ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଭବାନୀପାଟଣା ବିଇଓ ଅଫିସ ରୁ ଅର୍ଥ ହଡ଼ପ ଘଟଣା ସୁଚିସ୍ମିତା କୁ ରିମାଣ୍ଡ ରେ ନେଲା ପୋଲିସ…ମୁହଁ ଖୋଲିଲା ସୁଚିସ୍ମିତା

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବିଇଓ ଅଫିସ୍‌ର ପୂର୍ବ ଆକାଉଣ୍ଟାଣ୍ଟ ଶୁଚିସ୍ମିତା ସୁଆରଙ୍କୁ ଟାଉନ ଥାନା ପୋଲିସ ଗୋଟିଏ ଦିନ ପାଇଁ ରିମାଣ୍ଡରେ ଆଣିଥିଲା। ଦିନ ତମାମ ମାରାଥନ ଜେରା ପରେ ପୋଲିସ ପୁଣି ତାଙ୍କୁ ଜେଲ୍‌କୁ ପଠାଇ ଦେଇଛି।

ଶୁଚିସ୍ମିତା ସୁଆର ଫେରାର ହେବା ପରେ ବନାରସରେ ସମ୍ପର୍କୀୟ ଘରେ ଆତ୍ମଗୋପନ କରିଥିବା ପୋଲିସ ଜେରା ସମୟରେ ଜାଣିବାକୁ ପାଇଛି। ସମସ୍ତ ଟଙ୍କା ହଡ଼ପ କରିଥିବା ଶୁଚିସ୍ମିତା ପୋଲିସ ଆଗରେ ସ୍ବୀକାର କରିଛି ।

ସୂଚନା ଅନୁଯାୟୀ, ଭବାନୀପାଟଣା ବିଇଓ ଅଫିସ୍‌ର ପୂର୍ବ ଆକାଉଣ୍ଟାଣ୍ଟ ଶୁଚିସ୍ମିତା ସୁଆର ବ୍ଲକର ୧୭୧ ଜଣ ଏକ୍ସକ୍ୟାଡର ଶିକ୍ଷକଙ୍କ ସେ ପ୍ଟେମ୍ବର ମାସର ଦରମା ୩୯ ଲକ୍ଷ ଓ ଅନ୍ୟାନ୍ୟ ଅର୍ଥ ବାବଦକୁ ପ୍ରାୟ ୨ କୋଟି ରୁ ଉର୍ଦ୍ଧ୍ବ ଟଙ୍କା  ନିଜ ଆକାଉଣ୍ଟକୁ ଟ୍ରାନ୍ସଫର କରି ହଡ଼ପ କରିଥିବା ପୋଲିସ ଆଗରେ ସ୍ବୀକାର କରିଥିଲେ।

ସେ ଅକ୍ଟୋବର ୬ ତାରିଖ ନିଜ ସ୍କୁଟିକୁ ବିଇଓ ଅଫିସରେ ରଖି ଶିକ୍ଷକ ପୂର୍ଣ୍ଣଶଶି ମହାନ୍ତିଙ୍କ ସହାୟତାରେ ସଦର ଥାନା ନିକଟକୁ ଯାଇଥିଲେ । ସେଠାରୁ ପୂର୍ବରୁ ଜଗି ରହିଥିବା ଗାଡ଼ିରେ ରାୟପୁର ଚାଲି ଯାଇଥିଲେ। ରାୟପୁରରୁ ବିମାନ ଯୋଗେ ବନାରସ ଅଭିମୁଖେ ଯାଇଥିଲେ।ବନାରସରେ ତାଙ୍କର ଏକ ନିକଟ ସମ୍ପର୍କୀୟଙ୍କ ଘରେ ଆତ୍ମଗୋପନ କରିଥିଲେ ସୁଚିସ୍ମିତା। ଜିଲ୍ଲାର ଏକ୍ସକ୍ୟାଡର ଶିକ୍ଷକମାନଙ୍କ ଦରମା ଓ ଶିକ୍ଷକଙ୍କ ବିଭିନ୍ନ ଅନୁଦାନ ହଡପ କରାଯାଇଥିବା ସମ୍ପର୍କରେ ଭବାନୀପାଟଣା ବିଇଓ ଠାକୁର ଚରଣ ସାହୁ ଟାଉନ ଥାନାରେ ଲିଖିତ ଅଭିଯାଗ କରିଥିଲେ । ଏନେଇ ଥାନାରେ ମାମଲା ରୁଜୁ ହେବା ପୂର୍ବରୁ ସୁଚିସ୍ମିତା ସୁଆର୍ ଫେରାର ହୋଇଯାଇଥିଲେ । ପରେ କଳାହାଣ୍ଡି ଭିଜିଲାନ୍ସ ବିଭାଗର ନିଜ ଆଡୁ ମାମଲା ରୁଜୁ କରି ସୁଚିସ୍ମିତାଙ୍କ ଭବାନୀପାଟଣା ଇରିଗେସନ କଲୋନୀ ରେ ଥିବା ବାସଭବନକୁ ସିଲ୍ କରିଥିଲା । ପରେ ବିଇଓ କାର୍ଯ୍ୟାଳୟ ରେ ଥିବା ସୁଚିସ୍ମିତା ଙ୍କ ଆଲମାରୀ କୁ ଖୋଲିଥିଲା ଭିଜିଲାନ୍ସ ବିଭାଗ।ପରେ ଆଲମାରୀ ରୁ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଭିଜିଲାନ୍ସ ହାତରେ ଲାଗିବା ପରେ ଉଭୟ ପୋଲିସ ଓ ଭିଜିଲାନ୍ସ ବିଭାଗ ତଦନ୍ତ ଜାରି ରଖିଥିବା ବେଳେ ଏହି ଘଟଣାରେ ପୋଲିସ ଗତବର୍ଷ ସୁଚିସ୍ମିତା ସୁଆରଙ୍କ ଭିଣୋଇ ଗଙ୍ଗାଧର ପୂଜାରୀଙ୍କୁ ବରଗଡ଼ରୁ ଗିରଫ କରିଥିଲା । ପରେ ଶିକ୍ଷକ ପୂର୍ଣ୍ଣଶଶି ମହାନ୍ତି ଓ ଅନ୍ୟ ଜଣେ ଅଭିଯୁକ୍ତ ଗୋପାଳକୃଷ୍ଣ ଦାସ ଗିରଫ ହୋଇଥିଲେ । ସେମାନଙ୍କୁ ଜାମିନ ମିଳିଥିବା ବେଳେ ପ୍ରାୟ ୬ ମାସରୁ ଅଧିକ ସମୟ ହେବ ମୁଖ୍ୟ ଅଭିଯୁକ୍ତ ସୁଚିସ୍ମିତା ପୋଲିସ ଓ ତଦନ୍ତକାରୀ ଭିଜିଲାନ୍ସ ବିଭାଗ ହାତରେ ଧରାଛୁଆଁ ଦେଉନଥିଲେ । ଏନେଇ ପୋଲିସ ଟିମ୍ ରାଜ୍ୟ ବାହାରର ବିଭିନ୍ନ ସ୍ଥାନରେ ସୁଚିସ୍ମିତାଙ୍କୁ ଠାବ କରିବା ପାଇଁ ଚଢ଼ାଉ କରିଥିଲେ ହେଁ ତାଙ୍କ କୌଣସି ସୁରାକ ମିଳିନଥିଲା । ହେଲେ ଗତ ୩ ଦିନ ତଳେ ନାଟକୀୟ ଢଙ୍ଗରେ ଭବାନୀପାଟଣା ଏସଡିଜେଏମ କୋର୍ଟ ରେ ଆତ୍ମ ଆତ୍ମ ସମର୍ପଣ କରିଥିଲା ସୁଚିସ୍ମିତା ସୁଆର।ସୁଚିସ୍ମିତା ଆତ୍ମ ସମର୍ପଣ ପରେ ୨୨ ତାରିଖ ସକାଳ ୧୧ ଟାରେ ଭବାନୀପାଟଣା ଟାଉନ ଥାନା ପୁଲିସ ଇନ୍ସପେକ୍ଟର ରନିତାରାଣୀ ଜେଲ୍‌ରୁ ଶୁଚିସ୍ମିତାଙ୍କୁ ରିମାଣ୍ଡରେ ଆଣିଥିଲେ। ଦିନ ତମାମ ମାରାଥନ ଜେରା ପରେ ଅପରାହ୍ନ ୪ଟାରେ ତାଙ୍କୁ ଜେଲ୍‌କୁ ପୁଣି ପଠାଇ ଦେଇଥିଲେ। ଜେରା ବେଳେ ଟଙ୍କା ହଡ଼ପ୍‌ର ସମସ୍ତ କାରନାମା ପୁଲିସ ସମ୍ମୁଖରେ ପ୍ରକାଶ କରିଥିଲେ ଶୁଚିସ୍ମିତା ।ଏଥିସହ ଏହି ଟଙ୍କା କାହାକୁ ପ୍ରଦାନ କରିଥିଲେ ଏହାର ଏକ ଲମ୍ବା ତାଲିକା ପୋଲିସ କୁ ଦେବା ସହ ଏହି ଘୋଟାଲା ରେ ସେ ଏକା ନୁହନ୍ତି ବରଂ ଅନେକ ଶିକ୍ଷା ବିଭାଗର ବଡ଼ ବଡ଼ ଅଧିକାରୀ ମାନେ ସମ୍ପୃକ୍ତ ଥିବା ପୋଲିସ ଆଗରେ ପ୍ରକାଶ କରିଛି ସୁଚିସ୍ମିତା। ପୂର୍ବରୁ ଏହି ଘଟଣାରେ ୩ ଜଣ ସହଯୋଗକାରୀ ଗିରଫ ହୋଇ ଜେଲ୍‌ ଯାଇଛନ୍ତି। ସେପଟେ ଆସନ୍ତା ସୋମବାର ଦିନ ଭିଜିଲାନ୍ସ ବିଭାଗ ସୁଚିସ୍ମିତା ସୁଆର ଙ୍କୁ ରିମାଣ୍ଡ ରେ ନେବ ବୋଲି ଭିଜିଲାନ୍ସ ବିଭାଗ ସୂଚନା ଦେଇଥିବା ବେଳେ ସୁଚିସ୍ମିତା ଙ୍କ ଆତ୍ମ ସମର୍ପଣ ପରେ ଶିକ୍ଷା ବିଭାଗ ର ବଡ଼ ବଡ଼ ଅଧିକାରୀ ଙ୍କ ମନରେ ଛନକା ପଶିଛି।

କଳାହାଣ୍ଡିରୁ ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଧୂଙ୍ଗିଆ ଦେଇ ଦେଵୀ ଙ୍କ ପୀଠରୁ ମୂର୍ତ୍ତି ସହ ଅଳଙ୍କାର ଓ ଅନ୍ୟାନ୍ୟ ସାମଗ୍ରୀ ଚୋରି

Sunil Chandra Nayak

ଦିବ୍ୟାଙ୍ଗ ଯୁବତୀ କୁ ଦୁଷ୍କର୍ମ ।ଅଭିଯୁକ୍ତ ବାହାରେ ନିର୍ଭୟରେ ବୁଲୁଛି। ଅଭିଯୁକ୍ତ କୁ ଗିରଫ କରୁନାହିଁ ପୋଲିସ । ନ୍ୟାୟ ପାଇଁ ଡିଜି ଙ୍କ ଦ୍ୱାରସ୍ଥ ହେଲେ ପିଡିତା 

Sunil Chandra Nayak

ଅବକାରୀ ବିଭାଗ ର ବଡ଼ ସଫଳତା ଦେଶୀ ମହୁଲି ମଦ ସହିତ ଏକ ୱଙ୍ଗନର କାର ସହିତ ଜଣେ ଅଟକ

Sunil Chandra Nayak

Leave a Comment

error: Content is protected !!