ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଉରକେଲା ବିମାନ ଯାତ୍ରୀ ହନ୍ତସନ୍ତ ବିକାଶ ମଞ୍ଚର ଉଦବେଗ

ରାଉରକେଲା ବିମାନ ଯାତ୍ରୀ ହନ୍ତସନ୍ତ ବିକାଶ ମଞ୍ଚର ଉଦବେଗ

ରାଉରକେଲା : ଗତକାଲି ହଠାତ ଶେଷ ମୁହୂର୍ତ୍ତରେ ରାଉରକେଲା- ଭୁବନେଶ୍ୱର ଓ କଲିକତାକୁ ଚଳାଚଳ କରୁଥିବା ଏଲାଇନ୍ସ ଏଆରଲାଇନ୍ସର ବିମନରେ ଯାନ୍ତ୍ରିକ ତ୍ରୁଟି ଘୋଷଣା କରି ଏଆରଲାଇନ୍ସ କର୍ତୃପକ୍ଷ ଚୁପ ହୋଇ ବସିଯିବାରୁ ବିମାନରେ ଯାତ୍ରା କରିବାକୁ ଥିବା ଶହଶହ ଯାତ୍ରୀ ହଇରାଣ ହେବା ସହ ଭବିଷ୍ୟତରେ ଏଇ ବିମାନରେ ଯାତ୍ରା କରିବାକୁ ଭରସା କରି ପାରୁନାହାନ୍ତି l ଉଣେଇଶଶହ ଷାଠିଏ ମସିହାରୁ ଆରମ୍ଭ ହୋଇଥିବା ରାଉରକେଲା ଏଆରଷ୍ଟ୍ରିପକୁ ରାଉରକେଲା ବିକାଶ ମଞ୍ଚ ଶହ ଅନ୍ୟାନ୍ୟ ସାମାଜିକ ଅନୁଷ୍ଠାନ ମାନଙ୍କର ପ୍ରବଳ ଦାବି ଫଳରେ ଦୁଇହଜାର ତେଇଶି ମସିହାରେ ହୋଇଥିବା ହକି ବିଶ୍ୱକପ ପୂର୍ବରୁ ଅର୍ଥାତ ତେଇଶି ଜାନୁଆରୀ ମାସରୁ ଏଆରଷ୍ଟ୍ରିପକୁ ଉନ୍ନୀତ କରାଇ ବିମାନ ବନ୍ଦରରେ ପରିଣତ କରାଗଲl l ସେତେବେଳେ ରାଉରକେଲା – ଭୁବନେଶ୍ୱରକୁ ବାସ୍ତରୀ ସିଟ ବିଶିଷ୍ଟ ବିମାନ ସେବା ଆରମ୍ଭ କରାଯାଇ ପରେ କଲିକତାକୁ ମଧ୍ୟ ଯୋଡ଼ାଗଲା l ବିଡମ୍ବନାର ବିଷୟ ଏଲାଇନ୍ସ ଏଆରଲାଇନ୍ସ ପାଖରେ ଅଳ୍ପ କେତେଖଣ୍ଡ ପୁରୁଣାକାଳିଆ ବିମାନ ଥାଇ ମଧ୍ୟ ତାହାକୁ ତିନିବର୍ଷ ପାଇଁ ବିମାନ ଚଳେଇବାର ଅନୁମତି ପ୍ରଦାନ କରାଗଲା l କିନ୍ତୁ ବିମାନସେବା ଆରମ୍ଭ ଦିନଠାରୁ ଅର୍ଥାତ ସତର ମାସ ମଧ୍ୟରେ ଯାନ୍ତ୍ରିକ ତ୍ରୁଟି ଓ ବିଭିନ୍ନ ଆଳ ଦେଖାଇ ଶହେ ଦିନରୁ ଊର୍ଧ୍ୱ ସମୟରେ ବିମାନ ବାତିଲ କରାଯାଇ ବିମାନଯାତ୍ରୀଙ୍କୁ ମାନସିକ ଓ ଶାରୀରିକ ଯାତନା ଦିଆଗଲା l ନିକଟରେ ଭୁବନେଶ୍ୱରରୁ ରାଉରକେଲା ଆସୁଥିବା ବିମାନକୁ ଯାନ୍ତ୍ରିକ ତ୍ରୁଟିର ଆଳରେ କଲିକତା ନିଆଗଲା କିନ୍ତୁ ଏଆରଲାଇନ୍ସ ତରଫରୁ ଯାତ୍ରୀ ମାନଙ୍କର ଅନ୍ୟକିଛି ବ୍ୟବସ୍ଥା ନକରିବାରୁ ଯାତ୍ରୀମାନେ ନିଜ ନିଜର ବ୍ୟବସ୍ଥା ଅନୁସାରେ ତାର ପରଦିନ ରାଉରକେଲା ଫେରିଲେ l ଏଇଭଳି ବିମାନଯାତ୍ରୀ ଟିକଟ କାଟି ଅନିଶ୍ଚିତତା ଭିତରେ ବିମାନ ଯାତ୍ରା କରୁଛନ୍ତି l ନିର୍ବାଚନ ଥିବାରୁ ବିଭିନ୍ନ ରାଜନୈତିକ ଦଳର ତୁଙ୍ଗନେତା, ମନ୍ତ୍ରୀମାନେ ବିମାନର ସେବା ନେଇ ନିର୍ବାଚନ ପ୍ରଚାର କରୁଛନ୍ତି, ଆଗାମୀ ଦିନରେ ଓଡିଶାର ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଗୃହମନ୍ତ୍ରୀଙ୍କର ରାଉରକେଲା ଆସିବାର ଅଛି l ବିମାନ ବନ୍ଦରକୁ ୪ସି କୁ ଉନ୍ନତିକରଣ ସହ ଦିନରାତି ନିୟମିତ ବିମାନ ସେବା ପ୍ରଦାନ କରିବା ସହ ରାଉରକେଲା ଠାରେ ଏକ ନୂଆ ରେଳବାଇ ଡିଭିଜନ ପ୍ରତିଷ୍ଠା କରିବା ଓ ସରକାରୀ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟରେ ପରିଣତ କରିବା ଆଦି ପାଇଁ ରାଉରକେଲା ବିକାଶ ମଞ୍ଚ ସହ ଅନ୍ୟାନ୍ୟ ଅନୁଷ୍ଠାନ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ବିଭିନ୍ନ ବିଭାଗକୁ ଅନୁରୋଧ କରିଆସୁଥିଲେ ମଧ୍ୟ କୌଣସି ଆଖିଦୃଶିଆ ପଦକ୍ଷେପ ନିଆଯାଉ ନାହିଁ l ଆଗକୁ ନିର୍ବାଚନ ଆସୁଥିଲେ ମଧ୍ୟ ବିଭିନ୍ନ ରାଜନୈତିକ ଦଳଙ୍କ ଏହି ସବୁ ଦାବି ପ୍ରତି ଉଦାସୀନତା ପରିଲକ୍ଷିତ ହେଉଛି, ଯାହାଫଳରେ ଶିଳ୍ପସମୃଦ୍ଧ ସୁନ୍ଦରଗଡ଼ ଜିଲ୍ଲା ତଥା ରାଉରକେଲା ସହରର ବିକାଶ ପ୍ରତି ସାଧାରଣ ଜନତା ସନ୍ଦିହାନ ହୋଇଗଲେଣି l ଏଇ ପରିପ୍ରେକ୍ଷୀରେ ବିକାଶ ମଞ୍ଚର ଆବାହକ ଡ଼କ୍ଟର ସୁମନ ଦତ୍ତଙ୍କ ସହ ବରିଷ୍ଠ ଉପଦେଷ୍ଟା ଅଭୟ କୁମାର ଦାସ, ଅମୂଲ୍ୟ ବରାଳ, ପଶୁପତି ଚାଟାର୍ଜି, ସଂଜୀବ ମହାନ୍ତି, ଆର୍ତ୍ତ ମହାରଣା,ସୁପ୍ରତିକ ମିଶ୍ର, କୁଞ୍ଜ ବିହାରୀ ରାଉତ, ସତ୍ୟାନନ୍ଦ ବେହେରା,ଉତ୍ତମ କୁମାର ସାମଲ ସହ ଅନ୍ୟମାନେ ଉଦବେଗ ପ୍ରକାଶ କରିବା ସହ ରାଉରକେଲାବାସୀ ଏହିସବୁ ଦିଗରେ ଧ୍ୟାନ ଦେଇ ଉଚିତ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି l

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର 

Sunil Chandra Nayak

ଆଦର୍ଶ ବିଦ୍ୟାଳୟର ବାର୍ଷିକ ଉତ୍ସବ 

masiha

ଯୋଡ଼ା ଟାଟାଷ୍ଟିଲ ମେଡିକାଲରେ ନିଜସ୍ୱ ଆମ୍ବୁଲାନ୍ସ ନାହିଁ, ଆବଶ୍ୟକ କର୍ମଚାରୀ ନିଯୁକ୍ତି ନ କରିବା ପାଇଁ ଭଡା ଗାଡି ଚାଲିଛି କି ? 

masiha

Leave a Comment

error: Content is protected !!