ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ଼ ଠାରେ ଆର୍ଟ ଅଫ ଗିଭିଂ କାର୍ଯ୍ୟକ୍ରମ ଅନୁଷ୍ଠିତ

ଧର୍ମଗଡ଼ ଠାରେ ଆର୍ଟ ଅଫ ଗିଭିଂ କାର୍ଯ୍ୟକ୍ରମ ଅନୁଷ୍ଠିତ

ଆଜି ଅନ୍ତର୍ଜାତୀୟ ଆର୍ଟ ଅଫ ଗିଭିଂ ଦିବସ । ୨୦୧୩ ମସିହାରୁ ବିଶ୍ଵବ୍ୟାପୀ ୨୨୦ରୁ ଅଧିକ ଦେଶରେ ପାଳନ କରାଯାଉଛି ଆର୍ଟ ଅଫ ଗିଭିଂ ଦିବସ । ଚଳିତ ଥର ଦ୍ୱାଦଶ ବର୍ଷ ରେ ପହଞ୍ଚିଛି ଏଥର ର ଥିମ ରହିଛି ନେବରଗୁଡ୍ ଅର୍ଥାତ ପଡ଼ୋଶୀଙ୍କ ସହ ସୁସଂପର୍କ ରଖିବା । ସମାଜରେ ଖୁସି,ସଂପ୍ରୀତି ବଣ୍ଟନ ନିମନ୍ତେ ଏହି ପ୍ରୟାସ ଅନ୍ୟକୁ ପ୍ରେରଣା ଯୋଗାଇଛି । ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ସ୍ଥିତ ପଞ୍ଚାୟତ ମହାବିଦ୍ୟାଳୟ ଠାରେ ଦ୍ୱାଦଶ ଆର୍ଟ ଅଫ ଗିଭିଂ ଦିବସ ପାଳିତ ହୋଇଯାଇଛି । ଧର୍ମଗଡ଼ ସ୍ଥିତ ଚାରିଛକ ଠାରେ ଥିବା ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରି ଏକ ଶୋଭାଯାତ୍ରାରେ ବାହାରି ପଞ୍ଚାୟତ ମହାବିଦ୍ୟାଳୟ କୁ ପହଞ୍ଚିଥିଲେ । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ତହସିଲଦାର ସଞ୍ଜୟ କୁମାର ସାମନ୍ତରା,ସମ୍ମାନିତ ଅତିଥି ସହକାରୀ ଜିଲ୍ଲାପାଳ ଅଜିତ କୁମାର ଶବର,ପୂର୍ବତନ ପଞ୍ଚାୟତ କଲେଜ ଅଧ୍ୟକ୍ଷ ସତ୍ୟ ପଟ୍ଟନାୟକ,ଯଶୋଦା ଅନାଥ ଆଶ୍ରମ ର ପରିଚାଳକ ଶ୍ୟାମ ସୁନ୍ଦର ଜାଲ,ସମାଜସେବୀ ଘନଶ୍ୟାମ ଅଗ୍ରୱାଲ,ଶ୍ୟାମସୁନ୍ଦର ମାଝୀ,ଅଧ୍ୟାପକ ସରୋଜ ପଣ୍ଡା,କିସ ର ଶିକ୍ଷୟତ୍ରୀ ସୁପ୍ରିୟା ପଣ୍ଡା ପ୍ରମୁଖ ମଞ୍ଚାସିନ ହୋଇଥିଲେ । କିସ ବିଦ୍ୟାଳୟ ର କୁନିକୁନି ଛାତ୍ରୀ ମାନଙ୍କ ଦ୍ୱାରା ନାଚ, ଗୀତ ର ପ୍ରତିଯୋଗିତା ହୋଇଥିଲା କୃତିତ୍ୱ ଛାତ୍ରୀ ମାନଙ୍କୁ ମାନପତ୍ର ସହ ଔପଢକନ ଦେଇ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ କୁ ମହିଳା ମହାବିଦ୍ୟାଳୟ ର ଇଂରାଜୀ ଅଧ୍ୟାପକ ଵଂକିମ ମୁଣ୍ଡ ସଭା ପରିଚାଳନା କରିଥିବା ବେଳେ କିସ ର ମେନେଜମେଣ୍ଟ ଷ୍ଟାଫ ସିଧାନ୍ତ ମାଝୀ,କିସ ର ଶିକ୍ଷୟତ୍ରୀ ପ୍ରିୟଦର୍ଶିନୀ ପୁରୋହିତ,କଳିଙ୍ଗ ଟିଭି ସାମ୍ବାଦିକ ଆଶୁତୋଷ ରାଉତ,କିସ ଅଭିଭାବକ ସଙ୍ଘର ସଭାପତି ରୁକୁରାମ ଶବର,ବନମାଳୀ ଭୋଇ,ଇନ୍ଦ୍ରିଜିତ ନାଏକ,ପ୍ରବିତ୍ର ମୋହନ ଶବର,ଡୋଲେଶ୍ୱର ଶବର ପ୍ରମୁଖ ସହଯୋଗ କରିଥିଲେ। ଅଚ୍ୟୁତ ସାମନ୍ତଙ୍କର ଏଭଳି ମହତ କାର୍ଯ୍ୟକ୍ରମକୁ ସମସ୍ତ ଅତିଥିଗଣ ପ୍ରଶଂସା କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ନ୍ୟାସନାଲ କ୍ଲବ ଆନୁକୂଲ୍ୟରେ ପ୍ରତିଭା ଅନ୍ୱେଷଣ ଉତ୍ସବ-2023

Sunil Chandra Nayak

ଓମ୍ ପ୍ରକାଶ ସାହୁଙ୍କ ଦ୍ୱାରା ବାଲୁକା କଳାରେ ସଚେତନ ବାର୍ତ୍ତା 

masiha

ନିର୍ଦ୍ଧାରିତ ସମୟ ପୂର୍ବରୁ ବିଦ୍ୟାଳୟ ଛୁଟି, ବ୍ଲକ ଅଧ୍ୟକ୍ଷଙ୍କ ଆପତ୍ତି  

masiha

Leave a Comment

error: Content is protected !!