ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବାଲିପଶି ଗାଁ ରେ ଘଟିଛି ଏମିତି ଏକ ଅଭାବନୀୟ ଘଟଣା ଯାହା କି କେହି କେବେ କଳ୍ପନା କରିନଥିଲେ । ନିଖୋଜ ର ୭ମାସ ପରେ ଉଦ୍ଧାର ହେଲା ନିଖୋଜ ବ୍ୟକ୍ତି ଙ୍କ କଙ୍କାଳ।,ସୂଚନା ମୁତାବକ ବାରାହା ଶିକାର ପାଇଁ ବିଛା ଯାଇଥିବା ବିଦୂତ ତାର ଲାଗି ହୋଇଥିଲା ତାଙ୍କର ମୃତ୍ୟୁ।,ମୃତ୍ୟୁ ପରେ ପ୍ରମାଣ ନଷ୍ଟ ପାଇଁ ତରବରିଆ ଭାବେ ପୋତି ଦେଇଥିବା ସ୍ୱୀକାର କଲେ ୨ ଶିକାରୀ |ନିଖୋଜ ବ୍ୟକ୍ତି ଜଣକ ହେଉଛନ୍ତି ସାଆନ୍ଦା ବାଲିପଶି ଗ୍ରାମର ସନାତନ ବେହେରା |ସୂଚନା ଅନୁସାରେ ୭ ମାସ ତଳୁ ସନାତନ ଗାଁ ପାଖ ପୋଖରୀ କୁ ଶୌଚ ପାଇଁ ଯାଇ ନିଖୋଜ ଥିଲେ| ତେବେ ଏ ନେଇ ପରିବାର ପକ୍ଷରୁ ଥାନା ରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ କୌଣସି ସନ୍ଧାନ ପାଇ ନଥିଲା |ତେବେ କିଛି ଦିନ ପୂର୍ବରୁ କେନ୍ଦୁପଶି ଗ୍ରାମ ର ସଞ୍ଜୟ ଦେହୁରୀ ଓ ବାଲିପଶି ଗ୍ରାମ ର ପିଲୁ ସେଠି, ବନ୍ୟଜନ୍ତୁ ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ଲାଗି ସନାତନ ଙ୍କ ମୃତ୍ୟୁ ହୋଇଥିବା ବେଳେ,ସେମାନେ ତାଙ୍କ ମୃତ ଦେହ ଏକ ନାଳ ରେ ଗାତ ଖୋଳି ପୋତି ଦେଇଥିବା ତାଙ୍କ ପରିବାର ଲୋକଙ୍କୁ କହିଥିଲେ । ଏନେଇ ରିନା ବେହେରା ପୁନର୍ବାର ଥାନାରେ ଏମାନଙ୍କ ନାମରେ ଏତେଲା ଦେଇଥିଲେ। ଏତେଲା ପରେ ଦୁଇ ଅଭିଯୁକ୍ତ ଙ୍କୁ ପୋଲିସ ଥାନାରେ ଅଟକ ରଖି ପଚରା ଉଚରା କରିଥଲା । ପରେ ୨ ଅଭିଯୁକ୍ତ ବିଛାଇଥିବା ବିଦ୍ବୁତ ତାରରେ ଫସି ସନାତନ ମରିଯିବା ପରେ ତାକୁ ନାଳ ନିକଟରେ ପୋତି ଦେଇଥିବାର କଥା ସ୍ବୁକାର କରିଥିଲେ। ତେବେ ଆଜି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଅଭୁଯୁକ୍ତକୁ ନେଇ ପୋତାଯାଇଥିବା ଯାଗା ଚିହ୍ନଟ କରାଇଥିଲା । ଏବଂ ସାଇଣ୍ଟିଫିକ୍ ଟିମ ଯରିଆରେ ଖୋଳାଯାଇ କଙ୍କାଳ ଗୁଡିକ ଜବତ କରି ଅଧିକ ତଦନ୍ତ ଯାରି ରହିଛି। କମାକ୍ଷନାଗାର ଏସ୍ଡ଼ିପିଓ ରଞ୍ଜନ କୁମାର ଦେଓ, ପରଜଙ୍ଗ ତହସିଲଦାରଙ୍କଙ୍କ ଉପସ୍ଥିତ ରେ ସାଇଣ୍ଟିଫିକ ଘଟଣାସ୍ଥଳରେ ପହଂଚି ମୃତ କଙ୍କାଳ ଜବତ କରିଛି । ଏହି ଘଟଣାରେ ପ୍ରାଥମିକ ସ୍ଥରରେ ୩ ଜଣ ସାମିଲ ଥିବା ଏସଡିପିଓ ସୂଚନା ଦେଇଛନ୍ତି |ସେପଟେ ଦୁଇ ଅଭିଯୁକ୍ତ ସଞ୍ଜୟ ଦେହୁରୀ ଓ ପିଲୁ ସେଠି ଙ୍କୁ ପୋଲିସ ଥାନାରେ ଅଟକ ରଖିଥିବା ବେଳେ ଅନ୍ୟ ଜଣେ ଫେରାର ଅଛି। ପୋଲିସର ଅଧିକ ତଦନ୍ତ ଜାରି ରଖିଥିବା କହିଛନ୍ତି ଏସ୍ଡ଼ିପିଓ ରଞ୍ଜନ କୁମାର ଦେଓ ।
ଢେଙ୍କାନାଳ ସଦର ରୁ ତାପସଦାସ ଙ୍କ ରିପୋର୍ଟ