ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଯୁଗଯାତ୍ରୀ ସାହିତ୍ୟ ସଂସଦ ତରଫରୁ ସନ୍ଥ କବି ଭୀମ ଭୋଇଙ୍କ ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି 

ମ.ରାମପୁର,୧୮/୪(ମସିହା): ଓଡ଼ିଶାର ଅନ୍ୟତମ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଯୁଗଯାତ୍ରୀ ସାହିତ୍ୟ ସଂସଦ ତରଫରୁ ଆଗାମୀ ମଇ ମାସ ପାଂଚ ତାରିଖରେ ସନ୍ଥ କବି ଭୀମଭୋଇଙ୍କ ଜୟନ୍ତୀ ମହାସମାରୋହରେ ପାଳନ କରାଯିବା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠାନ ର ସଭାପତି ପଦ୍ମଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ରେ ଅନୁଷ୍ଠିତ ହୋଇଛି । ପ୍ରଥମେ ସଂପାଦକ ହେମନ୍ତ ସାହୁ ପୂର୍ବ ବୈଠକ ର ବିବରଣୀ ସହିତ ସନ୍ଥ କବିଙ୍କ ଜୟନ୍ତୀ ପାଳନର ରୂପରେଖ ଉପସ୍ଥାପନ କରିଥିଲେ । ଏହି ବୈଠକର ଅନ୍ୟମାନଙ୍କ ମଧ୍ୟରେ କୋଷାଧ୍ୟକ୍ଷ ଉଦୟ ନାଏକ,ବରିଷ୍ଠ ସଦସ୍ୟ ହୃଦାନନ୍ଦ ସାହୁ, ସଂକୀର୍ତ୍ତନ ଘିଭେଲା,ପରମାନନ୍ଦ ବିଶି, ମାନସ ରଂଜନ ପ୍ରହରାଜ,ମଧୁସୂଦନ ସିଂହ,ନିରଞ୍ଜନ ମହାରଣା ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ସକ୍ରୀୟ ଅଂଶ ଗ୍ରହଣ କରିଥିଲେ ।

ମ.ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ 

Related posts

ବନ୍ଧୁଗାଁ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ର ସମୂହ ଛୁଟିରେ ରହି ବ୍ଲକ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ସମ୍ବୁଖରେ ଆନ୍ଦୋଳନ 

masiha

ପରିବେଶ ସୁରକ୍ଷା ପ୍ରତ୍ୟେକ ନାଗରିକର ନୈତିକ କର୍ତ୍ତବ୍ୟ

masiha

ଓଡିଶା କନିଷ୍ଠ ଶିକ୍ଷକ ସଂଘର ପ୍ରସ୍ତାବକୁ ପୁନଃ ବିଚାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଗୁହାରୀ

Sunil Chandra Nayak

Leave a Comment

error: Content is protected !!