ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲାସ୍ତରୀୟ ବିଶ୍ଵ ନିଶା ନିବାରଣ ଦିବସ ପାଳିତ

ନବରଙ୍ଗପୁର ତା.26/06(ମସିହା) ସମଗ୍ର ବିଶ୍ଵ ରେ ପ୍ରତିବର୍ଷ ଜୁନ 26 ତାରିଖ ରେ ଆନ୍ତର୍ଜାତୀୟ ନିଶା ଓ ବେଆଇନ କାରବାର ନିବାରଣ ଦିବସ ପାଳନ କରାଯାଇ ନିଶା ନିବାରଣ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ନିରନ୍ତର ପ୍ରଚେଷ୍ଟା ଜାରିରହିଛି। ଏହ ଅବସରରେ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ତରଫରୁ ସ୍ଥାନୀୟ ମିଶନ ଶକ୍ତି ସଭା ଗୃହ ରେ ଆଜି ଅନ୍ତର୍ଜାତୀୟ ନିଶାସେବନ ଓ ବେଆଇନ ନିଶାକାରବାର ନିରୋଧ ଦିବସ ପାଳିତ ହୋଇଯାଇଛି l ଏହି ବୈଠକରେ ମୁଖ୍ୟ ଅତିଥି ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ର ପ୍ରଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ନିଜର ବକ୍ତବ୍ୟରେ ନିଶାଭ୍ୟାସ ଏକ ମାରାତ୍ମକ ରୋଗ, ଦୀର୍ଘ ଦିନ ଧରି ଏହାକୁ ସେବନ କରିବା ଦ୍ଵାର ଶାରିରିକ ଓ ମାନସିକ ସ୍ତରରେ ଏହା ଉପରେ ନିର୍ଭରଶୀଳ ହୋଇ ପଡନ୍ତି ନିଶାଗ୍ରସ୍ତ ରୋଗୀ | ତମାଖୁ, ବିଡ଼ି, ଗୁଟଖା, ସିଗାରେଟ, ଭାଙ୍ଗ, ଗଂଜେଇ, ମଦ, ଅଫିମ, ଚରସ, ବ୍ରାଉନସୁଗାର, ନରଫିନ, ଇତ୍ୟାଦି ରାସାୟନିକ ଉପାୟରେ ପ୍ରସ୍ତୁତ କରାଯାଇଥିବା ବିଭିନ୍ନ ପ୍ରକାର ନିଶା ବଟିକା ଓ ଇଞ୍ଜେକ୍ସନ ପ୍ରଭୁତି ନିଶା ସେବନ କରି ପରବର୍ତ୍ତୀ ସମୟରେ ଏହା ଉପରେ ନିର୍ଭରଶୀଳ ହୋଇ ପଡନ୍ତି |ନିଶାଗ୍ରସ୍ତ ବ୍ୟକ୍ତି ନିଜର ସ୍ୱାସ୍ଥ୍ୟ ଓ ଆର୍ଥିକ ସ୍ଥିତିକୁ ବିପନ୍ନ କରିବା ସହ ମାନସିକ ଭାରସାମ୍ୟ ହରାଇ ବିଭିନ୍ନ ପ୍ରକାର ଅସାମାଜିକ କାର୍ଯ୍ୟ ଓ ପାରିବାରିକ ବିଶୃଙ୍ଖଳା ସୃଷ୍ଟି କରିଥାଏ | ନିଶା ଭଳି ଦ୍ରବ୍ୟକୁ ବ୍ୟବହାର କରି ଆଜିକାର ଯୁବ ସମାଜ ପଥ ଭ୍ରଷ୍ଠ ହୋଇଯାଉଛନ୍ତି | ବିଶେଷ କରି କୁସଙ୍ଗରେ ପଡି ପିଲାମାନେ ନିଶା ସେବନର ଅଭ୍ୟାସକୁ ଛାଡି ପାରୁ ନାହାନ୍ତି | ତେଣୁ ଏଥିପ୍ରତି ନିଜେ ସଚେତନ ହୋଇ ନିଶା ଠାରୁ ଦୁରେଇ ରହିବା ସହ ଅନ୍ୟମାନଙ୍କୁ ମଧ୍ୟ ଦୁରେଇ ରଖିବା ଓ ସମାଜକୁ ଦିଗଦର୍ଶନ ଦେବା ପାଇଁ ସଚେତନତା ସୃଷ୍ଟି କରିବା ସହିତ ଏକ ନିଶା ମୁକ୍ତ ଓ ସୁସ୍ଥ ସମାଜ ଗଠନରେ ଆଗେଇ ଆସିବା ପାଇଁ ଜିଲ୍ଲାପାଳ ଡଃ ମିଶ୍ର ଆହ୍ଵାନ ଦେଇଥିଲେ। ଏହି ଅବସରରେ ବିଶ୍ଵ ନିଶା ଓ ବେଆଇନ କାରବାର ନିରାକରଣ ସମ୍ପର୍କରେ ସମସ୍ତେ ମିଳିମିଶି ଆମ ରାଜ୍ୟ କୁ ନିଶା ମୁକ୍ତ କରିବା ପାଇଁ ଦୃଢ଼ ସଂକଳ୍ପ ନେବା ପାଇଁ ଜିଲ୍ଲାପାଳ ଙ୍କ ଦ୍ଵାରା ବୈଠକରେ ସମସ୍ତ ଙ୍କୁ ସପଥ ପାଠ କରାଯାଇଥିଲା। ଜିଲ୍ଲା ଅବକାରୀ ନିରୀକ୍ଷକ ଗଙ୍ଗାଧର ପାଇକରାୟ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର, ଉପ ଆରକ୍ଷୀ ଅଧିକ୍ଷକ ପୁରୁଷୋତ୍ତମ ଭୋଇ,ଡକ୍ଟର ଶଙ୍କରଲାଲ ଜୈନ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହଳଧର ନିଆଲ, ଜିଲ୍ଲା ଭିନ୍ନକ୍ଷମ ସଂଘ ର ସଭାପତି ସୁଜିତ୍ ରଥ,ବ୍ରହ୍ମ କୁମାରୀ ର ଭଉଣୀ ରାଖୀ, ଗୀତାଞ୍ଜଳି ବୈଠକରେ ବିଶ୍ଵ ନିଶା ନିବାରଣ ଦିବସ ପାଳନ ର ତାତ୍ପର୍ଯ୍ୟ ଉପରେ ଉଲ୍ଲେଖ କରି ନିଶା ମୁକ୍ତ ସମାଜ ଗଠନ ରେ ବ୍ୟାପକ ଜନ ସଚେତନତା ସୃଷ୍ଟି କରିବା ସହିତ ଏ ଦିଗରେ ଯୁବ ପିଢି ଙ୍କ ଗୁରୁ ଦାୟିତ୍ବ ଥିବା ସମ୍ପର୍କରେ ଆଲୋକପାତ କରିଥିଲେ । ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ,ଅବକାରୀ ବିଭାଗ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର,ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଯୋସ୍ନା ରାଣୀ ପାତ୍ର ପରିଚାଳନା କରିଥିଲା ବେଳେ ଆଶା କିରଣ ର ଅଧ୍ୟକ୍ଷ ଜଗନ୍ନାଥ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଧନଞ୍ଜୟ ରାଓ,ଜିଲ୍ଲା ଅବକାରୀ,ପୋଲିସ ବିଭାଗ, ସ୍ୱାସ୍ଥ୍ୟ ଓ ସାମାଜିକ ସୁରକ୍ଷା ବିଭାଗର ଅଧିକାରୀ ପ୍ରମୁଖ ଯୋଗଦେଇ ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଇଦ -ଉଲ -ଫିଦର ପର୍ବପାଇଁ ଚଳଚଞ୍ଚଳ ମୂଳିସିଂ ଓ ବିରିତୋଳ ପଞ୍ଚାୟତ 

Sunil Chandra Nayak

ଏନଏସି ୱାର୍ଡ ଅଫିସର ଚୟନରେ ଅନିୟମିତତା ଅଭିଯୋଗ

Sunil Chandra Nayak

Indian Railways Extends Weekly Special Trains for Diwali and Puja Rush

Sunil Chandra Nayak

Leave a Comment

error: Content is protected !!