ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଧାୟକଙ୍କ ଉଦ୍ୟମରେ ରାସ୍ତା ପାଇଁ ରହିଥିବା ସମସ୍ୟାର ହେଲା ସମାଧାନ

କୋକସରା,୧୩/୦୫ //କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ଡାଲଗୁମା ପଞ୍ଚାୟତ ଲଟାପଡା ଠାରୁ ଧର୍ମଗଡ଼ ବ୍ଲକର ତେଣ୍ଡାପାଲିକୁ ସଂଯୋଗ କରୁଥିବା ରାସ୍ତାର କିଛି ଅଂଶ ଘରୋଇ ମାଲିକାନାରେ ଥିବା ହେତୁ ରାସ୍ତା ନିର୍ମାଣରେ ସମସ୍ୟା ଉପୁଜିଥିବା ବେଳେ ଧର୍ମଗଡ଼ ବିଧାୟକଙ୍କ ପ୍ରଚେଷ୍ଟାରେ ସମାଧାନ ହୋଇଥିବା ଜଣାପଡିଛି। ଦୀର୍ଘ ବର୍ଷ ହେଲା ସ୍ଥାନୀୟ ଅଞ୍ଚଳର ଜନସାଧାରଣ ମାନେ ଲଟାପଡା ଦେଇ ଧର୍ମଗଡ଼ ବ୍ଲକ ତେଣ୍ଡାପାଲି ପଞ୍ଚାୟତକୁ ପିଚୁ ରାସ୍ତା ନିର୍ମାଣ ପାଇଁ ଦାବି କରି ଆସୁଥିଲେ । ହେଲେ ଲଟାପଡା ଓ ଟେଣ୍ଡାପାଲି ରାସ୍ତାରେ କିଛି ରାସ୍ତା ୩ ଜଣ ବ୍ୟକ୍ତିଙ୍କ ଘରୋଇ ମାଲିକାନା ରହିଥିବା କାରଣରୁ ତାହା ସମ୍ଭବ ହୋଇ ପାରୁନଥିଲା । ଏହାକୁ ଦୃଷ୍ଟିରେ ରଖି ଅଞ୍ଚଳବାସୀଙ୍କ ଯାତାୟାତର ସମାଧାନ ପାଇଁ ଧର୍ମଗଡ଼ ବିଧାୟକ ମୋୖଷଧି ବାଗ ଆଗକୁ ଆସି ଘରୋଇ ମାଲିକାନା ଜମି ମାଲିକଙ୍କ ସହ ଆଲୋଚନା କରି ଅଞ୍ଚଳ ବାସୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ରାସ୍ତା ନିର୍ମାଣ ପାଇଁ ଆବଶ୍ଯକ ପରିମାଣର ଜାଗା ଦାନ କରି ସହାୟତା କରିବାକୁ ତିନିଜଣ ଜମି ମାଲିକଙ୍କୁ ଅନୁରୋଧ କରିଥିଲେ। ବିଧାୟକଙ୍କ ଅନୁରୋଧ ରକ୍ଷାକରି ସେମାନେ ଜାଗା ଦାନ କରିବାକୁ ସହମତି ପ୍ରଦାନ କରିଥିବା ଜଣାପଡ଼ିଛି । ଫଳରେ ରାସ୍ତା ପାଇଁ ଥିବା ସମସ୍ୟା ସମାଧାନ ହୋଇଛି। ତିନି ଜଣ ଜମି ମାଲିକଙ୍କ ସହ ଆଲୋଚନା ସମୟରେ ବିଧାୟକଙ୍କ ସହ ଧର୍ମଗଡ଼ ବ୍ଲକ ଜୋନ୍-୨ ଜିଲ୍ଲା ପରିଷଦ ସଭ୍ୟ ଶଙ୍କର ପ୍ରସାଦ ଜୁଏଡ଼, ତେଣ୍ଡାପାଲି ସରପଞ୍ଚ, ବିଜେଡି କର୍ମି ପ୍ରମୋଦ କୁମାର ଦାସ, ବିଜେଡି ଅନୁସୂଚିତ ଜାତି ସେଲ ସଭାପତି ରମେଶ ଦୁର୍ଗା, ସ୍ଥାନୀୟ ବୁଦ୍ଧିଜୀବୀ ଓ ନେତୃବର୍ଗ ଉକ୍ତ ଜାଗାକୁ ପରିଦର୍ଶନ କରି ଜମି ମାଲିକ ଏବଂ ଗ୍ରାମବାସୀଙ୍କ ସହିତ ଆଲୋଚନା କରିଥିଲେ। ଆଗକୁ ଏହି ରାସ୍ତା ନିର୍ମାଣ ହେଲେ କୋକସରା ଓ ଧର୍ମଗଡ଼ ବ୍ଲକ ସହିତ ନବରଙ୍ଗପୁର, ଛତିଶଗଡ଼ ରାଜ୍ୟକୁ ଗମନାଗମନ ପାଇଁ ଜନସାଧାରଣ ଉପକୃତ ହେବେ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ଜୁନାଗଡ଼ ଏନ ଏ ସି କୁ ମୁନିସିପାଲିଟି ପାଇଁ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ

masiha

ବରିଷ୍ଠ ସାମ୍ବାଦିକ ଗଜେନ୍ଦ୍ର ମହାରଣାଙ୍କ ପରଲୋକ, ସାମ୍ୱାଦିକ ମହଲରେ ଶୋକର ଛାୟା

Sunil Chandra Nayak

ଭଟାଙ୍ଗପଦର ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ନିପୂଣ ଓଡ଼ିଶା ମେଳା

masiha

Leave a Comment

error: Content is protected !!