ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କଲା ରାୟଗଡା ଏସୟୁଯେ ସାମ୍ବାଦିକ ସଙ୍ଘ , ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରିବା ମୁଖ୍ୟ ଦାବି

ରାୟଗଡା / ୨୭ /୬/ : ରାଜ୍ୟ ସାମ୍ବାଦିକ ୟୁନିଅନ ଓଡିଶା (ଏସ ୟୁ ଯେ (ଓ)ର ରାଜ୍ୟ ସଭାପତି କୈଳାଶ ଚନ୍ଦ୍ର ନାୟକଙ୍କ ନିର୍ଦ୍ଦେଶ କ୍ରମେ ଆଜି ସମଗ୍ର ରାଜ୍ୟର ପ୍ରତ୍ୟେକ ଜିଲ୍ଲାର ଏସୟୁଜେ ସାମ୍ବାଦିକ ସଂଗଠନ ପକ୍ଷରୁ ସାମ୍ବାଦିକ ମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ନିମନ୍ତେ ୧୧ଦଫା ସମ୍ବଳିତ ଦାବିପତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟ ରେ ଜିଲ୍ଲାପାଳମାନଙ୍କ ଜରିଆରେ ପ୍ରଦାନ କରାଯାଇଛି | ଏହି ପରିପ୍ରେକ୍ଷୀରେ ରାୟଗଡା ଜିଲ୍ଲା ଶାଖା ସଭାପତି ଶିବ ନାରାୟଣ ଗଉଡଙ୍କ ନେତୃତ୍ୱରେ ସଙ୍ଘ ସାଧାରଣ ସମ୍ପାଦକ ସୁବାଷ ଚନ୍ଦ୍ର ସୂର୍ଯ୍ୟ, ଉପ ସଭାପତି ସହଦେଵ ସାହୁ, ଏବଂ ଗୌରୀ ଶଙ୍କର ପଟ୍ଟନାୟକ, କମଳ ଲୋଚନ ଓ ଅନ୍ୟମାନେ ଉପସ୍ଥିତ ରହି ରାୟଗଡା ଜିଲ୍ଲାପାଳ ଶ୍ରୀମତୀ ସ୍ଵଧାଦେବ ସିଂଙ୍କୁ ୧୧ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ ପୂର୍ବକ ଦାବିଗୁଡିକ ସମ୍ବନ୍ଧରେ ଆଲୋଚନା କରିଥିଲେ | ଏହି ଦାବିପତ୍ରରେ ମହାରାଷ୍ଟ୍ର ଓ ଛତିଶଗଡ଼ ଢାଂଚାରେ କର୍ତ୍ତବ୍ୟରତ ସାମ୍ବାଦିକ ମାନଙ୍କ ନିମନ୍ତେ “ସାମ୍ବାଦିକ ସୁରକ୍ଷା ଆଇନ” ପ୍ରଣୟନ କରିବା, ରାଜ୍ୟରେ କାର୍ଯ୍ୟରତ ସମସ୍ତ ସାମ୍ବାଦିକ ମାନଙ୍କୁ ଗୋପବନ୍ଧୁ ସ୍ଵାସ୍ଥ୍ୟ ବୀମା ଯୋଜନାରେ ପ୍ରଦାନ କରାଯାଉଥିବା ୨ ଲକ୍ଷ ଟଙ୍କାର ବୀମା ରାଶି କୁ “୧୦ ଲକ୍ଷ ଟଙ୍କା” କୁ ବୃଦ୍ଧି ସହିତ ଚିକିତ୍ସାର ଯାବତୀୟ ଖର୍ଚ୍ଚ କୁ ବୀମା ଅର୍ଥ ରୁ ଭରଣା କରାଯିବା ସହ ଯେଉଁ ସାମ୍ବାଦିକ ମାନେ ୧୫ ବର୍ଷ ରୁ ଅଧିକ ଅବଧି ଧରି କାର୍ଯ୍ୟ କରିଛନ୍ତି ସେମାନେ ବିଭିନ୍ନ କାରଣରୁ ଯଥା – ରୋଗଗ୍ରସ୍ତ, ଦୁର୍ଘଟଣା ରେ ଆହତ ବା ଅକର୍ମଣ୍ୟ, ବାର୍ଦ୍ଧକ୍ୟ ଏବଂ ଅନ୍ୟାନ୍ୟ ସମସ୍ୟା ପାଇଁ କାମ କରିପାରୁ ନାହାନ୍ତି, ସେମାନଙ୍କୁ ଆଜୀବନ ସରକାରଙ୍କ ସାମ୍ବାଦିକ କଲ୍ୟାଣ ଯୋଜନାରୁ ବାଦ୍ ଦିଆ ନ ଯାଇ ସମସ୍ତ ସୁବିଧା ସୁଯୋଗ ଗୁଡିକ ପ୍ରଦାନ କରିବା, ସାମ୍ବାଦିକଟିର ଅକାଳ ବିୟୋଗରେ ତା’ର ପରିବାର କୁ ପ୍ରଦାନ କରାଯାଉଥିବା ୪ ଲକ୍ଷ ଟଙ୍କାର ସହାୟତା ରାଶି କୁ ଅତି କମରେ “୨୫ ଲକ୍ଷ ଟଙ୍କା” କୁ ବୃଦ୍ଧି କରିବା, ରାଜଧାନୀ ଭୁବନେଶ୍ୱର ଓ କଟକକୁ ଯାଉଥିବା ରାଜ୍ୟର ବିଭିନ୍ନ ଜିଲ୍ଲାର ସାମ୍ବାଦିକ ସପରିବାର ସାମୟିକ ରହଣୀ ନିମନ୍ତେ ଏକ ବହୁତଳ ବିଶିଷ୍ଟ “ସାମ୍ବାଦିକ ଅତିଥି ଭବନ” ନିର୍ମାଣ କରିବା, କାର୍ଯ୍ୟରତ ସମସ୍ତ ସାମ୍ବାଦିକଙ୍କୁ ଅତି କମରେ ମାସିକ “୧୫ ହଜାର ଟଙ୍କା ଭତ୍ତା” ଏବଂ ଅତି କମରେ ୧୫ ବର୍ଷ କାର୍ଯ୍ୟ କରି ଅବସର ନେଇଥିବା ସାମ୍ବାଦିକଙ୍କୁ “୨୦ ହଜାର ଟଙ୍କା ପେନସନ” ପ୍ରଦାନ କରିବା,ରାଜ୍ୟର ପ୍ରତ୍ୟେକ ଜିଲ୍ଲା, ସବ-ଡିଭିଜନ, ପୌରାଞ୍ଚଳ ଏବଂ ବ୍ଲକ ସଦର ମହକୁମାରେ କମ୍ପୁଟର ଏବଂ ଇଣ୍ଟରନେଟ ସହିତ ଅନ୍ୟାନ୍ୟ ସୁବିଧା ଥାଇ “ସାମ୍ବାଦିକ ପ୍ରକୋଷ୍ଠ” ନିର୍ମାଣ କରିବା, ଗତ ୫ ବର୍ଷ ଧରି ସରକାର ପ୍ରଦାନ କରି ଆସୁଥିବା ଗୋପବନ୍ଧୁ ସ୍ଵାସ୍ଥ୍ୟ ବୀମା ଓ ସାମ୍ବାଦିକ କଲ୍ୟାଣ ଯୋଜନାର କୌଣସି ନିୟମ ପରିବର୍ତ୍ତନ ନକରି ପୂର୍ବବତ ସେହି ଢାଂଚା କୁ ଅପରିବର୍ତ୍ତିତ ରଖିବା, ଗୋପବନ୍ଧୁ ସ୍ଵାସ୍ଥ୍ୟ ବୀମା ଯୋଜନା ରୁ ବାଦ ପଡିଥିବା ଅନ୍ୟ ସମସ୍ତ ସାମ୍ବାଦିକ ମାନଙ୍କୁ ଏବଂ ଗଣମାଧ୍ୟମ କାର୍ଯ୍ୟାଳୟରେ କାର୍ଯ୍ୟରତ ସମସ୍ତ ସାମ୍ବାଦିକ ଓ କର୍ମଚାରୀ ତଥା ସମସ୍ତ “ପୋର୍ଟାଲ ସାମ୍ବାଦିକ” ମାନଙ୍କୁ ଉପରୋକ୍ତ ଯୋଜନାରେ ସାମିଲ କରିବା,ରାଜ୍ୟରେ ପ୍ରେସ ଏକାଡେମୀ ଗଠନ ଏବଂ ମିଡ଼ିଆ ହାଉସ ପରିବର୍ତ୍ତେ ସରକାର ନିଜେ ସାମ୍ବାଦିକ କୁ ଅଧିସ୍ବୀକୃତି ପ୍ରଦାନ କରନ୍ତୁ ଏବଂ ଜିଲ୍ଲା,ସବ-ଡିଭିଜନ ପୌରାଞ୍ଚଳ ଓ ବ୍ଲକ ସ୍ତରରେ ବିଭିନ୍ନ ସରକାରୀ କମିଟିରେ ଏକାଧିକ ସାମ୍ବାଦିକ ମାନଙ୍କୁ ସଭ୍ୟ ଭାବେ ନିଆଯାଉ ବୋଲି ପ୍ରମୁଖ ଦାବିଗୁଡିକ ଉଲ୍ଲେଖ ରହିଛି | ରାଜ୍ୟର ସବୁ ବର୍ଗର ଲୋକଙ୍କ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ସମୟରେ ଅନେକ କଲ୍ୟାଣ ମୂଳକ ସୁବିଧା ସୁଯୋଗ ସହିତ ପ୍ରଶଂସନୀୟ ଜନ କଲ୍ୟାଣ ଯୋଜନା ମାନ ପ୍ରଣୟନ କରି ସମଗ୍ର ଦେଶରେ ନିଜର ତଥା ଓଡ଼ିଶାର ଗାରିମା ଓ ସୁନାମକୁ ଶୀର୍ଷରେ ପହଞ୍ଚାଇ ଦେଶର ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ପରିଗଣିତ ହୋଇପାରିଛନ୍ତି | ନବୀନ ସରକାରର ସମସ୍ତ କଲ୍ୟାଣକାରୀ ଯୋଜନା ଓ ସୁଶାସନ ନେଇ ଓଡ଼ିଶାର ସାମ୍ବାଦିକ ମାନେ ଖବର ପରିବେଷଣ କରି ଚାଲିଛନ୍ତି। ସଂଖ୍ୟାଧିକ ସାମ୍ବାଦିକ ଆର୍ଥିକ ଅନାଟନର ସମ୍ମୁଖୀନ ହେବା ସହ ବିଭିନ୍ନ ପ୍ରତିକୂଳ ପରିସ୍ଥିତି ରେ କାମ କରୁଛନ୍ତି। ଗଣମାଧ୍ୟମ ପ୍ରତିନିଧି ମାନେ ଖବର ସଂଗ୍ରହ ଓ ପରିବେଷଣ ବେଳେ ଅସାମାଜିକ ଏବଂ ମାଫିଆ ମାନଙ୍କ ଦ୍ଵାରା ଆକ୍ରମଣର ଶୀକାର ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଏସ ୟୁ ଯେ ସାମ୍ବାଦିକ ସଙ୍ଘ ପକ୍ଷରୁ ଉପରୋକ୍ତ ସମସ୍ତ ଦାବି ଗୁଡିକୁ ରାଜ୍ୟ ସରକାର ଅବିଳମ୍ବେ ପୂରଣ କରି ଗଣତନ୍ତ୍ରର ସୁରକ୍ଷା ପାଇଁ ଅହରହ କାର୍ଯ୍ୟ କରୁଥିବା ଗଣମାଧ୍ୟମ ପ୍ରତିନିଧି (ସାମ୍ବାଦିକ) ମାନଙ୍କ ପ୍ରତି ଉଚିତ ନ୍ୟାୟ ପ୍ରଦର୍ଶନ କରିବେ ବୋଲି ଆଶା ଓଁ ବିଶ୍ୱାସ ରହିଛି ବୋଲି ଜିଲ୍ଲା ସଭାପତି ଶ୍ରୀ ଗଉଡ ପ୍ରକାଶ କରିଛନ୍ତି |

ରାୟଗଡା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ନାରାୟଣପାଟଣା ସଦର ମହକୁମା ଠାରେ ଥିବା ଉଚ୍ଚ ବିଦ୍ୟାଳୟ ପଡ଼ିଆ ଠାରେ ବ୍ଲକ ସ୍ତରୀୟ ପରବ ୨୦୨୩ ଅନୁଷ୍ଠିତ 

masiha

ଲକ୍ଷ୍ମୀପୁର ବ୍ଲକ SHG ତାଲିମ୍ ଗୃହ ଠାରେ କୋରାପୁଟ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସସ୍ମିତା ମେଲେକାଙ୍କ ସମିକ୍ଷା ବୈଠକ

Sunil Chandra Nayak

ରାଇରଙ୍ଗପୁର ଉପଖଣ୍ଡ ପ୍ରାଣୀ ଚିକିତ୍ସାଳୟ ଅଧିନରେ ୪ ଜଣ ସହକାରୀ ପ୍ରାଣୀ ଚିକିତ୍ସକ ନିଯୁକ୍ତ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort