ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବିଜେଡି ପକ୍ଷରୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୯ତମ ଜନ୍ମ ଜୟନ୍ତୀ ପାଳିତ 

ବିଜେଡି ପକ୍ଷରୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୯ତମ ଜନ୍ମ ଜୟନ୍ତୀ ପାଳିତ 

ଆଜି କଳାହାଣ୍ଡି ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୯ତମ ଜନ୍ମ ଜୟନ୍ତୀ ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ଠାରେ ପାଳିତ ହୋଇଯାଇଛି। ଏହି ଅବସରରେ ଭବାନୀପାଟଣା ହସ୍ପିଟାଲ ଛକ ଠାରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ଦଳୀୟ ନେତା ଓ କର୍ମୀମାନେ ପ୍ରଥମେ ମାଲ୍ୟାର୍ପଣ କରି ସ୍ମୃତି ଚାରଣ କରିଥିଲେ। ଏହାପରେ ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ଠାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୯ତମ ଜନ୍ମ ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଜୁ ବାବୁଙ୍କ ସ୍ମୃତିଚାରଣ କରିବା ସହ ତାଙ୍କର ଜୀବନୀ ଓ ଆଦର୍ଶକୁ ବିଜେଡି କର୍ମୀ ଓ ନେତାଗଣ ମନେପକାଇବା ସହ ପଞ୍ଚାୟତିରାଜ ଦିବସ ପାଳନ ନ କରିଥିବାରୁ ବିଜେପି ସରକାର କୁ ସମାଲୋଚନା କରିଥିଲେ। ଆସନ୍ତା କାଲି ଭବାନୀପାଟଣା ଠାରେ ରାଜ୍ୟ ସରକାରଙ୍କ ବିଜୁ ବାବୁଙ୍କ ପ୍ରତି ଅପମାନ କରିବାର ଅପଚେଷ୍ଟା ବିରୁଦ୍ଧରେ ବିକ୍ଷୋଭ କରାଯିବ ବୋଲି ଆଲୋଚନା ହୋଇଥିଲା । ଜିଲ୍ଲା ବିଜେଡି ମହା ସଚିବ ଭବାନୀ ଶଙ୍କର ମିଶ୍ରଙ୍କ ସଭାପତିତ୍ବରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ଗୋବର୍ଦ୍ଧନ ଦାସ, ବରିଷ୍ଠ ବିଜେଡି ନେତା ପ୍ରଦୀପ ମୁଣ୍ଡ, ଜାକୀର ହୁସେନ, ପୋରାଧ୍ୟକ୍ଷ ବିଷ୍ଣୁ ପ୍ରଧାନ, ଟାଉନ ସଭାପତି ଧବଳେଶ୍ଵର ମହାପାତ୍ର, ସାରଦା ପ୍ରସନ୍ନ ସ୍ବାଇଁ, ପୂର୍ବତନ ପୋରାଧ୍ୟକ୍ଷା ସଂଯୁକ୍ତା ବେହେରା, ଯୁବ ବିଜେଡି ସଭାପତି ଆଦିତ୍ୟ ନନ୍ଦ, ଧର୍ମେନ୍ଦ୍ର ନାଏକ, ରାଜ୍ୟ ଛାତ୍ର ବିଜେଡି କାର୍ଯ୍ୟକାରୀ ସଭାପତି ଅବିନାଶ ଠାକୁର, ରାଜ୍ୟ ଯୁବ ବରିଷ୍ଠ ଉପ ସଭାପତି ମଣ୍ଟୁ ନାଏକ, ମନିନ୍ଦ୍ର ମହାନ୍ତି, ପ୍ରଶାନ୍ତ ନାଏକ, ସାମନ୍ତ ଖମାରୀ, ସେନାପତି ନାଏକ, କାଦୀର ଖାନ, ସାବନ ଅଲ୍ଲୀ ଖାଁ, ଉଦୟ ସୁନାନୀ, ଜିଲ୍ଲା ପରିଷଦ ସଦସ୍ୟ ଦୟାନିଧି ନାଏକ, କାଉନସିଲର କ୍ଷୀରସିନ୍ଧୁ ନାଏକ, ଶିବା ସାହୁ, ଜୟଶ୍ରୀ ଅଗ୍ରୱାଲ, ରଞ୍ଜୁକ୍ତା ପ୍ରଧାନ , ହରମଣି ଗଣ୍ଡ, ଉତ୍ପଳ ଦାସ, ଭୁବନେ ବାଗ, ପ୍ରାଣନାଥ ନାଏକ, ପ୍ରଶାନ୍ତ ଠାକୁର, ଚକ୍ର ସେଠି, ସେଖ ମୁନାବର, ଅମିତ ଯାଦବ ପ୍ରମୁଖ ଯୋଗଦେଇଥିଲେ । 

( ମ ନି ସ ) 

Related posts

୧୩୩ ତମ ମନ କି ବାତ୍ କାର୍ଯ୍ଯକ୍ରମ

Sunil Chandra Nayak

ବହଳଦା ବ୍ଲକ ୨୫ ନଂ ଜୋନର କଂଗ୍ରେସ ଦଳ ର କର୍ମକର୍ତ୍ତାମାନଙ୍କ ବୁଥ୍ ଲେବେଲ ବୈଠକ 

ଭାଜପା ର ମିଶ୍ରଣ ପର୍ବ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!