ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ମିଳିତ ନିଯୁକ୍ତି ( କନିଷ୍ଠ ସହାୟକ ଏବଂ ପଞ୍ଚାୟତ ନିର୍ବାହୀ ଅଧିକାରୀ) ପଦବୀ ପରୀକ୍ଷା ପରିଚାଳନା ପାଇଁ ପ୍ରସ୍ତୁତି ବୈଠକ

ମୟୂରଭଞ୍ଜ – ୬/୭ (ମସିହା) ଆସନ୍ତା ଜୁଲାଇ ୯ ( ରବିବାର) ତାରିଖରେ ମିଳିତ ନିଯୁକ୍ତି ପରୀକ୍ଷା ( କନିଷ୍ଠ ସହାୟକ ଏବଂ ପଞ୍ଚାୟତ ନିର୍ବାହୀ ଅଧିକାରୀ ) ପଦବୀ ପାଇଁ ସାରା ରାଜ୍ୟରେ ବିଭିନ୍ନ କେନ୍ଦ୍ରରେ ପରୀକ୍ଷା ହେବ । ଏଥିପାଇଁ ରାଜ୍ୟ ସରକାର ଶୃଙ୍ଖଳାର ସହ ପରୀକ୍ଷା କେମିତି ଅନୁଷ୍ଠିତ ହେବ ସେଥିପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରରେ ୧୨ ଟି କେନ୍ଦ୍ରରେ ୩୬୭୨ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ଏଥିପାଇଁ କିଭଳି ଶାନ୍ତି ଶୃଙ୍ଖଳାର ସହ ପରୀକ୍ଷା ଅନୁଷ୍ଠିତ ହେବ ସେଥିପାଇଁ ପରୀକ୍ଷା ପରୀକ୍ଷା ପରିଚାଳନା ଦାୟିତ୍ଵରେ ଥିବା ରାଇରଙ୍ଗପୁର ଉପ ଜିଲ୍ଲାପାଳ ଶ୍ରୀ ସରୋଜ ଦାସଙ୍କ ସଭାପତିତ୍ବରେ ଗୁରୁବାର ଦିନ ଅପରାହ୍ନରେ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ବିଭିନ୍ନ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନର ଦାୟିତ୍ଵରେ ଥିବା ସୁପରିଣ୍ଟେଡେଣ୍ଟଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ପରୀକ୍ଷାକୁ ଶୃଙ୍ଖଳାର ସହ ଏବଂ ନୀତି ନିୟମ ଅନୁସାରେ ପାଳନ କରିବାକୁ ଉପଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ବିଶୃଙ୍ଖଳା ହେଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ରାଇରଙ୍ଗପୁରରେ ମହିଳା ମହାବିଦ୍ୟାଳୟରେ ୩୮୪ ଜଣ,କେରଳ ପବ୍ଲିକ ସ୍କୁଲରେ ୮୬୪, ରାଇରଙ୍ଗପୁର ମହାବିଦ୍ୟାଳୟରେ ୬୯୬ ଜଣ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ୪୩୨ ଜଣ, ରାଇରଙ୍ଗପୁର ଉଚ୍ଚ ବିଦ୍ୟାଳୟରେ ୨୮୮ ଜଣ,ଏସ ବି ବାଳିକା ଉଚ୍ଚ ବିଦ୍ୟାଳୟରେ ୧୪୪ ଜଣ,ଲିଟିଲ୍ ଫ୍ଳାଓ୍ବାର ବିଦ୍ୟାଳୟରେ ୧୨୦ ଜଣ, ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ୧୯୨ ଜଣ, ରଘୁନାଥ ଜୀଉ ସରକାରୀ ଉଚ୍ଚ ବିଦ୍ୟାଳୟରେ ୧୨୦ ଜଣ, ହେରମ୍ବ ନାରାୟଣ ଉଚ୍ଚ ବିଦ୍ୟାଳୟରେ ୧୬୮ ଜଣ,ଟେକ୍ନୋଓ୍ବାର୍ଲଡ +୨ ଆବାସିକ କଲେଜରେ ୧୨୦ ଜଣ ଏବଂ ଭେଙ୍କଟେଶ଼୍ବର ଇଂଲିଶ ମିଡିୟମ ସ୍କୁଲରେ ୧୪୪ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । 

ମୟୂରଭଞ୍ଜ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ବାରିପଦା ଠାରେ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ୍ ଦିବସ -୨୦୨୫ ପାଳିତ

Sunil Chandra Nayak

ଦକ୍ଷିଣ ପୂର୍ବ ରେଳବାଇ ଜିଏମ୍ ଙ୍କ ଦ୍ଵାରା ଜଳେଶ୍ଵର ଷ୍ଟେସନରେ ଅମୃତ ଯୋଜନାରେ ଚାଲିଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା

Sunil Chandra Nayak

ନବରଙ୍ଗପୁରରେ “ବିକାଶ ର ଧାରା ଓଡିଶା ସାରା” କାର୍ଯ୍ୟକ୍ରମର ଦ୍ୱିତୀୟ ଦିନ: ଜାତି ଓ ଜନଜାତି ସମ୍ବାଦ କାର୍ଯ୍ୟକ୍ରମ 

Sunil Chandra Nayak

Leave a Comment

error: Content is protected !!