ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭତରା ସମାଜ ପକ୍ଷରୁ ଭୈରବ ଦେବ ଙ୍କ ବାର୍ଷିକ ଉତ୍ସବ ଅନୁଷ୍ଠିତ, ଯୋଗଦେଲେ ଲାଞ୍ଜିଗଡ଼ ବିଧାୟକ

ଭତରା ସମାଜ ପକ୍ଷରୁ ଭୈରବ ଦେବ ଙ୍କ ବାର୍ଷିକ ଉତ୍ସବ ଅନୁଷ୍ଠିତ, ଯୋଗଦେଲେ ଲାଞ୍ଜିଗଡ଼ ବିଧାୟକ

କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବରାଡୋଙ୍ଗା ପଞ୍ଚାୟତ ଶିଉନି ଗ୍ରାମ ଭୈରବ ଦେବ ମନ୍ଦିର ପରିସରରେ ମଙ୍ଗଳବାର ଭତରା ସମାଜ ପକ୍ଷରୁ ଇଷ୍ଟଦେବ ଭୈରବ ଙ୍କ ବାର୍ଷିକ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଭୈରବ ଦେବ ଙ୍କ ପୂଜକ ହିମାଞ୍ଚଳ ପୁଝାରି ଙ୍କ ଘରୁ ଜୁଗାର ଆସିବା ପରେ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ହୋଇ ଭତରା ସମାଜ ର ପତାକା ଉତ୍ତୋଳନ କରା ଯାଇଥିଲା। କଳାହାଣ୍ଡି ଜିଲ୍ଲା ଭତରା ସମାଜ ପକ୍ଷରୁ ଆୟୋଜିତ ଏହି ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ରେ କଳାହାଣ୍ଡି ଜିଲ୍ଲା ସଭାପତି କୈଳାଶ ଚନ୍ଦ୍ର ମାଝୀ ଙ୍କ ସଭାପତିତ୍ୱ ରେ ସଭାକାର୍ଯ୍ୟ ଆରମ୍ଭ ପୂର୍ବରୁ ଭତରା ସମାଜର ଆରାଧ୍ୟ ଦେବତା ଭୈରବ ଦେବ ଓ ଦେବୀ ଦନ୍ତେଶ୍ୱରୀ ଙ୍କ ପୂଜାର୍ଚ୍ଚନା ଗ୍ରାମ ପୁଜକ କରିବା ପରେ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲ। ଏହି ବାର୍ଷିକ ଉତ୍ସଵ ଅବସରରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ, ସମାଜ ରେ ନାରୀ ଶିକ୍ଷା, ମହିଳା ଶଶକ୍ତି କରଣ,ସାମାଜିକ ପ୍ରତିଷ୍ଠା, ,କୃଷି କ୍ଷେତ୍ରରେ ଆଗକୁ ବଢ଼ିବା ଓ ବିଭିନ୍ନ ଦିଗ କୁ ନେଇ ନିଜର ମତ ରଖିବା ସହ ସମାଜ ରେ ଶୃଙ୍ଖଳା ସହ ଶିକ୍ଷା ଉପରେ ଗୁରୁତ୍ୱ ଦେବାସହ କୁସଂସ୍କାର ରୁ ଦୁରେଇ ରହିବାକୁ ପରାମର୍ଶ ଦେଉଥିଲେ। ମୁଖ୍ୟବକ୍ତା ଭାବେ ବରିଷ୍ଠ ଶିକ୍ଷା ବିଦ ତଥା ନାଟ୍ୟଗୁରୁ ବନମାଳୀ ମାଝୀ, ସମ୍ମାନିତ ଅତିଥି ଭାବେ ଗୋପି ଚନ ନାଏକ, କ୍ଷୀରୋଦ ମାଝୀ, ପୂର୍ବତନ ଜିଲ୍ଲା ସଭାପତି ନୀଳକଣ୍ଠ ମାଝୀ, ଗରୁଡ଼ ଧ୍ଵଜ ମାଝୀ, ରଣସାଏ ପାତ୍ର, ସୁଧୀର କୁମାର ପାତ୍ର,ମିନିକେତନ ଦଳପତି, ଚନ୍ଦ୍ରକାନ୍ତ ପୁଝାରି,ଗୋପାଳ କୃଷ୍ଣ ପୁଝାରି, ବୃନ୍ଦାବନ ପୁଝାରି,ବଂଶୀଧର ଚଳାନ ପ୍ରମୁଖ ମଞ୍ଚ ରେ ଉପସ୍ଥିତ ଥିଲେ। ଏହି ଅବସରରେ ନୂତନ ଭାବେ ନିର୍ମାଣ ହୋଇଥିବା ଭତରା ସମାଜ ର ଭୈରବ ଭବନ କୁ ଉପସ୍ଥିତ ଅତିଥିମାନେ ଉଦଘାଟନ କରିଥିଲେ।କାର୍ଯ୍ୟକ୍ରମ କୁ ମଞ୍ଚ ପରିଚାଳନା ଓ ସଂଯୋଜନା ଜିଲ୍ଲା ଭତରା ସମାଜ ସମ୍ପାଦକ ଋତୁରାଜ ମାଝୀ ଓ ସୁଧୀର ଧଙ୍ଗଡା ମାଝୀ କରିଥିବା ବେଳେ ଭୁବନେ ଦିଶାରୀ, ପରମେଶ୍ବର ପୁଝାରି ସମେତ ଶିଉନି ଓକୋକସରା,ଜୟପାଟଣା ଅଞ୍ଚଳ ର ସାମାଜିକ କର୍ମକର୍ତ୍ତା ଉପସ୍ଥିତ ରହି ସହଯୋଗ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…

Related posts

ପାରାଦ୍ଵୀପ ଓ ତିର୍ତ୍ତୋଲ ବାଲି ଯାତ୍ରା ରେ କଳିଙ୍ଗାୟନ ତୌର୍ୟତ୍ରିକମ ନୃତ୍ୟ ଅନୁଷ୍ଠାନ ର ଓଡ଼ିଶୀ ନୃତ୍ୟର ଝଲକ

Sunil Chandra Nayak

ହିନ୍ଦୁ ନବବର୍ଷ ପାଳନ

Sunil Chandra Nayak

ବେନଗାଁ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଦବଙ୍ଗଗିରି, ବାକି ଥିବା ଭତ୍ତା ଟଙ୍କା କହିଲେ ବୃଦ୍ଧା ଙ୍କୁ ଦେଖାଉଛନ୍ତି ନାଲି ଆଖି

Sunil Chandra Nayak

Leave a Comment

error: Content is protected !!