ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ

ଭବାନୀପାଟଣା ତା ୯.୧.୨୦୨୩: ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହ ରେ ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି।ନିର୍ବାହୀ ଯନ୍ତ୍ରୀ ,ଏନ ଏଚ ବିଭାଗ ଶ୍ରୀ ଅମିତ ଡୁଡୁ ଏଜେଣ୍ଡା ଅନୁଯାଇ ବ୍ଲାକ ସ୍ପଟ୍, ରାସ୍ତା ଅବରୋଧ, ରାସ୍ତା ମରାମତି, ଚଡ଼ାଉ, ଅବକାରୀ, ଜରୁରୀକାଳୀନ ଯତ୍ନ, ସଚେତନତା ଉପରେ ନିଆଯାଇଥିବା ପଦକ୍ଷେପ ଉପରେ ଗୃହରେ ସୂଚନା ଦେଇଥିଲେ ।ବର୍ତ୍ତମାନ ଜିଲ୍ଲାରେ କୌଣସି ବ୍ଲାକ ସ୍ପଟ୍ ନାହିଁ ତଥାପି ଦୁର୍ଘଟଣା ଘଟୁଛି।ଯେଉଁ ରାସ୍ତାରେ ରାସ୍ତା ନିରାପତ୍ତା ସାଇନ୍ ବୋର୍ଡ, ସତର୍କତା ବାର୍ତ୍ତା, ରମ୍ବଲରସ୍ ନାହିଁ ତାହା ଲଗାଇବାକୁ ଶୀଘ୍ର ପଦକ୍ଷେପ ନେବାକୁ ଆର ଡି ଏବଂ ଆର୍ ବି ନିର୍ବାହୀ ଯନ୍ତ୍ରୀ ଙ୍କୁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ।ଯେହେତୁ ଜୁନାଗଡ ଏବଂ କେସିଙ୍ଗା ମଧ୍ୟରେ ଅର୍ଦ୍ଧାଧିକ ଦୁର୍ଘଟଣା ଯୋଗୁଁ ମୃତ୍ୟୁ ଘଟୁଛି ,ଏହାକୁ ଚାରି ଥାକିଆ ରାସ୍ତା କରିବା ପାଇଁ ପ୍ରସ୍ତାବ ସହ ଆବଶ୍ୟକ ପଦକ୍ଷେପ ନେବା ପାଇଁ ଏନ ଏଚ ନିର୍ବାହୀ ଯନ୍ତ୍ରୀ ଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।ସେଭଳି ଆର୍ ଡି ରାସ୍ତା ଅନେକ ଜାଗା ରେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଅଛି ଏବଂ ଏଥିପାଇଁ ଦୁର୍ଘଟଣା ଘଟୁଛି ଏହି ରାସ୍ତା ର ଶୀଘ୍ର ଚିହ୍ନ୍ନଟ କରି ମରାମତି କରିବାକୁ ଆର୍ ଡି ନିର୍ବାହୀ ଯନ୍ତ୍ରୀଙ୍କୁ ଜିଲ୍ଲାପାଳ କହିଥିଲେ।ଜୁନାଗଡ ଓ କେସିଙ୍ଗା ମଧ୍ୟରେ ଟ୍ରକ ଟର୍ମିନାଲ ବ୍ୟବସ୍ଥା ପାଇଁ ଦୁଇଟି ଜାଗା ଚିହ୍ନଟ ପାଇଁ ଆର୍ ଟି ଓ ଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।ଜିଲ୍ଲାରେ ଆର୍ ଟି ଓ ଓ ପୋଲିସ ବିଭାଗ ଦ୍ଵାରା ଦୃତ ଗାଡ଼ି ଚାଳନା,ବିନା ହେଲମେଟ ଓ ସିଟ୍ ବେଲ୍ଟ, ମଦ୍ୟପାନ ସହ ଗାଡ଼ି ଚାଳନା, ମୋବାଇଲ ରେ କଥା ହୋଇ ଗାଡ଼ି ଚାଳନା,ଅଧିକ ଓଜନ, ସିଗ୍ନାଲ ଜମ୍ପିଂ ଭଳି ଅପରାଧ ପାଇଁ ୫୮୮ ଜଣ ଙ୍କ ଲାଇସେନ୍ସ ନିଲମ୍ବନ କରାଯାଇଛି।ଜିଲ୍ଲାରେ ୨୦୨୨ ଜାନୁଆରୀ ରୁ ଡିସେମ୍ବର ପର୍ଯ୍ୟନ୍ତ ୧୪୬ ଟି ଦୁର୍ଘଟଣା ଜନିତ ମୃତ୍ୟୁ ହୋଇଛି ।୨୦୨୨-୨୩ ଏପ୍ରିଲ ରୁ ଡିସେମ୍ବର ପର୍ଯ୍ୟନ୍ତ ଫାଇନ୍ ଆଦାୟ ରେ ୨୧ କୋଟି ୩୮ ଲକ୍ଷ ଟଙ୍କା ରାଜସ୍ବ ସରକାର ପାଇଛନ୍ତି। ବୈଠକରେ ଅତିରିକ୍ତ ଏସ୍ ପି ବିଜୟ କୁମାର ନନ୍ଦ, ଏସ ଇ, ଆର୍ ଏଣ୍ଡ ବି ଅଜିତ ବାବୁ, ଡି ପି ଏଚ ଓ ରାକେଶ ସାହୁ, ଇ ଈ, ଆର୍ ଡବ୍ଲୁ ଡି ବିଶ୍ୱଜିତ୍ ରାୟଗୁରୁ, ଇ ଓ,ପୌରପରିଷଦ, ଭବାନୀପାଟଣା ବଳୟ ଦେହୁରୀ, ଡି ଆଇ ପି ଆର୍ ଓ ମନୋଜ ବେହେରା, ଓ ଏସ ଆର୍ ଟି ସି ମ୍ୟାନେଜର ପି କେ ଜେନା,ସାମ୍ବାଦିକ ଶାନ୍ତନୁ ବେହେରା, ଅବକାରି ଅଧିକାରୀ ସୁଶାନ୍ତ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

ମସିହା ନିଉଜ ସର୍ଭିସ୍ 

Related posts

କଲମପୁର – ବାଟ ବଣା ହୋଇ ପଡ଼ିଛି ମହିଳା ସ୍ଵୟଂସହାୟକ ଗୋଷ୍ଠୀ ର ଦିଗ  ଓ ଉଦ୍ଦେଶ୍ୟ 

masiha

ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି” କାର୍ଯ୍ୟକ୍ରମ

masiha

ବାଘମୁଣ୍ଡ ଆଦିବାସୀ ଭବନ ଭାଙ୍ଗିବା ଘଟଣା ରେ ଅପରାଧୀ କୁ ଗିରଫ ଦାବୀ କଲା ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘ 

Sunil Chandra Nayak

Leave a Comment

error: Content is protected !!