ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁ ଏବିଡିଓ ଙ୍କ ସୁପୁତ୍ରି ଅର୍ପିତା ତ୍ରିପାଠୀ ଜିଲ୍ଲାରେ ଦ୍ବିତୀୟ:ଡାବୁଗାଁ ବ୍ଳକ ପାଇଁ ଗୌରବ

ନବରଙ୍ଗପୁର—- ଚଳିତ ବର୍ଷ ସିବି ଏସସି ଦଶମ ବୋର୍ଡ ପରୀକ୍ଷା ରେ ଡାବୁଗାଁ ଆଦର୍ଶ ବିଦ୍ୟାଳୟ ର ଛାତ୍ରୀ ଅର୍ପିତା ତ୍ରିପାଠୀ 97.2 ପ୍ରତିଶତ ନମ୍ବର ରଖୁ ନବରଙ୍ଗପୁର ଜିଲ୍ଲାରେ ଦ୍ବିତୀୟ ସ୍ଥାନ ହାସଲ କରିଥିବା ବେଳେ କୋଷାଗୁମୁଡ଼ା ଆଦର୍ଶ ବିଦ୍ୟାଳୟ ର ଛାତ୍ର ଚିରଞ୍ଜିବୀ ପରିଡା 97.8 ପ୍ରତିଶତ ରଖି ନବରଙ୍ଗପୁର ଜିଲ୍ଲାରେ ଟପ୍ପର ହୋଇ ଜିଲ୍ଲାର ଟେକ ରଖିଛନ୍ତି l

ଅର୍ପିତା ତ୍ରିପାଠୀ ସର୍ବମୋଟ 500 ନମ୍ବରରୁ 486 ନମ୍ବର ରଖି ଜିଲ୍ଲା ଓ ବ୍ଳକ ପାଇଁ ଗର୍ବ ଓ ଗୌରବ ଆଣିପାରିଛନ୍ତି l ଅର୍ପିତା ଙ୍କ ବାପା ଡାବୁଗାଁ ବ୍ଲକରେ ଏ ବି ଡି ଓ ଭାବେ କାର୍ଯ୍ୟ କରୁଥିବା ବେଳେ ଆଗକୁ ଝିଅ ଅର୍ପିତା ଜଣେ ପ୍ରଶାସନିକ ଅଧିକାରୀ (ଆଇ ଏ ଏସ୍)ହେବାର ଲକ୍ଷ ରଖିଥିବା କହିଛନ୍ତି l ଚଳିତ ବର୍ଷ ଦଶମ  ବୋର୍ଡ ପରୀକ୍ଷା ରେ ଡାବୁଗାଁ ଆଦର୍ଶ ବିଦ୍ୟାଳୟ ରେ 70 ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିବା ବେଳେ 66 ଜଣ କୃତକାର୍ଯ୍ୟ ହୋଇଛନ୍ତି l 94 ପ୍ରତିଶତ ଛାତ୍ର ଛାତ୍ରୀ ପାସ କରିଥିବା ବେଳେ ଚଳିତ ବର୍ଷ ଅର୍ପିତା ତ୍ରିପାଠୀ 97.2 ପ୍ରତିଶତ ନମ୍ବର ରଖି ଡାବୁଗାଁ ଆଦର୍ଶ ବିଦ୍ୟାଳୟ ର ସର୍ବକାଳୀନ ଟପ୍ପର ଛାତ୍ରୀ ହୋଇଛନ୍ତି l92.6 ପ୍ରତିଶତ ନମ୍ବର ରଖି ସାଶ୍ୱତ ସାମନ୍ତରାୟ ଦ୍ବିତୀୟ ସ୍ଥାନ ମେଘରାଣୀ ବିଶୋଇ ଓ ଦିବ୍ୟ ରଞ୍ଜନ ମିଶ୍ର ଯୁଗ୍ମ ଭାବେ 882 ପ୍ରତିଶତ ନମ୍ବର ରଖି ଡାବୁଗାଁ ଆଦର୍ଶ ବିଦ୍ୟାଳୟ ରେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି l ସେହିପରି 80 ରୁ 90 ପ୍ରତିଶତ ମଧ୍ୟରେ 11 ଜଣ ଛାତ୍ର ଛାତ୍ରୀ, 60 ରୁ 80 ପ୍ରତିଶତ ମଧ୍ୟରେ 23 ଜଣ ଛାତ୍ର ଛାତ୍ରୀ, 50 ରୁ 60 ପ୍ରତିଶତ ମଧ୍ୟରେ 14 ଜଣ ଛାତ୍ର ଛାତ୍ରୀ ତଥା 50 ପ୍ରତିଶତ ମଧ୍ୟରେ 16 ଜଣ ଛାତ୍ର ଛାତ୍ରୀ ଚଳିତ ସିବି ଏସ୍ ସି ଦଶମ ବୋର୍ଡ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଉକ୍ତ ବିଦ୍ୟାଳୟ ର ନାମ ଟେକ ରଖିଛନ୍ତି l କୃତୀ ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତ ଉଜ୍ୱଳମୟ ହେଉ ବୋଲି ଡାବୁଗାଁ ବାସୀ ଓ ବୁଦ୍ଧିଜିବିମାନେ ଆଶୀର୍ବାଦ ପ୍ରଦାନ କରିଛନ୍ତି l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଆତ୍ମସୁରକ୍ଷା ତାଲିମ୍ ଶିବିର ଉଦଯାପିତ 

Sunil Chandra Nayak

ରାଇରଙ୍ଗପୁର ଷ୍ଟାଡିୟମ ପଡ଼ିଆରେ ବାମନଘାଟୀ ଉପଖଣ୍ଡ ସ୍ତରୀୟ ୭୯ ତମ ସ୍ବାଧୀନତା ଦିବସ ପାଳିତ

Sunil Chandra Nayak

ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ଓଡିଆ ଭାଷା ସାହିତ୍ୟ ଦିଗରେ ସଭ୍ଯ ଓ କର୍ମକର୍ତ୍ତା ଚୟନ

masiha

Leave a Comment

error: Content is protected !!