ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ରାଇରଙ୍ଗପୁରରେ ବିଜେଡି ପକ୍ଷରୁ ୨୬ ତମ ତିରୋଧାନ ଦିବସ ପାଳିତ

 ମୟୂରଭଞ୍ଜ -୧୭/୪ (ମସିହା) ଆଜି ଉତ୍କଳମାତାର ସୁଯୋଗ୍ୟ ସନ୍ତାନ,ମହାନ ସ୍ବାଧୀନତା ଗ୍ରାମୀଣ,ଦୁର୍ଦ୍ଧର୍ଷ ପାଇଲଟ, ବିଶିଷ୍ଟ ଶିଳ୍ପପତି,ନବ ଓଡ଼ିଶାର ବିନ୍ଧାଣି,ଦୂରଦ୍ରଷ୍ଟୀ,ସ୍ଵାଭିମାନୀ, ତ୍ରିସ୍ତରୀୟ ପଞ୍ଚାୟତ ରାଜ ବ୍ୟବସ୍ଥା ଏବଂ ମହିଳା ସଶକ୍ତିକରଣ ର ପ୍ରବର୍ତ୍ତକ, ଇଣ୍ଡୋନେସିଆର ଭୂମିପୁତ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ମହାନ ଜନ ନାୟକ ବିଜୁ ପଟ୍ଟନାୟକଙ୍କ ୨୬ ତମ ତିରୋଧାନ ଦିଵସ ।ତାଙ୍କରି ସ୍ମରଣାର୍ଥୈ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ବିଜେଡି ଆନୁକୁଲ୍ୟରେ ମୟୂରଭଞ୍ଜ (୨) ଜିଲ୍ଲା ବିଜେଡ଼ି ସଭପତି ଶ୍ରୀ କାଶୀନାଥ ହେମ୍ବ୍ରମ ଙ୍କ ନେତୃତ୍ବରେ ଏହି ତିରୋଧାନ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଦଳୀୟ ନେତୃବୃନ୍ଦ ସମସ୍ତେ ବିଜୁପଟନାୟକଙ୍କ ଛକରେ ପହଞ୍ଚି ତାଙ୍କ ପୂର୍ଣାୟମ ମୂର୍ତ୍ତିୟେ ପୁଷ୍ପମାଲ୍ୟ ଅର୍ପଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ବିଜୁପଟ୍ଟନାୟକ ସଂଘର୍ଷମୟ ଜୀବନ,ତ୍ୟାଗ ,ଓଡ଼ିଆ ଓ ଦେଶ ପ୍ରୀତି ଉପରେ ନେତୃବୃନ୍ଦ ଆଲୋକପାତ କରିଥିଲେ । ତାଙ୍କରି ସମୟରେ ପାରାଦୀପ ବନ୍ଦର ,ସୁନାବେଡ଼ା ମିଗ୍ ବିମାନ କାରଖାନା, ରାଉରକେଲା ଷ୍ଟିଲ ପ୍ଲାଣ୍ଟ,କୃଷି ବିଶ୍ବ ବିଦ୍ୟାଳୟ,ସୈନିକ ସ୍କୁଲ,ଏକ୍ସପ୍ରେସ ହାଇଓ୍ବେ ସମେତ ମୟୂରଭଞ୍ଜ ଜିଲ୍ଲା ତଥା ରାଇରଙ୍ଗପୁର ଅଂଚଳର ସୁଲାଇପାଟରେ ଖଡଖାଈ ନଦୀବନ୍ଧ ପ୍ରକଳ୍ପ ପ୍ରତିଷ୍ଠା ହୋଇଥିଲା । ତାଙ୍କ ଉପରେଯେତେ ଲେଖିଲେ ବି ଖାତା ସରିନି କି ଯେତେ କହିଲେ ବି କଥା ସରିବନି ।ଦଳୀୟ କର୍ମୀଙ୍କ ଦ୍ବାରା ବିଜୁ ପଟ୍ଟନାୟକ ଅମର ରହେ;ବିଜେଡି ଜିଦାବାଦ ନାରାରେ ପ୍ରକମ୍ପିତ ହୋଇଥିଲା ବିଜୁପଟ୍ଟନାୟକ ଛକ ।ପରେ ଦଳୀୟ ନେତୃବୃନ୍ଦ ଓ କର୍ମୀ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ଯାଇ ସେଠାରେ ଡାକ୍ତରଖାନାର ସ୍ବଚ୍ଛତା ପାଇଁ ସଫେଇ କରିଥିଲେ ।କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ସାହିବା ଶୁଶିଲ ହାଁସଦା, ମୟୂରଭଞ୍ଜ (୨) ଜିଲ୍ଲା ବିଜେଡ଼ି ଯୁବ ସଭାପତି/ରାଇରଙ୍ଗପୁର ପୌରାଧ୍ଯକ୍ଷ ଅଭିଷେକ ପଟ୍ଟନାୟକ,ପୌର ଉପାଧ୍ଯକ୍ଷା ମମିତା ଚୌଧୁରୀ, ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ଯୁବ ବିଜେଡି ସଭାପତି ରାହୁଲ ଯାଦବ, ବିଜୁ ଛାତ୍ର ଜନତା ରାଜ୍ୟ ସଂପାଦକ ବିକାଶ ମହାନ୍ତ,, ଜିଲ୍ଲା ନାରୀ ନେତ୍ରୀ ତନୁଜା ମହାନ୍ତ, ସଚିନ ଦାସ,ଗ୍ରାମୀଣ ବିଜୁ ସେତୁ ଉପଦେଷ୍ଟା ରତିକାନ୍ତ ପରୀକ୍ଷା,ବିଦ୍ୟୁତ ଶକ୍ତି ଉପଦେଷ୍ଟା ଦିପ୍ତୀମାନ ବଳ,ବିଜେଡି ଜିଲ୍ଲା ଉପସଭାପତି ସୁବାଷ ମଣ୍ଡଳ, ବିଜେଡି ଜିଲ୍ଲା ଉପସଭାପତି ସ୍ବରୂପ ବେହେରା, ଅଧିବକ୍ତା ଗୌରୀ ଶଙ୍କର ଦତ୍ତ,ପଙ୍କଜ ରାଉତ, ରାଜେନ୍ଦ୍ର ମଲ୍ଲିକ,ଲାଲ ମୋହନ ବାରିକ ,ପଞ୍ଚୁ ଲୋହାର, ହରେକୃଷ୍ଣ ମଣ୍ଡଳ,ଜିଲା ପରିଷଦ ସଦସ୍ୟ ସଚିଦାନନ୍ଦ ମହାନ୍ତ,ଜିଲ୍ଲା ପରିଷଦ ସଦସ୍ୟ ପରେଶ୍ ମୁଣ୍ଡା,ଜିଲ୍ଲା ପରିଷଦ ସଦସ୍ୟା ସୂର୍ଯ୍ୟମଣି ହାଁସଦା, ରାଇରଙ୍ଗପୁର ପୌରକାଉନସିଲର ସୁକଦେବ ଵେହେରା,ଙ୍କ ସହ ଅନ୍ୟ କାଉନସିଲରଵୃନ୍ଦ, ଗୋରୁମହିଷାଣୀର ଅଭିଷେକ ( ସିତୁ) ପଟନାୟକ ଙ୍କ ସମେତ ବହୁ ବିଜେଡି ଯୁବ, ଛାତ୍ର ମହିଳା ସାମିଲ ହୋଇଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ରାଜନଗରରେ ଧୃଵଙ୍କ ବାଜିମାତ୍ କୁ ଇତିହାସ ସୃଷ୍ଟି କଲେ ବିଜେପିର ବୈଜୟନ୍ତ

masiha

ନବୀନଙ୍କ ଗୁଡ଼ ଉଇଲରେଥିବା ଧୃବ ଦ୍ଵିତୀୟ ବାର ଵିଧାୟକ ଓ ଅଂଶୁମାନ ଲୋକସଭା ପ୍ରାର୍ଥୀ

masiha

କଟକ ସଦର ମାଟିର ଶାଶ୍ଵତ ସ୍ପନ୍ଦନ ଇଂ.ପ୍ରକାଶ ଚନ୍ଦ୍ର ସେଠୀ 

masiha

Leave a Comment

error: Content is protected !!