ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭର୍ଚୁଆଳ ମାଧ୍ୟମରେ କୋକସରା ବ୍ଲକର ୮ ସ୍ମାର୍ଟ ସ୍କୁଲ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ, ଶୁଭେଚ୍ଛା ଜଣାଇଲେ ଛାତ୍ରଛାତ୍ରୀ

କୋକସରା,୧୩/୫ -୫ଟି ମୋ ସରକାର ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ବଦଳିଛି ସ୍କୁଲର ଭିତ୍ତିଭୂମି। ରାଜ୍ୟ ସରକାରଙ୍କ ଏହି ଯୁଗାନ୍ତକାରୀ ଉପହାରକୁ ନେଇ ବେଶ ଉତ୍ସାହିତ ଅଛନ୍ତି ଛାତ୍ରଛାତ୍ରୀ ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀ।କୋକସରା ବ୍ଲକରେ ତୃତୀୟ ପର୍ଯ୍ୟାୟରେ ସୋମବାର ୮ ସ୍ମାର୍ଟ ସ୍କୁଲକୁ ଭର୍ଚୁଆଲ ମାଧ୍ୟମରେ ଲୋକାର୍ପଣ କରିଛନ୍ତି ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କଳାହାଣ୍ଡି ଜିଲ୍ଲାର ୧୧୫ ଗୋଟି ସ୍ମାର୍ଟ ସ୍କୁଲ ଆଜି ରୂପାନ୍ତରିତ ହୋଇଥିବା ବେଳେ କୋକସରା ବ୍ଲକର ଆମପାଣି ଜନଜାତି ଆବସିକ ବିଦ୍ୟାଳୟ, କାଉଡୋଳା ହାଇସ୍କୁଲ, ବଡ଼ ପୋଡ଼ାଗୁଡା ପଞ୍ଚାୟତ ହାଇସ୍କୁଲ, ଗୋତୋମୁଣ୍ଡା ହାଇସ୍କୁଲ, ଚନ୍ଦ୍ରଭାନୁ ଉଚ୍ଚ ବିଦ୍ୟାଳୟ ଚିକିଲି, ଫୁପଗାଁ ହାଇସ୍କୁଲ, କାଶିବାହଲ ହାଇସ୍କୁଲ ଓ ଧନସରା ଏସଏସଡି ହାଇସ୍କୁଲ ଏହି କ୍ରମରେ ସ୍ମାର୍ଟ ସ୍କୁଲରେ ସାମିଲ ହୋଇଛି। ସୋମବାର ଅପରାହ୍ନରେ ୮ ହାଇସ୍କୁଲରେ ଉଦଘାଟନୀ ଉତ୍ସବ ପାଇଁ ସ୍କୁଲ ପକ୍ଷରୁ ସ୍କୁଲକୁ ସୁନ୍ଦର ରୂପେ ସାଜସଜ୍ଜା କରାଯାଇଛି।

ମୋ ସ୍କୁଲ ରୁପାନ୍ତରଣ ଅଭିଯାନରେ ସାମିଲ ହୋଇ ଅତ୍ୟାଧୁନିକ ହୋଇଛି ସରକାରୀ ସ୍କୁଲ ନବ କଳେବର । ସ୍ମାର୍ଟ ଶ୍ରେଣୀଗୃହ, ଇ ଲାଇବ୍ରେରୀ, ଵିଜ୍ଞାନଗାର, ବିଶୁଦ୍ଧ ପାନୀୟ ଜଳ, ଛାତ୍ରଛାତ୍ରୀଙ୍କ ପାଇଁ ଉନ୍ନତ ମାନର ଶୌଚାଳୟ, ଉନ୍ନତ ମାନର କ୍ରୀଡ଼ା ଉପକରଣ, ଖେଳ ପଡିଆ ସହ ସ୍କୁଲ ପରିବେଶର ନୂତନତ୍ଵ ଛାତ୍ରଛାତ୍ରୀଙ୍କ ପାଇଁ ଆକର୍ଷଣର କେନ୍ଦ୍ର ସାଜିଛି। କୋକସରା ବ୍ଲକର ୮ ସ୍ମାର୍ଟ ସ୍କୁଲ ରୂପାନ୍ତରିତ ଲୋକର୍ପଣ ଉତ୍ସଵ କାର୍ଯ୍ୟକ୍ରମକୁ କୋକସରା ବିଡ଼ିଓ ଉତ୍ତମ କୁମାର ବାଗ, ବ୍ଲକ ଅଧ୍ୟକ୍ଷା ରିତା ଅଗ୍ରୱାଲ, ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ କୁମାର ମାଝୀ ବିଭିନ୍ନ ହାଇସ୍କୁଲରେ ଉପସ୍ଥିତ ରହି ରୂପାନ୍ତରିତ ଉତ୍ସଵରେ ସାମିଲ ରହି ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ। ଏହାସହ ଶିକ୍ଷକ ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀ ଅଭିଭାବକ, ସ୍କୁଲ ପରିଚାଳନା କମିଟିର ସଦସ୍ୟ, ଜନପ୍ରତିନିଧି, ମାନେ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି। ତେବେ ସ୍ମାର୍ଟ ସ୍କୁଲ ଲୋକାର୍ପଣ ସରିଥିଲେ ମଧ୍ୟ କୋକସରା ବ୍ଲକର ବିଭିନ୍ନ ସ୍କୁଲରେ ରୂପାନ୍ତରିତ କାର୍ଯ୍ୟ ସମ୍ପାଦନ ଶେଷ ହୋଇନଥିବା ଦେଖିବାକୁ ମିଳିଛି।

ମସିହା ନିୟୁଜ୍ ସର୍ଭିସ୍ 

Related posts

ସ୍ୱଚ୍ଛ ଭାରତ ପାଇଖାନାର ବିକଳ ଅବସ୍ଥା

Sunil Chandra Nayak

ବାସନ୍ତୀ କଲୋନୀ ଚିଲଡ୍ରେନ ପାର୍କ ଅବହେଳିତ ଅବସ୍ଥାରେ 

masiha

ଆନ୍ତର୍ଜାତିକ ଜୟ ଶ୍ରୀଜଗନ୍ନାଥ ରକ୍ତଦାନ ଦିବସ ପାଳିତ 

masiha

Leave a Comment

error: Content is protected !!