ବସ୍ତା ମହୁଲ ରହିଥିଲା | ଏଥିରେ ପ୍ରତି ବସ୍ତାରେ ୪୦ କିଗ୍ରା ଓଜନ ର ମୋଟ ୭୨୦ କି.ଗ୍ରା. ମହୁଲ ଜବତ କରଯାଇଥିଲା | ଏହା ସହ ଅଟୋ ଚାଳକ ସଲିମଧର ମାଝି (୨୪) କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି | ଏହି ଚଢାଉରେ ଅବକାରୀ ନିରିକ୍ଷକ ରଞ୍ଜୁଲତା ବାରିକ ତତ୍ଵାବଧାନ ରେ ଡାବୁଗାଁ ଅବକାରୀ ଇଉପିଏ ନିରିକ୍ଷକ ବୁଲୁ ପାତ୍ର, ସହ ଉପନିରିକ୍ଷକ ସୁରେନ୍ଦ୍ର କୁମାର ପଣ୍ଡା, ଅବକାରୀ କର୍ମଚାରୀ ସୁରେଖା ଭତ୍ରା, ନାରାୟଣ ମୁଦୁଲି ଓ ଶ୍ରୀକାନ୍ତ ବିଶୋୟୀ ପ୍ରମୁଖ ସାମିଲ ଥିଲେ | ଏନେଇ ଡାବୁଗାଁ ଅବକାରୀ କାର୍ଯ୍ୟ|ଳୟ କେସ ନଂ ୬/୨୦୨୪-୨୫ ରେ ଏକ ମାମଲା ରୁଜୁ କରାଯାଇଛି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଟାଙ୍ଗିଆରେ ଆକ୍ରମଣ କରି ଜଣେ ମହିଳା ଙ୍କୁ ହତ୍ୟା 

masiha

ରାସ୍ତା କଡରେ ବସିଥିବାଲୋକଙ୍କ ଉପରେ ମାଡିଗଲା କାର, ୧ ମୃତ ୫ ଗୁରୁତର 

masiha

ରାଇରଙ୍ଗପୁର କୋର୍ଟ !ଭିନ୍ନକ୍ଷମ ନାବାଳିକା ହତ୍ୟା ମାମଲାରେ ଅଭିଯୁକ୍ତ କୁ ଆଜୀବନ କାରାଦଣ୍ଡ 

masiha

Leave a Comment

error: Content is protected !!