ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅବସରପ୍ରାପ୍ତ ହିନ୍ଦୀ ଶିକ୍ଷକଙ୍କ ପରଲୋକ

ଅବସରପ୍ରାପ୍ତ ହିନ୍ଦୀ ଶିକ୍ଷକଙ୍କ ପରଲୋକ

ଖଇରା,୧୨/୫/୨୪- ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ନୟାଖଣ୍ଡି ପଞ୍ଚାୟତ ବେଗୁନିଆ ଗ୍ରାମର ଭୋଳାନାଥ ମହାନ୍ତିଙ୍କର ତା ୧୨/୫/୨୪ ରିଖ ରବିବାର ପରଲୋକ ହୋଇ ଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା । ସେ କିଛି ଦିନ ଧରି ବାର୍ଦ୍ଧକ୍ୟ ଜନିତ ଅସୁସ୍ଥ ଥିଲେ । ଖଇରା ସରକାରୀ ହାଇସ୍କୁଲର ହିନ୍ଦୀ ଶିକ୍ଷକ ଥିଲେ । ତାଙ୍କ ଜୀବନ କାଳ ମଧ୍ୟରେ କୌଣସି ଦିନ ଗୋଡ଼ରେ ଚପଲ ପିନ୍ଧି ନଥିଲେ । ତାଙ୍କର ବିଧବା ପତ୍ନୀଙ୍କ ସମେତ ୫ପୁଅ, ୧ ଝିଅ ଅଛନ୍ତି । କିଛି ବର୍ଷ ପୂର୍ବେ ତାଙ୍କର ପୁତ୍ର ଖଇରା ମହାବିଦ୍ୟାଳୟରେ ଚାକିରି କରିଥିବା ସମୟରେ ସ୍ବର୍ଗତ ଭକ୍ତ କିଶୋର ମହାନ୍ତିଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିଲେ । ଶ୍ରୀ ମହାନ୍ତି ଜଣେ ସଚ୍ଚୋଟ, ନିଷ୍ଠାପର, ମିଷ୍ଟଭାଷୀ, ଭଦ୍ର ବ୍ଯାକ୍ତି ଥିଲେ । ତାଙ୍କର ମୃତ୍ୟୁ ଖବର ପାଇବା ପରେ ଖଇରା ଅଞ୍ଚଳବାସୀ ଓ ମାନ୍ଯମାନ ଭଦ୍ରବ୍ୟକ୍ତି ଓ ତାଙ୍କ ଆଦର୍ଶରେ ଗଢ଼ିଉଠିଥିବା ଛାତ୍ରଛାତ୍ରୀ ମାନେ ଯାଇ ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ । ତାଙ୍କ ଦେହାନ୍ତ ଖବର ଶୁଣି ସମ୍ପୃକ୍ତ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

କଡ଼ାକଡ଼ିଭାବେ ପାଳନ ହେବ ନିର୍ବାଚନ ଆଦର୍ଶ ଆଚରଣ ବିଧି 

masiha

ବୁଡ଼ାଗୁଡ଼ା ଗ୍ରାମ ପଞ୍ଚାୟତ ସ୍ତରୀୟ ଆମ ଓଡ଼ିଶା ନବୀନ ଓଡ଼ିଶା ସଚେତନତା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

Self-Defense Training Program Organized by Shaktishree of Sanatan Harichandan College.

Sunil Chandra Nayak

Leave a Comment

error: Content is protected !!