ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଦୁଇ ଶିକାରୀ ଙ୍କୁ ଗିରଫ କରିବା ସହ ଦୁଇଟି ଦେଶୀ ବନ୍ଧୁକ ଜବତ

ଦୁଇ ଶିକାରୀ ଙ୍କୁ ଗିରଫ କରିବା ସହ ଦୁଇଟି ଦେଶୀ ବନ୍ଧୁକ ଜବତ

ବାଲିଗୁଡା, ତା, ୧୨/୦୫:(ମନିସ): କନ୍ଧମାଳ ଜିଲ୍ଲା ବାଲିଗୁଡା ବନ ବିଭାଗ ଦ୍ଵାରା ଦୁଇ ଶିକାରୀ ଙ୍କୁ ଗିରଫ କରିବା ସହ ଦୁଇଟି ଦେଶୀ ବନ୍ଧୁକ ଜବତ କରିଛନ୍ତି | ସୂଚନା ପ୍ରକାରେ ବାଲିଗୁଡା ବନାଞ୍ଚଳ କାର୍ଯ୍ୟାଳୟର କର୍ମଚାରୀ ମାନେ ଢାକା ଜଙ୍ଗଲରେ ରାତି ପେଟ୍ରୋଲିଙ୍ଗ କରିବା ସମୟରେ ଦୁଇ ଜଣ ଯୁବକ ଜଙ୍ଗଲରେ ନିଆଁ ଲଗାଇ ଜଙ୍ଗଲ ଜନ୍ତୁଙ୍କୁ ଶିକାର କରିବାକୁ ପ୍ରସ୍ତୁତ ହେଉଥିଲେ | ଏହି ସମୟରେ ବନ ବିଭାଗର କର୍ମଚାରି ମାନେ ଏହି ଦୁଇ ଯୁବକ ସୁଇଲା ମଲିକ (୨୮)ଓ ଲକ୍ଷ୍ମଣ କହଁର (୨୮) କୂ ଗିରଫ କରିବା ସହ ସେମାନଙ୍କ ଠାରୁ ଦୁଇଟି ବନ୍ଧୁକ ଓ କିଛି ସାମଗ୍ରୀ ଜବତ କରିଛନ୍ତି | ଏ ନେଇ ବାଲିଗୁଡା ବନ ବିଭଗ କେଶ ନଂ. ୧୭/୨୬ପ୍ରକାରେ ଏକ ମାମଲା ରୁଜୁ କରି ଏସଡିଜେଏମ କୋର୍ଟ କୁ ଚାଲାଣ କରିଥିବା ନେଇ ବନାଞ୍ଚଳ ଅଧିକରୀ ଡି.ସୁବାଷ ସୂଚନା ଦେଇଛନ୍ତି | ଏହି ଚଢ଼ାଉ ସମୟରେ ବନପାଳ ଟିକେଶ୍ୱର ବେହେରା, ଗାର୍ଡ ସୁରେଶ ମୁଠାମାଝି, ଯୁଧିଷ୍ଠିର ଦିଗାଲ, ଓ ନାସିମୁଲ ହକ ପ୍ରମୁଖ ସାମିଲ ଥିଲେ |

ସଂଜୟ କୁମାର ପାଣିଗ୍ରାହୀ ଙ୍କ ରିପୋର୍ଟ୍ 

Related posts

ବସ୍ ଷ୍ଟାଣ୍ଡରେ ମହିଳାଙ୍କ ଠାରୁ ଟଙ୍କା ଲୁଟ୍ ମାମଲାରେ ୩ ଗିରଫ ଘଟଣା ନେଇ ଏସଡିପିଓଙ୍କ ସାମ୍ବାଦିକ ସମ୍ମିଳନୀ

Sunil Chandra Nayak

ଥୁଆଙ୍ଗପଦର ଗାଁର ଛାତ୍ରଙ୍କ ଶବ ପୁରୁଣା ଅମ୍ବାଦଳା ରେଳ ଧାରଣାରୁ ଉଦ୍ଧାର, ରେଳବାଇ ପୁଲିସ ପକ୍ଷରୁ ତଦନ୍ତ ଜାରି

Sunil Chandra Nayak

ଲାଞ୍ଚ ନେବା ବେଳେ ଧରାପଡିଲେ ବରିଷ୍ଠ କିରାଣି, ଭିଜିଲାନ୍ସ ଅଧିକାରୀଙ୍କୁ ଦେଖି ଝରକା ପଟେ ଫିଙ୍ଗିଦେଲେ ଲାଞ୍ଚ ଟଙ୍କା

Sunil Chandra Nayak

Leave a Comment

error: Content is protected !!