ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦେଶ ସେବା ଫାଉଣ୍ଡେସନ ପରିବାର ତରଫରୁ ଇଂରାଜୀ ନୂତନ ବର୍ଷ ରେ ନୂତନ ପ୍ରୟାସ ଗଛ ଲଗାଇବା ଆସ

ଦେଶ ସେବା ଫାଉଣ୍ଡେସନ ପରିବାର ତରଫରୁ ଇଂରାଜୀ ନୂତନ ବର୍ଷ ରେ ନୂତନ ପ୍ରୟାସ ଗଛ ଲଗାଇବା ଆସ

କେନ୍ଦ୍ରାପଡ଼ା :- କେନ୍ଦ୍ରାପଡା ଜିଲ୍ଲାର ଦେଶ ସେବା ଫାଉଣ୍ଡେସନ ପରିବାର ତରଫରୁ ଇଂରାଜୀ ନୂତନ ବର୍ଷ କୁ ନିଆରା ଢଙ୍ଗରେ ପାଳନ କରିବା ର ଦେଖିବାକୁ ମିଳିଥିଲା। ସମ୍ପାଦକ ଅକ୍ଷୟ କୁମାର ମଲ୍ଲିକ ଏବଂ ସଭାପତି ମାନସ ବାବୁ ତଥା ସମସ୍ତ ଯୁବ ସମାଜ ସେବୀ ସଦସ୍ୟ ସଦସ୍ୟା ବନ୍ଧୁ ମାନଙ୍କୁ ନେଇ କୁନି କୁନି ପିଲା ମାନଙ୍କ ସହଯୋଗ କ୍ରମରେ ଆଜି ବୃକ୍ଷ ରୋପଣ କରିବା ପାଇଁ ଏକ ସୁନ୍ଦର ସଚେତନତା କାର୍ଯ୍ୟକ୍ରମ ଇଂରାଜୀ ନୂତନ ବର୍ଷ ପାଳନ ଉପଲକ୍ଷେ କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ବ୍ଲକ ର ଜଅଂରା ବାରିମୂଳ ପଞ୍ଚାୟତ ରେ ଅନୁଷ୍ଠିତ ହୋଇ ଯାଇଥିଲା। ଏହି ଭଳି ସୁନ୍ଦର ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାର ମୂଖ୍ୟ ଉଦେଶ୍ୟ ଆଗାମୀ ଯୁବ ପିଢ଼ି ପାଇଁ କିଛି ସ୍ବତନ୍ତ୍ର ପରିବର୍ତନ ଆଣିବ। ଏବଂ ବୃକ୍ଷ ବିନା ଜୀବଜଗତ ବଞ୍ଚିବା ଅସମ୍ଭବ ସେଥି ପାଇଁ ଦେଶ ସେବା ଫାଉଣ୍ଡେସନ ପରିବାର ର ଯୁବ ସମ୍ପାଦକ ଅକ୍ଷୟ କୁମାର ମଲ୍ଲିକ ଙ୍କ ପ୍ରୟାସ ଆଗାମୀ ଦିନରେ ସାର ଓଡ଼ିଶା ରେ ବୃକ୍ଷ ରୋପଣ କିଭଳି ଭାବରେ ହୋଇପାରିବ ସେଥି ପାଇଁ ଲୋକ ମାନଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରିବା ପାଇଁ ଆଜି ଇଂରାଜୀ ନୂତନ ବର୍ଷ ରେ ନୂତନ ପ୍ରୟାସ ଗଛ ଲଗାଇବା ଆସ ଏହି ସୁନ୍ଦର ସ୍ଲୋଗାନ ଦେଇ ସଚେତନତା ଅଭିଯାନ ଆରମ୍ଭ କରିଥଲେ ସାମାଜିକ ସଂଗଠନ ଦେଶ ସେବା ଫାଉଣ୍ଡେସନ ପରିବାର।

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!

Related posts

କେସିଙ୍ଗା ଏନ ଏ ସି ନିର୍ବାହୀଅଧିକାରୀଙ୍କ ବଦଳି ଦାବୀ ନେଇ କେସିଙ୍ଗା ବନ୍ଦ ସମ୍ପୂର୍ଣ୍ଣ ସଫଳ

masiha

କନ୍ଧମାଳରେ ଚିଠା ଭୋଟର ତାଲିକା ପ୍ରକାଶ: ସ୍ୱତନ୍ତ୍ର ସଘନ ସଂଶୋଧନ ନେଇ ସର୍ବଦଳୀୟ ବୈଠକ 

ଜାତୀୟ ସେବା ଯୋଜନା ଦ୍ବାରା ସଡ଼କ ସୁରକ୍ଷା ସଚେତନତା ପଥ ପରିକ୍ରମା

Sunil Chandra Nayak

Leave a Comment

error: Content is protected !!