ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜେଏମଏମ ର ଅସନା ପଞ୍ଚାୟତ କୋମିଟୀ ଗଠିତ

 ମୟୂରଭଞ୍ଜ:- ୧୩/୦୩/୨୩; (ମସିହା) ମୟୁରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଅନ୍ତର୍ଗତ ଅସନା ଗ୍ରାମପଞ୍ଚାୟତ ଟାଙ୍ଗରଯୋଡା ହାଟ ପଡିଆ ପରିସରରେ ଝାରଖଣ୍ଡ ମୁକ୍ତିମୋର୍ଚ୍ଚା ଦଳର ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ପ୍ରଭାରୀ ସୁନାରାମ ଟୁଡୁଙ୍କ ନେତୃତ୍ବରେ ଅନୁଷ୍ଠିତ ବୈଠକରେ ଜେଏମଏମ ଦଳର ଅସନା ପଞ୍ଚାୟତ ସମିତି ପୁନର୍ଗଠନ କରାଯାଇଛି।

     ବୈଠକରେ ଉପସ୍ଥିତ ଦଳୀୟ ସଦସ୍ୟ ଓ ସମର୍ଥକ ମାନଙ୍କୁ ନେଇ ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ଦଳୀୟ ଆଭିମୁଖ୍ୟ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯିବା ସହିତ ଅସନା ପଞ୍ଚାୟତ କୋମିଟୀ ର ସଦସ୍ୟ ଚୟନ କରାଯାଇ କୋମିଟୀ ପୁନର୍ଗଠନ କରାଯାଇଥିଲା। ସଭାପତି ଭାବେ ଜିତରାୟ ସୋରେନ’ଙ୍କୁ ଚୟନ କରାଯାଇଥିବାବେଳେ ଧନୁ ବାସ୍କେ (ଉପ ସଭାପତି), ରାମରାଇ ସୋରେନ (ସଂପାଦକ), ରାମରାୟ ମାର୍ଣ୍ଡି (ସହ ସଂପାଦକ) ଓ କୋଷାଧ୍ୟକ୍ଷ ଭାବେ ବାଜ ବାସ୍କେ’ଙ୍କୁ ସର୍ବ ସମ୍ମତ୍ତି କ୍ରମେ ଚୟନ କରାଯାଇଥିଲା। ଶେଷରେ ଜେଏମଏମ ବହଳଦା ବ୍ଲକ ସଂପାଦକ ଗୋବିନ୍ଦ ନାଏକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭାସାଙ୍ଗ କରିଥିଲେ

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଏସ୍ ଏସ୍ ଆର୍ ଭି ଏମ୍ ଇସ୍ପାତ ବିଦ୍ୟାଳୟ ର ଏନ୍ ଆଇ ଟି ସହିତ ବୁଝାମଣା ପତ୍ର ସ୍ୱାକ୍ଷରିତ 

Sunil Chandra Nayak

କଲଚୁରୀ କଳାର ସେନା ପକ୍ଷରୁ ସାମାଜିକ ସଂସ୍କାର ଆଲୋଚନା ଚକ୍ର ଅନୁଷ୍ଠିତ 

Sunil Chandra Nayak

ମଧୁସୂଦନ ଦାସ ଓଡ଼ିଆ ସମାଜ ତଥା ଓଡ଼ିଶାର ଗର୍ବ ଓ ଗୌରବ

Sunil Chandra Nayak

Leave a Comment

error: Content is protected !!