ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଉରକେଲା ମହାବିଦ୍ୟାଳୟରେ ‘ବର୍ଜ୍ଯବସ୍ତୁ ପ୍ରବନ୍ଧନ ପ୍ରଶିକ୍ଷଣ କର୍ମଶାଳା

ରାଉରକେଲା/ ସେକ୍ଟର ୪ ସ୍ଥିତ ରାଉରକେଲା ମହାବିଦ୍ୟାଳୟରେ ସ୍ବାସ୍ଥ୍ୟ, ପାନୀୟ ଓ ସ୍ୱଚ୍ଛତା ବିଭାଗ ତରଫରୁ ଏବଂ ଅଧ୍ୟାପକ ଅଜିତ ବେକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ‘ବର୍ଜ୍ଯବସ୍ତୁ ପ୍ରବନ୍ଧନ’ ଉପରେ ଏକ ‘ପ୍ରଶିକ୍ଷଣ ଓ ଜାଗରୁକତା କର୍ମଶାଳା’ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷା ପ୍ରଫେସର ସୁଜାତା ପ୍ରଧାନଙ୍କ ସଭାପତିତ୍ବରେ ଆୟୋଜିତ ଏହି କର୍ମଶାଳାରେ ମୁଖ୍ୟ ପ୍ରଶିକ୍ଷିକା ଭାବରେ ଫେଭିକ୍ରିଲ-ଛେଣ୍ଡର ଲଭଲି ଘୋଷ ଏବଂ ସହଯୋଗୀ ପ୍ରଶିକ୍ଷିକା ସବିତା ଭଗତ, ଟ୍ବିଙ୍କିଲ୍ ପ୍ରସାଦ ଏବଂ ଡୁଲି ସୋରେନ୍ ଯୋଗ ଦେଇଥିଲେ । ଛାତ୍ର-ଛାତ୍ରୀମାନଙ୍କ ଭିତରେ ଆତ୍ମ ନିର୍ଭରଶୀଳତା ଓ ଆତ୍ମ କର୍ମ ନିଯୁକ୍ତି ପ୍ରୋତ୍ସାହନ ନିମିତ୍ତ ଉଦ୍ଦିଷ୍ଟ ଏହି କର୍ମଶାଳାରେ ୧୦୦ରୁ ଊର୍ଦ୍ଧ୍ବ ଛାତ୍ର-ଛାତ୍ରୀ ଭାଗ ନେଇ ବର୍ଜ୍ୟ ବୋତଲକୁ ବ୍ୟବହାର କରି କିପରି ବ୍ୟବସାୟ ଉପଯୋଗୀ, କାରୁକାର୍ଯ୍ୟ ଯୁକ୍ତ ସୁନ୍ଦର ସୁନ୍ଦର ବସ୍ତୁ ପ୍ରସ୍ତୁତ କରି ହେବ, ତାହା ଶିକ୍ଷା ଲାଭ କରିଥିଲେ। କର୍ମଶାଳାକୁ ସଫଳ କରିବା ପାଇଁ ପ୍ରାଧ୍ୟାପିକା ତପସ୍ୱିନୀ ମିଶ୍ର, ପ୍ରାଧ୍ୟାପିକା ଭାରତୀ ବରୱଆ, ଅଧ୍ୟାପିକା ବନ୍ଦନା ସୋରେଙ୍ଗ, ଅଧ୍ୟାପିକା ରଶ୍ମିପ୍ରଭା ମଥାନ, ପ୍ରାଧ୍ୟାପକ ଡଃ ରବୀନ୍ଦ୍ର କୁମାର ଜେନା, ଅଧ୍ୟାପକ କରୁଣାକର ପାଟ୍ଟଶାଣୀ, ଅଧ୍ୟାପକ ମନୋଜ କୁମାର ଦଳେଇ, ଅଧ୍ୟାପକ ରଶ୍ମିରଞ୍ଜନ ରାଉତ, ଅଧ୍ୟାପକ ବନବିହାରୀ କିଷାନ, ଅଧ୍ୟାପକ ଅନୁପ ଏକ୍କା, ଅଧ୍ୟାପିକା ମୌସୁମୀ ଦାସ, ଅନାମିକା କୁଲ୍ଲୁ, ଶର୍ମିଷ୍ଠା ସିଂ, ମୌସୁମୀ ଦାସ, ଶୁଚିସ୍ମିତା ପ୍ରଧାନ, ଅଧ୍ୟାପକ ବିକ୍ରମ ସାହୁ, ରାଜଦୀପ ସୋରେନ, ଅନିଲ କୁମାର ରାମ ତଥା ଅଶୋକ କିଷାନ, ବିଶାଳ କୁମାର ରାମ, ଅରୁଣ ମହାନ୍ତି, ସାହିଲ କୁମାର ଶର୍ମା, ଲୋପାମୁଦ୍ରା ପତି, ଜ୍ୟୋତି ସାହୁ, ଲିପ୍ସା ବଳିଆରସିଂହ ପ୍ରମୁଖ ଛାତ୍ର- ଛାତ୍ରୀମାନେ ସହଯୋଗ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଆନ୍ଧ୍ର ସୀମାନ୍ତ ବର୍ତ୍ତି ବନ୍ଧୁଗାଁ ବ୍ଲକର ସାନ ସରୁପାଲ୍ଲୀ ଠାରେ ଓଡିଶା ଡ୍ରାଇଭର ମହା ସଂଘର ପ୍ରଥମ ଦିବସ ପାଳିତ 

masiha

କେଗାଁ ଥାନାରେ ନୂତନ ଥାନା ଅଧିକାରୀଙ୍କ ଯୋଗଦାନ

Sunil Chandra Nayak

କଳାକାର ସଂହତି ବିଶ୍ଵ କଲ୍ୟାଣର ଦ୍ୟୋତକ : ରାଜେନ୍ଦ୍ର ପତି

Leave a Comment

error: Content is protected !!