ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଇ ୱେଷ୍ଟ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଇ ୱେଷ୍ଟ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

 ରାଉରକେଲା, ୦୮/୦୩/୨୫ ସ୍ଥାନୀୟ ଏନଆଇଟି କ୍ୟାମ୍ପସ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସୁଦିପ୍ତା ବେହେରା ଙ୍କ ତତ୍ତ୍ଵାବଧାନରେ ଇ -ଓ୍ବଷ୍ଟ ମେନେଜମେଣ୍ଟ ସମ୍ପର୍କିତ ଏକ କର୍ମଶାଳା ଆଜି ଅନୁଷ୍ଠିତ ହୋଇଯାଇଛି l ‘ହୁଲ୍ଲlଡ଼େକ ରିସାଇକ୍ଲିଙ୍ଗ ପ୍ରାଇଭେଟ ଲିମିଟେଡ଼’ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମସ୍ତ ଶିକ୍ଷକ ,ଶିକ୍ଷୟିତ୍ରୀ ତଥା ଛାତ୍ର ଛାତ୍ରୀମାନେ ଉପସ୍ଥିତ ଥିଲେ l

ମୁଖ୍ୟ ଅତିଥି ଭାବେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ରାଉରକେଲା ଆଞ୍ଚଳିକ ଶାଖାର ଉପ ପରିବେଶ ଯନ୍ତ୍ରୀ ଇଂ.ବିଜୟ କୁମାର ଭୋଇ ଯୋଗ ଦେଇଥିଲେ l ମୁଖ୍ୟ ଵକ୍ତା ଭାବେ ଗବେଷିକା ଡଃ ସୀତାରଶ୍ମି ସାହୁ ଯୋଗଦାନ କରି ଆଲୋଚ୍ୟ ବିଷୟ ଉପରେ ପିପିଟି ଉପସ୍ଥାପନା କରିଥିଲେ। ବରିଷ୍ଠ ଶିକ୍ଷୟିତ୍ରୀ ଶ୍ରୀମତୀ ନିରୁପମା ଦାଶ ପତି ସଭାପତିତ୍ବ କରିଥିଲାବେଳେ ଆବାହକ ଭାବେ ସାମ୍ବାଦିକ ତଥା ୱାଇଏମଏଫଆଇ ର ସାଧାରଣ ସମ୍ପାଦକ ବିବେକାନନ୍ଦ ଦାସ ଯୋଗଦାନ କରି ଛାତ୍ର ଛାତ୍ରୀ ମାନଙ୍କୁ କାର୍ଯ୍ୟକ୍ରମ ର ଆଭିମୁଖ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କ ରେ ଆଲୋକପାତ କରିଥଲେ। ଅତିଥି ପରିଚୟ ଓ ସ୍ବାଗତ ଭାଷଣ ବରିଷ୍ଠ ଶିକ୍ଷୟିତ୍ରୀ ଶ୍ରୀମତୀ ସୁଜାତା ତ୍ରିପାଠୀ ପ୍ରଦାନ କରିଥଲେ। ବିବେକ ଦାସ ମଞ୍ଚ ପରିଚାଳନା କରିଥିବା ବେଳେ ଶିକ୍ଷକ ସରୋଜ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଇ ଓ୍ବଷ୍ଟ ମେନେଜମେଣ୍ଟ ସମ୍ପର୍କ ରେ ଏକ କୁଇଜ୍ ପ୍ରତିଯୋଗୀତା କରାଯାଇ କୃତୀ ଛାତ୍ର ଛାତ୍ରୀ ଙ୍କୁ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଛଵିରାଣୀ ପ୍ରଧାନ, ପ୍ରମିଳା ଡୁଙ୍ଗତୁଙ୍ଗ,ମିନତୀ ଖମାରୀ, ହରିଶଙ୍କର କାମିଲା,ମମତା ସେନାପତି, ସୁଶାନ୍ତ ରାୟ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳତା ପୂର୍ଵକ ସହଯୋଗ କରିଥିଲେ। ଏଥିରେ ସୁରେଖା ନାୟକ , ସାବିତ୍ରୀ ଦେଵୀ, ପ୍ରତିମା ଦେଵୀ ମଧ୍ୟ ଉପସ୍ଥିତ ଥିଲେ । 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

କର୍ଣ୍ଣାଟକ ଠାରେ ଚାଲିଥିବା ଜାତୀୟ ଯୁବ ମହୋତ୍ସବ ରେ ନୂଆପଡ଼ା ଯୁବକଙ୍କ “ଧୁମ୍”

Sunil Chandra Nayak

ଛାତ୍ରଛାତ୍ରୀଙ୍କ ଅନ୍ତର୍ନିହିତ ଗୁଣାବଳୀର ବିକାଶ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ  ବିଭିନ୍ନ ସ୍କୁଲରେ ଅନୁଷ୍ଠିତ ହେଲା ବାର୍ଷିକ ଉତ୍ସବ

masiha

ରାଉରକେଲା କଣ୍ଟ୍ରାକ୍ଟର ୱାକର୍ସ ୟୁନିୟନର ୭ମ ସାଂଗଠନିକ ସମ୍ମିଳନୀ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!