ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶୁଣିଲାନି ପ୍ରଶାସନ ଶେଷରେ ଅଣ୍ଟା ଭିଡିଲେ ଗ୍ରାମବାସୀ, ନିଜସ୍ୱ ଉଦ୍ୟମରେ ନାଳରେ ଉପରେ ନିର୍ମାଣ କଲେ ଏକ ଅସ୍ଥାୟୀ କାଠ ପୋଲ

ଶୁଣିଲାନି ପ୍ରଶାସନ ଶେଷରେ ଅଣ୍ଟା ଭିଡିଲେ ଗ୍ରାମବାସୀ, ନିଜସ୍ୱ ଉଦ୍ୟମରେ ନାଳରେ ଉପରେ ନିର୍ମାଣ କଲେ ଏକ ଅସ୍ଥାୟୀ କାଠ ପୋଲ

ଥୁଆମୂଳ ରାମପୁର: ୨୦/୦୫ – (ମସିହା):- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ଏହି ବ୍ଳକ ହେଉଛି ଆଦିବାସୀ ଅଧ୍ୟୁଷିତ ଅନୁନ୍ନତ ଅଞ୍ଚଳ ଭାବରେ ଜଣାଶୁଣା l ଏବେ ମଧ୍ୟ ଏହି ବ୍ଲକ୍ ଅବହେଳିତ ନିଷ୍ପେସିତ ଅବସ୍ଥାରେ ରହିଛି। ବ୍ଲକ୍ ର ଅନେକ ଗ୍ରାମପଞ୍ଚାୟତର ଗ୍ରାମ ମାନଙ୍କରେ ଗମନାଗମନ ସୁବିଧା ନଥିବା ଯୋଗୁଁ ଲୋକ ସଧାରଣ ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ଅଛନ୍ତି lଉକ୍ତ ବ୍ଲକରେ ବସବାସ କରୁଥିବା ନିରୀହ ଅଞ୍ଚଳବାସୀଙ୍କ ନିକଟକୁ ସରକାରଙ୍କର ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ପହଞ୍ଚିବା ସେମାନଙ୍କ ପାଇଁ ସାତସପନ ପାଲଟିଛି। ଯାହାଫଳରେ ଅଞ୍ଚଳର ଲୋକେ ଅତି ଦୟନୀୟ ଅବସ୍ଥାରେ ଜୀବନ ଜୀବିକା ନିର୍ବାହ କରୁଛନ୍ତି।ଏପରିପ୍ରେକ୍ଷୀରେ ଏକ ଖବର ସାମ୍ନାରେ ଆସି ପହଞ୍ଚି ବ୍ଲକ ଅଧିନରେ ଥିବା କାଣିଗୁମା ପଞ୍ଚାୟତ ନିକଟସ୍ଥ ଫୁଲଡୁମେର ଗ୍ରାମରୁ l ଏହି ଗ୍ରାମଟି ରହିଛି ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଠାରୁ ହାରାହାରି ୫ ରୁ ୭ କିମି ଦୂର ରେ ରହିଥିବା ବେଳେ ଗ୍ରାମରେ ହାରାହାରି ୩୫ ରୁ ୪୦ ଆଦିବାସୀ ସମ୍ପ୍ରଦାୟର ପରିବାର ବସବାସ କରୁଛନ୍ତି l ଏମାନଙ୍କ ଯାତାୟାତ ପାଇଁ ଗୋଟିଏ ମାତ୍ର ଭରସା ଏକ ପାଦଚଲା ବିପଦ ସଙ୍କୁଳା ରାସ୍ତା ପୁଣି ଏକ ନାଳ ରହିଛି ଫୁଲଡୁମେର ଗ୍ରାମକୁ ଯିବାପାଇଁ ସେମାନଙ୍କ ମୁଖ୍ୟ ହେଉଛି ଏହି ରାସ୍ତା l ବର୍ଷା ଚାରି ମାସ ଏମାନଙ୍କ ଯାତାୟତରେ ଏହି ନାଳ ସାଜିଥାଏ ବାଧକ। ଏହି ନାଳ ଯୋଗୁଁ ରୋଗୀ, ଗର୍ଭବତୀ ମହିଳା ଓ ସ୍କୁଲ ସହିତ ଅନ୍ୟ ଯେ କୌଣସି ସେବାରୁ ଏମାନଙ୍କପାଇଁ ସମ୍ପୁର୍ଣ୍ଣ ଭାବରେ ଠପ୍ ହୋଇଯାଏ। ସେଥିପାଇଁ ଲୋକମାନେ ବାଧ୍ୟ ହୋଇ ନିକଟରେ ଥିବା ଜଙ୍ଗଲରୁ କାଠ ଗଣ୍ଡି ଗୁଡିକ ସଂଗ୍ରହ କରି ନାଳ ଉପରେ ନିଜ ଗାଁ ର ସୁବିଧା ପାଇଁ ନିର୍ମାଣ କଲେ ଏକ କାଠ ପୋଲ l ବହୁ ଦିନରୁ ଉକ୍ତ ନାଳ ଉପରେ କଲଭର୍ଟ କିମ୍ବା ପୋଲ ନିର୍ମାଣ କରିବା ପାଇଁ ଗ୍ରାମ ପଞ୍ଚାୟତର ଅଧିକାରୀଙ୍କ ଠାରୁ ଆରମ୍ଭ କରି ବ୍ଲକ୍ ପ୍ରଶାସନଙ୍କ ପାଖରେ ଅନେକ ଥର ଜଣାଇ ଆସୁଥିଲେ ସୁଦ୍ଧା ଏହା ଉପରେ କୌଣସି ଫଳ ମିଳିପାରିଲା ନାହିଁ। ଶେଷରେ ବାଧ୍ୟହୋଇ ଗ୍ରାମବାସୀ ଅଣ୍ଟା ଭିଡି ନିଜ ଉଦ୍ୟମରେ ଅସ୍ଥାୟୀ ପୋଲ ଟିଏ ନିର୍ମାଣ କରି ଯାତାୟତ କରିବାକୁ ଅଣ୍ଟା ଭିଡିଥିବା ଯୋଗୁଁ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଘଟଣାକୁ ନେଇ ସ୍ଥାନୀୟ ସରପଞ୍ଚ ଧ୍ରୁବକାନ୍ତ ମାଝୀଙ୍କୁ ପଚାରି ବୁଝାଯାଇଥିଲା, ସରପଞ୍ଚ ପ୍ରକାଶ କରିଥିଲେ ଯେ, କୌଣସି ପ୍ରକାରରେ ମଧ୍ଯ ଆଗାମୀ ଦିନରେ ଏହାର ସ୍ଥାୟୀ ବ୍ୟବସ୍ଥା ନିଶ୍ଚିତ ଭାବରେ କରାଯିବ ନହେଲେ ଉପରିସ୍ଥ ଅଧିକାରୀଙ୍କ ସହିତ କଥାବାର୍ତ୍ତା କରି ଆଗାମୀ ଦିନରେ ଯେକୌଣସି ପ୍ରକାରେ କିଛି ପଦକ୍ଷେପ ଗ୍ରହଣ କରିବାକୁ ପଡିବ ନଚେତ ଗ୍ରାମ ପଞ୍ଚାୟତ ସ୍ତରରେ ଯାହା ସମ୍ଭବ ତାହା କରାଯିବ। ତେବେ ଆଗକୁ ଦେଖିବାକୁ ବାକିରହିଲା ଯେ ଉକ୍ତ ନାଳରେ ପୋଲ ନିର୍ମାଣ କରିବା ବ୍ୟବସ୍ଥା କରୁଛନ୍ତି କି ନାହିଁ ତାହା ଆଗକୁ ଦେଖିବାକୁ ବାକି ରହିଲା।

ଥୁଆମୁଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

କଣ ନୂଆଗୁଡା ପ୍ରାଥମିକ ବିଦ୍ୟାଳୟ  ନିର୍ମାଣ ଶେଷ ହେବନି : ଅଭିଯୋଗ କରି ଥକିଗଲେଣି ସ୍ଥନୀୟ ବାସିନ୍ଦା 

Sunil Chandra Nayak

ସେବା ପାଖୱାଡ଼ା ଉତ୍ସବ ଅବସରରେ ଜିଲ୍ଲା ସ୍ତରୀୟ ଗଣଦୌଡ 

Sunil Chandra Nayak

ପ୍ରଧାନ ଶିକ୍ଷକଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା 

masiha

Leave a Comment

error: Content is protected !!