ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିଶିଗନ୍ଧା ଭାଷା ପ୍ରତିଷ୍ଠାନର କବିତା ପାଠୋତ୍ସବ ଓ ଆଲୋଚନାଚକ୍ର

ବ୍ୟୁରୋ ନିଉଜ //; ନିଶିଗନ୍ଧା ସାହିତ୍ଯ ସଂସଦ ପକ୍ଷରୁ ଖୋର୍ଦ୍ଧାଠାରେ ପୂର୍ବାହ୍ଣ ୯ଟା ସମୟରେ ରାଜ୍ଯସ୍ତରୀୟ ଉତ୍କଳ ଦିବସ ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ବିଧାୟକ ଶ୍ରୀ ରାଜେନ୍ଦ୍ର ସାହୁ, ଶ୍ରୀ ନରେନ୍ଦ୍ର ପୃ୍ଷ୍ଟି, ଅନୁଷ୍ଠାନର ପ୍ରତିଷ୍ଠାତା ଶ୍ରୀ ବଳରାମ ତରାଇ, ଡ. ରଶ୍ମୀ କର, ଶ୍ରୀ ବଂଶୀଧର ଦାଶ ପ୍ରମୁଖ ବିଶିଷ୍ଟ ବ୍ଯକ୍ତି ଗଡ ଖୋର୍ଦ୍ଧାସ୍ଥିତ ଉତ୍କଳର ବରପୁତ୍ର ବକ୍ସି ଜଗବନ୍ଧୁ, ଜୟୀ ରାଜଗୁରୁ, ପିଣ୍ଡିକି ବାହୁବଳେନ୍ଦ୍ର, ମାଧବଚନ୍ଦ୍ର ରାଉତରାୟ ଓ କୃତ୍ତିବାସ ପାଟଶାଣୀଙ୍କ ପ୍ରତିମୂର୍ତ୍ତୀରେ ମାଲ୍ଯାର୍ପଣ କରିଥିଲେ । ଏହାପରେ ସ୍ଥାନୀୟ ମା’ ମଙ୍ଗଳା ମନ୍ଦିରରେ ଆୟୋଜିତ ସମାରୋହରେ ବନ୍ଦେ ଉତ୍କଳ ଜନନୀ ସଂଗୀତ ଗାନ, କବିତା ପାଠୋତ୍ସବ, ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଉକ୍ତ ଉତ୍ସବରେ ପଞ୍ଜାବ ନ୍ଯାସନାଲ୍ ବ୍ଯାଙ୍କ ଡିଜିଏମ୍ ଶ୍ରୀ ବିଭୁ ପଦାରବିନ୍ଦ ଦାସ ମୁଖ୍ଯ ଅତିଥି, ଶ୍ରୀ ଗୋପାଳକୃଷ୍ଣ ଦାସ ମୁଖ୍ଯବକ୍ତା, ଶ୍ରୀ ବିକ୍ରମ କେଶରୀ ଚମ୍ପତି ଓ ଶ୍ରୀ ରୋହିତ ନାରାୟଣ ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଶିକ୍ଷାବିତ୍ ସସ୍ମିତା ପଟ୍ଟନାୟକ ( ମହଳା ମହାବିଦ୍ଯାଳୟ), ଶ୍ରୀଯୁକ୍ତ ତରାଇ, ଉପସଭାପତି ଡ. କର, କାର୍ଯ୍ଯକାରୀ ସମ୍ପାଦକ ଶ୍ରୀ ଦାସ ଏହି ସମାରୋହରେ ବିଶିଷ୍ଚ ଅତିଥି ଭାବେ ଉପସ୍ଥିତ ଥିବାବେଳେ ପ୍ରତିଷ୍ଠାତା ଆଗାମୀ ତା ୧୩.୦୪.୨୦୨୩ ରିଖରେ ଜୟଦେବ ଭବନ ଓ ତା ୨୭.୦୪. ୨୦୨୩ରିଖରେ ହାଟବରଡିସ୍ଥିତ ଶ୍ରୀ ଶ୍ରୀ ହନୁମାନ ମନ୍ଦିରର ଆୟୋଜିତ ହେବାକୁ ଥିବା ପ୍ରଥମ ବାର୍ଷିକ ମହୋତ୍ସବରେ କବିତା ପାଠୋତ୍ସବ ଓ ଆଲୋଚନାଚକ୍ରକୁ ସମସ୍ତଙ୍କୁ ସାଦର ନିମନ୍ତ୍ରଣ କରିଥିଲେ । ସଭାରେ ଉପସ୍ଥିତ ରହି ସାଫଲ୍ଯ ମଣ୍ଡିତ କରିଥିବାରୁ ଶେଷରେ ସମସ୍ତଙ୍କୁ ଧନ୍ଯବାଦ ଅର୍ପଣ କରାଯାଇଥିଲା ।

ମସିହା ନିଉଜ ସର୍ଭିସ୍ 

Related posts

ସରାଗୁଡାରେ ପୋଲ ଭଙ୍ଗା ଦିବସ 

masiha

ଭେଷଜ ରମ୍ଭାବତୀ ମହାବିଦ୍ୟାଳୟରେ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦଘାଟିତ

masiha

ନବରଙ୍ଗପୁର ମହାବିଦ୍ୟାଳୟ ସ୍ମାର୍ଟ ଶ୍ରେଣୀ ଗୃହ ଠାରେ ଆର୍ଥିକ ସାକ୍ଷରତା ଉପରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ, ଯୋଗଦେଲେ ଆରବିଆଇ ଜିଏମ

Sunil Chandra Nayak

Leave a Comment

error: Content is protected !!