ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବିଜେଡି ଅକ୍ତିଆର ରେ ନୂଆପଡ଼ା ର ଦୁଇ ଗୋଟି ବିଧାନସଭା 

ବିଜେଡି ଅକ୍ତିଆର ରେ ନୂଆପଡ଼ା ର ଦୁଇ ଗୋଟି ବିଧାନସଭା 

ନୂଆପଡା,ନିର୍ବାଚନ କୁ ନେଇ ଅନେକ ଅଙ୍କକସା ଚାଲିଥିବା ବେଳେ ସବୁ କଳ୍ପନା ଜଳ୍ପନା ର ଅନ୍ତ ଘଟି ଶେଷରେ ନୂଆପଡ଼ାର ଦୁଇ ଗୋଟି ବିଧାନସଭା ମଣ୍ଡଳୀ କୁ ହାତେଇଛି ବିଜେଡି । ନୂଆପଡ଼ା ବିଧାନସଭା ମଣ୍ଡଳୀ ରୁ ରାଜେନ୍ଦ୍ର ପ୍ରସାଦ ଢୋଲକିଆ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ସ୍ବାଧୀନ ପ୍ରାର୍ଥୀ ଘାସିରାମ ମାଝୀଙ୍କ ଠାରୁ ୧୦୮୦୬ ଖଣ୍ଡ ଭୋଟ ରେ ବିଜୟୀ ହୋଇ ଚତୁର୍ଥ ଥର ପାଇଁ ବିଧାୟକ ହୋଇଛନ୍ତି । ତାଙ୍କର ବିଜୟ ରେ ରାଜ୍ୟ ସରକାର ଙ୍କ ବିଭିନ୍ନ ଯୋଜନାର ସଫଳ ରୂପାୟନ ର ଫଳ ସାଙ୍ଗକୁ ଦଳୀୟ କର୍ମୀ ଙ୍କ ଅକ୍ଲାନ୍ତ ପରିଶ୍ରମ ଓ ସ୍ଥାନୀୟ ଅଞ୍ଚଳବାସୀ ଙ୍କ ଭଲ ପାଇବା ହିଁ ଏକ ମାତ୍ର ଶ୍ରେୟ ବୋଲି ଶ୍ରୀ ଢୋଲକିଆ କହିଛନ୍ତି । ସେହିଭଳି ଖଡ଼ିଆଳ ନିର୍ବାଚନ ମଣ୍ଡଳୀ ରୁ ଖଡ଼ିଆଳ ର ବିଧାୟକ ଅଧୀରାଜ ମୋହନ ପାଣିଗ୍ରାହୀ ହୋଇ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ଭାରତୀୟ ଜନତା ପାର୍ଟି ର ବିଧାୟକ ପ୍ରାର୍ଥୀ ହିତେଶ ବଗର୍ତ୍ତି ଙ୍କୁ ୯୫୯୧ ଖଣ୍ଡ ଭୋଟ ରେ ହରାଇ ଦ୍ଵିତୀୟ ଥର ପାଇଁ ଖଡ଼ିଆଲ ନିର୍ବାଚନ ମଣ୍ଡଳୀରେ ବିଧାୟକ ହୋଇଛନ୍ତି । ୨୦୧୯ ରେ ସେ ନିର୍ବାଚିତ ହୋଇ କଂଗ୍ରେସ ରୁ ବିଧାୟକ ହୋଇଥିଲେ l ହେଳେ ଚଳିତ ନିର୍ବାଚନ ରେ ନିର୍ବାଚନର କିଛି ଦିନ ପୂର୍ବ ରୁ ହାତ କୁ ଛାଡି ବିଜେଡି ରେ ଯୋଗଦେଇ ଟିକେଟ ପାଇ ବିଜୟୀ ହୋଇଛନ୍ତି । ଏହି ବିଜୟ ରେ ଦ୍ୱତୀୟ ଥରପାଇଁ ତାଙ୍କୁ ବିଧାୟକ ଭାବେ ବାଛି ଥିବାରୁ ତାଙ୍କ କର୍ମକର୍ତ୍ତା ଙ୍କ ସହ ଖଡ଼ିଆଳ, ସିନାପାଲି ଓ ବୋଡ଼େନ ଅଞ୍ଚଳର ସମସ୍ତ ଜନସାଧାରଣ ଙ୍କୁ କୃତଜ୍ଞତା ସହ ଧନ୍ୟବାଦ ଦେଇଛନ୍ତି । ବିଗତ ଦିନରେ ଦେଶରେ କରୋନା ମହାମାରୀ ପାଇଁ ଦୁଇବର୍ଷ ନିଜ ଅଞ୍ଚଳ ପାଇଁ କିଛି କରିପାରିନଥିଲେ ଓ ଖଡ଼ିଆଲ ଅଞ୍ଚଳ ପାଇଁ ଅନେକ କାମ ବାକି ରହିଅଛି ତାହା ଏହି ପାଞ୍ଚବର୍ଷରେ କାର୍ଯ୍ୟ କରି ଆଗାମୀ ଦିନରେ ଖଡ଼ିଆଳ ର ଅଧୁରା ସ୍ଵପ୍ନ କୁ ପୁରା କରିବା ରେ ଉଦ୍ୟମ କରିବେ ବୋଲି ପ୍ରତିକ୍ରିୟା ଦେଇଛନ୍ତି ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ରାଜନଗର ଵିଜେପି ପକ୍ଷରୁ ସ୍ବାଧୀନତା ଦିବସ ପାଇଁ ଵିଶାଳ ତ୍ରୀରଙ୍ଗା ଶୋଭାଯାତ୍ର

masiha

ହିନ୍ଦୋଳ ନିର୍ବାଚନ ମଣ୍ଡଳୀରେ ଆମ୍ ଆଦମୀ ପାର୍ଟିର ସାଂଗଠନିକ ବୈଠକ

Sunil Chandra Nayak

ଶ୍ରୀମନ୍ତ ରଥ ହେଲେ ଚାନ୍ଦାହାଣ୍ଡି ବ୍ଲକ ଯୁବ ହିନ୍ଦୁ ମହାସଂଘ ସଭାପତି

Sunil Chandra Nayak

Leave a Comment

error: Content is protected !!