ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ରାମନାକୁପୁଲି ଛକରେ ମାଓ ବ୍ୟାନର ଓ ପୋଷ୍ଟର

ରାୟଗଡା : ରାୟଗଡା ଜିଲା ମୁନିଗୁଡା ଥାନା ଅନ୍ତର୍ଗତ ରାମନାକୁପୁଲି ଛକରେ ମାଓ ବ୍ୟାନର ଓ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି । ଏଥିରେ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ସମେତ କିଛି ବିଜେଡି ନେତାଙ୍କୁ ଚେତାବନୀ ଦିଆଯାଇଥିବା ଏହି ପୋଷ୍ଟରରେ ଉଲ୍ଲେଖ ରହିଛି । ସେଥିରେ ରାୟଗଡା ଜିଲାରେ ନିର୍ଦୋଷ ଲୋକ ଓ ଜନ ଆନ୍ଦୋଳନକାରୀଙ୍କୁ ରାତି ଅଧିଆ ଓ ବାଟଘାଟରୁ ଉଠାଇନେବା, ଲୁଚାଇମାଡ଼ ଦେବା, ମିଛ ମାମଲାରେ ଜେଲରେ ରଖିବା ବନ୍ଦ କରିବାକୁ ଚେତାବନୀ ଦିଆଯାଇଛି। ଜେଲରେ ଥିବା ସମସ୍ତ ବନ୍ଦୀଙ୍କୁ ତୁରନ୍ତ ଖଲାସ କର, ନଚେତ ଏସବୁ ଚକ୍ରାନ୍ତ ପଛରେ ଦାୟୀ ଥିବା ବିଜେଡି ନେତା ଜଗନ୍ନାଥ ସାରକା, ନାକିଟି ଭାସ୍କର, ସୁଧୀର ଦାସଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବ୍ୟାନର ଓ ପୋଷ୍ଟରରେ ସିପିଆଇ (ମାଓବାଦୀ) ବାଘୁନା ଡିଭିଜିନାଲ କମିଟି ତରଫରୁ ଲାଗିଥିବା ପୋଷ୍ଟରରେ ଉଲ୍ଲେଖ ରହିଛି। ଖବର ପାଇ ମୁନିଗୁଡା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମାଓ ବ୍ୟାନର ଓ ପୋଷ୍ଟରକୁ ଜବତ କରିଛି ।

ରାୟଗଡା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଜୁଆଖେଳ କୁ ବିରୋଧ କରି ସୈନିକ ଙ୍କୁ ସଂଘବଦ୍ଧ ଆକ୍ରମଣ ଘଟଣା ,ତିନି ଅଭିଯୁକ୍ତ ଦୋଷୀ ସାବ୍ଯସ୍ତ 

masiha

ଭୁବନ ଅଞ୍ଚଳରେ ପୁଣି କଳାକନା ବୁଲାଇଲେ ଚୋର

Sunil Chandra Nayak

ସରପଞ୍ଚଙ୍କ ସ୍ୱାମୀଙ୍କୁ ହତ୍ୟା ଉଦ୍ୟମ, ବିଜେଡି ପଞ୍ଚାୟତ ସଭାପତି କୋର୍ଟଚାଲାଣ

Sunil Chandra Nayak

Leave a Comment

error: Content is protected !!