ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୩୫ତମ ଜାତୀୟ ସଡ଼କ ସୂରକ୍ଷା ସପ୍ତାହ ୨୦୨୩ ପାଳିତ

ଥୁଅମୂଳ ରାମପୁର:୨୬/୦୧ – (ମ.ନି.ସ):- ଭାରତ ବର୍ଷରେ ଦିନକୁ ଦିନ ସଡ଼କ ଦୁର୍ଘଟଣାରେ ଅନେକ ଲୋକଙ୍କ ଜୀବନ ଅକାରଣରେ ଚାଲିଯାଉଛି। ଏହାକୁ ଦୃଷ୍ଟିରେ ରଖି ଦୁର୍ଘଟଣା ଜନୀତ ମୃତ୍ୟୁକୁ ରୋକିବା ପାଇଁ ଯାନବାହାନ ଚାଳକ ମାନଙ୍କ ସହ ଜନସାଧାରଣ ମାନଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟ ରେ ଆଜି ୧୬/୦୧/୨୦୨୩ ତାରିଖ ସୋମବାର ଦିନ ୩୪ ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ୨୦୨୩ ପାଳନ ହୋଇଯାଇଛି। ସଡ଼କ ସୁରକ୍ଷା ଉପରେ ଗୁରୁତ୍ୱ ଦେବା ପାଇଁ ଜନସାଧାରଣ ମାନଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନା ଅଧିକାରୀ ଗୋବିନ୍ଦ ମାଝୀଙ୍କ ନେତୃତ୍ବରେ ସଡ଼କ ସୁରକ୍ଷା ସଚେତନତା ଏକ କାର୍ଯ୍ଯକ୍ରମ ହୋଇଯାଇଛି ଏଥିରେ ଥୁଆମୂଳ ରାମପୁର ଥାନା କର୍ମଚାରୀ ଓ ମାଁ ମାଣିକେଶ୍ବରୀ ପଞ୍ଚାୟତ ସମିତି ମହାବିଦ୍ୟାଳୟର ଶିକ୍ଷକ, ଛାତ୍ରଛାତ୍ରୀ ସାମିଲ ହୋଇ ମାଁ ମାଣିକେଶ୍ବରୀ ମନ୍ଦିର ଠାରୁ ତହସିଲ ଅଫିସ ଛକ ପର୍ଯ୍ୟନ୍ତ ଶୋଭାଯାତ୍ରାରେ ବାହାରି ସ୍ଲୋଗାନ ଦେବା ସହ ଥୁଆମୂଳ ରାମପୁର ପରିକ୍ରମା କରିଥିଲେ l ଉକ୍ତ ସଡ଼କ ସୁରକ୍ଷା ଦିବସରେ ଦୁଇ ଚକିଆ ଗାଡି ଚାଳକ ମାନଙ୍କୁ ସନ୍ଦେସ ଦିଆଯାଇଥିଲା ବିନା ହେଲମେଟରେ ଦୁଇ ଚକିଆ ଗାଡି ଚଲାନ୍ତୁ ନାହିଁ କି ବସନ୍ତୁ ନାହିଁ, ଟ୍ରାଫିକ ସଂକେତ ମାନି ଗାଡି ଚଳାନ୍ତୁ, ଦ୍ରୁତ ଗତିରେ ଗାଡି ଚଳାନ୍ତୁ ନାହିଁ,ମଦ୍ୟପାନ କରି ଗାଡି ଚଳାନ୍ତୁ ନାହିଁ, ଏପରି ସରକାରଙ୍କ ଟ୍ରାଫିକ ଆଇନକୁ ଯିଏ ନ ମାନିଲେ ଆଇନ ଅନୁସାରେ ଦଣ୍ଡ ଭାଗିବା ସହ ଜରିମାନା ମଧ୍ୟ ଦେବାକୁ ପଡିବ ବୋଲି ସମାଜ କୁ ସଚେତନ ବାର୍ତ୍ତା ପ୍ରଦାନ କରି ଚାଳକଙ୍କ ଉଦ୍ଦେଶ୍ୟ ରେ କିଛି ସନ୍ଦେସ ମଧ୍ୟ ଦିଆଯାଇଛି ଯାହାକି ସଦାବେଳେ ଗାଡି ଚଳାଇବା ବେଳେ ନିଶା ସେବନ କରି ଚଳାଇବେ ନାହିଁ, ଯଦି ନିଶା ସେବନ କରି ଗାଡି ଚଳାଇବା ଘଟଣା ଦ୍ବାରା ପ୍ରାୟ ୯୯% ଲୋକଙ୍କ ଦୁର୍ଘଟଣା ହେଉଛି, ତେଣୁ ଆମେ ସଚେତନ ରହିବା ଓ ଦୁର୍ଘଟଣାରୁ ବଞ୍ଚିତ ହେବା, ସମସ୍ତ ଗାଡି ଚାଳକ ହେଉ କି ଗାଡ଼ିରେ ବସି ଯାଉଥିବା ଲୋକ ନିଜ ସୁରକ୍ଷା ନିଜ ହାତରେ ତେଣୁ ଆମେ ଯେତେ ସଚେତନ ହେବା ସେତେ ଦୁର୍ଘଟଣାରୁ ବଞ୍ଚିତ ରହିବା ଭଳି ଜନ ସଚେତନତା ଉପରେ ବାର୍ତ୍ତା ଦିଆଯାଇଥିଲା

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ଭାରତୀୟ ମଜଦୁର ସଂଘ ପକ୍ଷରୁ ଆପୋଲୋ ହସ୍ପିଟାଲ ବିରୋଧରେ ମୁଖ୍ୟମନ୍ତ୍ରୀଙ୍କୁ ୫ ଦଫା ଦାବି ପତ୍ର ପ୍ରଦାନ

ଆଇନସେବା ପ୍ରାଧିକରଣ ରୟଗଡା ଦ୍ବାରା ମାନବ ଅଧିକାର ଦିବସ ପାଳିତ

masiha

ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ପଞ୍ଜିକରଣ ଶିବିର

masiha

Leave a Comment

error: Content is protected !!