ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଣପୁର ଗୋଦାବରୀଶ ମହାବିଦ୍ୟାଳୟର ହୀରକ ଜୟନ୍ତୀ ପାଳନ ନିମନ୍ତେ ପୁରାତନ ଛାତ୍ର ସ°ଘର ସାଧାରଣ ପରିଷଦ ବୈଠକ

ବାଣପୁର:-ଖୋର୍ଦ୍ଧା ଜିଲ୍ଲା ବାଣପୁର ଗୋଦାବରୀଶ ମହାବିଦ୍ୟାଳୟ ର ୧୯୬୩ – ୨୦୨୩ ମସିହା ହୀରକ ଜୟନ୍ତୀ ପାଳନ ନିମନ୍ତେ ପୁରାତନ ଛାତ୍ର ସ°ଘର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଏହି ଅବସରରେ ଗୋଦାବରୀଶ ବିଦ୍ୟାଳୟର ପୁରାତନ ଛାତ୍ର ସଂଘର ଅଧ୍ୟକ୍ଷ ପୂର୍ବତନ ମନ୍ତ୍ରୀ ଡ଼ାକ୍ତର ଦେବେନ୍ଦ୍ର ନାଥ ମାନସିଂହ ଅଧ୍ୟକ୍ଷତାରେ ଉକ୍ତ ସଭା ଅନୁଷ୍ଠିତ ହୋଇଥିଲା। ମଞ୍ଛାସିନ ଅତିଥି ଭାବରେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ମିଟୁ ନାୟକ, ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ, ଗୋଦାବରୀଶ ମହା ବିଦ୍ୟାଳୟ ଅଧ୍ୟକ୍ଷ ବିନାୟକ ହୋତା, ବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ନୃସିଂହ ଚରଣ ପ୍ରଦାନ, ପୂର୍ବତନ ଆଇଏଫ୍ଏସ୍ ଅଫିସର ଆଶୁତୋଷ ସାମନ୍ତ ସିଂହାର, ବିଦ୍ୟାଳୟର ପ୍ରଫେସର ଲକ୍ଷ୍ମୀ ପ୍ରସାଦ ମିଶ୍ର ଅତିଥି ଭାବରେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ। ଆସନ୍ତା ଜୁଲାଇ ୨୬ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଥିବା ଗୋଦାବରୀଶ ମହାବିଦ୍ୟାଳୟ ର ୧୯୬୩ – ୨୦୨୩ ମସିହା ହୀରକ ଜୟନ୍ତୀ କିପରି ଭାବରେ ହେଇ ପାରିବ ସେ ଉପରେ ଆଲୋଚନା କରିଥିଲେ। ଆଜିର ପୁରାତନ ଛାତ୍ର ମାନଙ୍କୁ ଏକତ୍ରିତ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଆଗାମୀ ଦିନରେ ଗୋଦାବରୀଶ ମହା ବିଦ୍ୟାଳୟର କିପରି ଉନ୍ନତି ହେଇ ପାରିବ ଏଥି ପାଇଁ ବିଦ୍ୟାଳୟର ପୁରାତନ ଛାତ୍ର ମାନଙ୍କ ଅବଦାନ ନିହାତି ଆବଶ୍ୟକ ରହିଛି ବିଦ୍ୟାଳୟ ପକ୍ଷରୁ ସେଥିପାଇଁ ପୁରାତନ ଛାତ୍ର ସଂଘ ଗଠନ କରାଯାଇଛି। ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା କିଛି ଜଣ ପୁରାତନ ଛାତ୍ର ଛାତ୍ରୀ ବିଦ୍ୟାଳୟର ପରିସରରେ ଆୟୋଜିତ ସାଧାରଣ ପରିଷଦ ବୈଠକ କାର୍ଯ୍ୟକ୍ରମରେ ଯୋଗଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ପୁରାତନ ଛାତ୍ର ସଂଘର କିଛି ସଦସ୍ୟ ସହଯୋଗ କରିଥିଲେ। ସୂଚନା ଥାଉକି ମଞ୍ଛାସିନ ଥିବା ସମସ୍ତ ଅତିଥି ଗୋଦାବରୀଶ ମହା ବିଦ୍ୟାଳୟର ପୁରାତନ ଛାତ୍ର ଅଟନ୍ତି।।

ଖୋର୍ଦ୍ଧା ଜିଲ୍ଲା ପ୍ରତିନିଧି ରାକେଶ ସାହୁଙ୍କ ରିପୋର୍ଟ ମସୀହା ନିୟୁଜ

Related posts

ଆଧ୍ୟାତ୍ମିକ ପର୍ଯ୍ୟଟନର ପ୍ରକୃଷ୍ଟ ଭିତ୍ତିଭୂମି ପଞ୍ଚମ ଡଙ୍ଗରଗଡ଼ ମହୋତ୍ସବ ଉଦଯାପିତ  ପଦ୍ମଶ୍ରୀ ପଟ୍ଟାଏତ ସାହୁଙ୍କୁ ଡଙ୍ଗରପୁରୁଷ ସମ୍ମାନ 

Sunil Chandra Nayak

ସୂଚନା ଅଧିକାର ଆଇନର ବ୍ଯବହାର ବ୍ୟାପକ ହେଉ — ଗୌତମ ରାୟ

Sunil Chandra Nayak

ପୋଖରୀରୁ ପାଣି ଶୁଖାଇବାକୁ କେନ୍ଦ୍ର କରି ଗ୍ରାମରେ ଉତ୍ତେଜନା 

masiha

Leave a Comment

error: Content is protected !!