ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାଇବର ଠକେଇରୁ ସୁରକ୍ଷା ନେଇ ସଚେତନତା କାର୍ଯ୍ୟକ୍ରମ

ସାଇବର ଠକେଇରୁ ସୁରକ୍ଷା ନେଇ ସଚେତନତା କାର୍ଯ୍ୟକ୍ରମ 

ଡାବୁଗାଁ, ୯/୧୦ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ରେ ନବରଙ୍ଗପୁର ଜିଲା ପୋଲିସ ପକ୍ଷରୁ ସାଇବର କ୍ରାଇମ ରୁ ସୁରକ୍ଷା ନେଇ ଏକ ସଚେତନତା କାର୍ଯ୍ୟକ୍ରମ ସୋମବାର ଅନୁଷ୍ଠିତ ହୋଇଯାଇଛି | ପ୍ରଥମେ ସାଇବର ସୁରକ୍ଷା ରଥକୁ ଡାବୁଗାଁ ରେ ପୋଲିସ ଓ ଗ୍ରାମବାସୀ ସ୍ଵାଗତ ସମ୍ବର୍ଦ୍ଧନା କରାଯାଇଥିଲା | ପରେ ଥାନା ପରିସରରୁ ଏକ ଶୋଭାଯାତ୍ରାରେ ରଥ କୁ ନିଆଯାଇ ସହର ପରିକ୍ରମା କରି ଡାବୁଗାଁ ସରକାରୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଠାରେ ପହଞ୍ଚିଥିଲା | ସେଠାରେ ସଭା କରାଯାଇ ସାଇବର ସୁରକ୍ଷା ନେଇ ସଚେତନ କରଯାଇଥିଲା | ଏଥିରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପ୍ରଶାନ୍ତ କୁମାର ପଟ୍ଟନାୟକ, ତହସିଲଦାର କୃଷ୍ଣଚନ୍ଦ୍ର ଦାଶ, ବିଡିଓ ଶରତ ମାଝି, ବ୍ଲକ ଉପାଧ୍ୟକ୍ଷ ସଦାନନ୍ଦ ନାୟକ, ଜିଲା ପରିଷଦ ସଭ୍ୟ ଗୁପ୍ତ ବିଶୋଇ, ସାଂସଦ ପ୍ରତିନିଧି ଏମ୍. ଆପ୍ପା ରାଓ, ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ମିଶ୍ର, ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖା ପରିଚାଳକ ନୀତିଶ ସ୍ଵାଇଁ, ଡେପୁଟି ରେଞ୍ଜର ସୁକୁମାର ଦୁଖୁ, ପ୍ରଧାନଶିକ୍ଷକ ପ୍ରଭାସ ଚନ୍ଦ୍ର ରାୟ ପ୍ରମୁଖ ମଞ୍ଚାସୀନ ଥିଲେ | ଏଥିରେ ପୋଲିସ ବିଭାଗର ସାଇବର ଏକ୍ସପୋର୍ଟ ଉମାକାନ୍ତ ସାହୁ ସାଇବର କ୍ରାଇମ ଉପରେ ପ୍ରାଞ୍ଜଳ ଭାବେ ବୁଝାଇଥିଲେ | ସାଇବର ଠକେଇରୁ ରକ୍ଷା ପାଇବା ପାଇଁ ଓଟିପି ସେୟାର ନକରିବା, କଠିନ ପାସୱାର୍ଡ ବ୍ୟବହାର କରିବା, ନିଜର ପାସୱାର୍ଡ କାହାକୁ ନଦେବା, ବିଳମ୍ବିତ ରାତ୍ରିରେ ଅଜଣା ବ୍ୟକ୍ତି ଙ୍କ ଭିଡିଓ କଲକୁ ନଉଠାଇବା ଆଦି ପରାମର୍ଶ ଦେଇଥିଲେ | ଏଥିସହ ଛାତ୍ରୀଛାତ୍ର ଙ୍କୁ ବିଭିନ୍ନ ପ୍ରଶ୍ନ ପଚାରି ସଠିକ ଉତ୍ତର ଦେଇଥିବା ଛାତ୍ରୀଛାତ୍ର ପଦ୍ମାବତୀ ନାୟକ, ପୁନମ ମିଶ୍ର ଓ ଜି. ବିନ୍ଦୁ ସାଗର ଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା | ଶେଷରେ ବିଦ୍ୟାଳୟର ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା | ଅପରାହ୍ନରେ ଡାବୁଗାଁ ଭୈରବ ମହାବିଦ୍ୟାଳୟରେ ସାଇବର ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା | ସନ୍ଧ୍ୟାରେ ଡାବୁଗାଁ ବଜାରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି | ଏଥିରେ ଡାବୁଗାଁ ଥାନା ଆଇଆଇସି ସୁନୀଲ କୁମାର ପ୍ରଧାନ, ସବଇନିସ୍ପେକ୍ଟର ବିଜୁରାମ ବାଗ ଓ ଚନ୍ଦନ ସାହୁ, ଏଏସଆଇ ଶିଶିର କାନ୍ତ ଘୋଷ, ସିମାଞ୍ଚଳ ମହାରଣା, ପୋଲିସ କର୍ମଚାରୀ ମାନେ, ଅଙ୍ଗନୱାଡି କର୍ମୀ, ବିଦ୍ୟାଳୟର ସମସ୍ତ ଶିକ୍ଷୟତ୍ରୀ ଶିକ୍ଷକ ଓ ଛାତ୍ରୀଛାତ୍ର ମାନେ ଯୋଗ ଦେଇଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ତରାପୁର ଠାରେ କୋଶଲା ମାଳୀ ସମାଜ ବାର୍ଷିକ ସାଧାରଣ ବୈଠକ 

masiha

ରାଜ୍ୟସ୍ତରୀୟ ଓଡ଼ିଆ ଭାଷା ସମ୍ପାନ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ଧର୍ମଗଡ ସହରରେ ରେ ସିସିଟିଭି ସର୍ବେକ୍ଷଣ ବ୍ୟବସ୍ଥା ସ୍ଥାପନ ନିମନ୍ତେ ପଶ୍ଚିମ ଓଡିଶା ବିକାଶ ପରିଷଦ ତରଫରୁ ୩୨.୫୪ ଲକ୍ଷ ଟଙ୍କା ମଞ୍ଜୁର

Sunil Chandra Nayak

Leave a Comment

error: Content is protected !!