ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚହଗାଁଠାରେ ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ ଅନୁଷ୍ଠିତ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାର ଲୋକ ମହୋତ୍ସବକୁ ନେଇ ଭବାନୀପାଟଣା ବ୍ଲକ ଅନ୍ତର୍ଗତ ଚହଗାଁ ଗ୍ରାମପଞ୍ଚାୟତ ଠାରେ ଆଜି ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୩ ମହାସମାରୋହରେ ପାଳିତ ହୋଇଯାଇଛି । ସରପଞ୍ଚ ଶ୍ରୀମତୀ ତପସ୍ୱିନୀ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଆନ୍ତର୍ଜାତୀକ ଖ୍ୟାତନାମ କବି ତଥା ବିଜେଡି ରାଜ୍ୟ ପରିଷଦ ସଦସ୍ୟ ଡ଼. ଭବାନୀ ଶଙ୍କର ନିଆଲ ଯୋଗଦେଇ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ । ଗ୍ରାମଦେବିଙ୍କ ଠାରେ ପୂଜାର୍ଚ୍ଚନା ପରେ ସେଠାରୁ ମଶାଲ ନେଇ ଗ୍ରାମ ପଞ୍ଚାୟତ ପରିସରରେ ରହିଥିବା ମଞ୍ଚରେ ସ୍ଥାପନା କରିଥିଲେ । ସରପଞ୍ଚଙ୍କ ସମେତ ନାଏବ ସରପଞ୍ଚ ମୋହିତ ବାଗ, ସମିତି ସଭ୍ୟା ସବିତା ବାଗ ଓ ଅନ୍ୟ ସମସ୍ତ ୱାର୍ଡ ସଭ୍ୟ / ସଭ୍ୟା ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ସାମ୍ମାନୀତ ଅତିଥିଭାବେ ଜିଲ୍ଲପରିଷଦ ସଦସ୍ୟ ଦୟାନିଧି ନାଏକ,ରାମଚନ୍ଦ୍ର ଧଙ୍ଗଡ଼ାମାଝୀ ଉପସ୍ଥିତ ରହି କଳାହାଣ୍ଡିର ଲୋକ ସଂସ୍କୃତି ଓ ପରମ୍ପରା ବିଷୟରେ ମାର୍ଗଦର୍ଶନ ଦେଇଥିଲେ । ଚହଗାଁ ଅଧିନସ୍ଥ ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ କଳାହାଣ୍ଡି ଉତ୍ସବ ଉପଲକ୍ଷେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ମଞ୍ଚରେ ପୁରସ୍କୃତ କରାଯାଇଥିଲା । ତପିମଣୀ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏଥିରେ ଛାତ୍ର ବିଜେଡି ଜିଲ୍ଲା ଉପସଭାପତି ନୀଳାମ୍ବର ସାହୁ, ସମାଜସେବୀ ଜଗତ ରାମ ସାହୁ, କୈଳାଶ ସାହୁ, ଅଙ୍ଗଦ ମାଝୀ, ପୂର୍ଣ୍ଣଚନ୍ଦ୍ର ବାଗ, ମକରନ୍ଦ ମାଝୀ, ବ୍ୟାସଦେବ ସାହୁ ସମେତ ସମସ୍ତ ସ୍କୁଲର ଛାତ୍ର ଛାତ୍ରୀ ଶିକ୍ଷକ ବୃନ୍ଦ,ପଞ୍ଚାୟତର ସମସ୍ତ କର୍ମଚାରୀ, ଭଦ୍ରବ୍ୟକ୍ତି, ସମସ୍ତ ସି ଆର ପି, ଏସ ଏଚ ଜି ମହିଳା ମାଁ ମାନେ ଉପସ୍ଥିତ ରହି କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ । ଶେଷରେ ସରପଞ୍ଚ ଶ୍ରୀମତୀ ତପସ୍ୱିନୀ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ଖୁସି ରାମ ସାହୁ ଙ୍କ ରିପୋର୍ଟ୍ 

Related posts

ସି ଆର୍ ପିଏଫ୍ ର ସିଭିକ ଆକ୍ସନ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ଜିଲ୍ଲାସ୍ତରୀୟ ଶ୍ରୀ ଜୟଦେବ ଜୟନ୍ତୀ ପାଳିତ

Sunil Chandra Nayak

ବାଲିଗୁଡାରେ ଗ୍ରୀଷ୍ମ ପ୍ରବାହ ବଢୁଛି : ୪୨ ଡିଗ୍ରୀ ପାର କଲା ପାରଦ : ବିଦ୍ୟୁତ ର ଲୁଚକାଳି ଖେଳ ରେ ଜନ ଅସନ୍ତୋଷ

Leave a Comment

error: Content is protected !!