ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନେହେରୁ ଯୁବ କେନ୍ଦ୍ର ସଂଗଠନ ତରଫରୁ ଯୁବ ଉତ୍ସବ ଆୟୋଜିତ 

ରାୟଗଡା : ୧୪/୩/୨୦୨୩ ନେହେରୁ ଯୁବ କେନ୍ଦ୍ର ସଂଗଠନ, ରାୟଗଡା ତରଫରୁ ସ୍ଥାନୀୟ ମିଟ୍ସ କ୍ୟାମ୍ପସ ଠାରେ ଯୁବ ଉତ୍ସବ ଆୟୋଜିତ ହୋଇଯାଇଛି । ଏହି ଅବସରର ଉଦଘାଟନୀ ଉତ୍ସବରେ ରାୟଗଡା ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା କର୍ମ ନିୟୋଜନ ଅଧିକାରୀ ତତ୍ତ୍ବମସି ମହାପାତ୍ର, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ଜିଲ୍ଲା କ୍ରିଡା ଅଧିକାରୀ ଶ୍ରୀ ସେଖ ଅଲିନୁର, ମିଟ୍ସର ଚେୟାରମେନ ବାଳକୃଷ୍ଣ ପଣ୍ଡା, ଶିଶୁ ସୁରକ୍ଷା ଜିଲ୍ଲା ପରାମର୍ଶ ଦାତା ରତ୍ନେଶ୍ଵର ସାହୁ, ମିଟ୍ସର ପ୍ରିନ୍ସପାଳ ଶ୍ରୀ ରାମାନୁଜ ନାୟକ, କ୍ଷେତ୍ର ପ୍ରଚାର ଅଧିକାରୀ,ଜୟପୁରର ଜ୍ୟୋତିରଞ୍ଜନ ପଟନlୟକ, ନେହେରୁ ଯୁବ କେନ୍ଦ୍ର ସଂଗଠନର ଜିଲ୍ଲା ଯୁବ ଅଧିକାରୀ ଭି. ରମେଶଙ୍କ ସହିତ ନେହେରୁ ଯୁବକେନ୍ଦ୍ରର ଲେଖା ପାଳ ଦ୍ଵତୀୟl ବନଛୋର ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ । ଏହି ଅବସରରେ ଚିତ୍ରାଙ୍କନ, ନାଚ, ଗୀତ ଭଳି ନିଜର ବିଭିନ୍ନ କ୍ଷେତ୍ରରେ ଥିବା ଦକ୍ଷତା ଗୁଡିକୁ ଉପସ୍ଥିତ ଯୁବ ପ୍ରତିଭା ମାନେ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ । ଏହି ଅବସରରେ ବାଲ୍ୟ ବିବାହ ନିଷେଧ, ପରିବେଶ ସୁରକ୍ଷା, ବିଭିନ୍ନ ସରକାରୀ ଯୋଜନା ଗୁଡିକ ବିଷୟରେ ଷ୍ଟଲ ମାଧ୍ୟମରେ ସଚେତନ କାର୍ଯ୍ୟକ୍ରମର ଆୟୋଜନ କରଯାଇଥିଲା । ଉଦଘାଟନୀ ଉତ୍ସବରେ ଯୋଗଦେଇ ଅତିରିକ୍ତ ଜିଲ୍ଲାପାଲ ମହୋଦୟ ଯୁବ ଗୋଷ୍ଠୀ ନିଜର ଆତ୍ମ ବଳ, ସାହସ, ଲକ୍ଷ୍ୟ ପ୍ରତି ଗୁରୁତ୍ଵ ଦେବା ପାଇଁ ଆହ୍ଵାନ ଦେଇଥିଲେ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ପ୍ରଧାନ ସମସ୍ତେ ଜାତୀୟ ସଂହତି ପ୍ରତି ଧ୍ୟାନ ଦେବା ସହିତ ଯୁବ ଗୋଷ୍ଠୀ ସମାଜ ପ୍ରତି ନିଜର ଗୁରୁ ଦାୟିତ୍ଵ ପ୍ରତି ଧ୍ୟାନ ଦେବା ଆବଶ୍ୟକ ବୋଲି କହିଥିଲେ । ଶିଶୁ ସୁରକ୍ଷା ଜିଲ୍ଲା ପରାମର୍ଶଦାତା ଶ୍ରୀ ସାହୁ ସମସ୍ତେ ନିଜର ଅଞ୍ଚଳର ଶିଶୁ ମାନଙ୍କୁ ନିୟମିତ ବିଦ୍ୟାଳୟକୁ ପଠାଇବା ସହିତ ସମସ୍ତେ ନିଜର ଦକ୍ଷତା ବୃଦ୍ଧି ପାଇଁ ଗୁରୁତ୍ଵ ଦେବାକୁ ହେବ ବୋଲି କହିଥିଲେ । ଏହି ଅବସରରେ ଜିଲ୍ଲା ଯୁବ ଅଧିକାରୀ ଶ୍ରୀ ରମେଶ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବିଷୟରେ ଅବଗତ କରିଥିବା ବେଳେ ନେହେରୁ ଯୁବ କେନ୍ଦ୍ର ସଂଗଠନର ଲେଖା ପାଳ ଦ୍ଵତୀୟl ବନଛୋର ଧନ୍ୟବାଦ ଅର୍ପଣ କରିଥିଲେ ।

ରାୟଗଡ଼ ରୁ ଗୌରୀ ପଟନାୟକ ଙ୍କ ରିପୋର୍ଟ 

Related posts

ବର୍ଷେ ହେଲା ଅନ୍ଧାରରେ ୪୦ ଘର 

masiha

ଧର୍ମାନ୍ତରୀକରଣ ବିରୁଦ୍ଧରେ ବିଶାଳ ଶୋଭାଯାତ୍ରା

Sunil Chandra Nayak

ଇନ୍ଦିରା ଡିଗ୍ରୀ କଲେଜର ୪୦ ତମ ବାର୍ଷିକୋତ୍ସଵ ପାଳିତ

masiha

Leave a Comment

error: Content is protected !!