ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଦନ୍ତା ହାତୀ ମୃତ୍ୟୁ ଘଟଣା, ଦୁଇ ଶିକାରୀ ଗିରଫ

ଫୁଲବାଣୀ ୧୬।୦୧ : ଦୁଇ ବାର୍‌ହା ଶିକାରୀ ଗିରଫ । କନ୍ଧମାଳ ଜିଲ୍ଲା କରଡ଼ା ରେଞ୍ଜରେ ଦନ୍ତା ହାତୀ ମୃତ୍ୟୁ ଘଟଣାରେ ଆକ୍ସନକୁ ଆସିଛି ବନବିଭାଗ । ଦୁଇ ଶିକାରୀଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି ।  ଗିରଫ ଦୁଇ ଜଣ ହେଲେ ଗଞ୍ଜାମ ଜିଲ୍ଲା ସୋରଡ଼ା ଅଞ୍ଚଳର ଗଙ୍ଗାଧର ବିଶୋଇ, ରାଇକିଆ ଡେଙ୍ଗାଖମନ ଗାଁର ବୁଲୁ ମଲିକ ବୋଲି ଜଣାପଡିଛି । ଖବର ଅନୁଯାୟୀ, ଜଙ୍ଗଲରେ ଏମାନେ ବାର୍‌ହା ଶିକାର ପାଇଁ ତାର ବିଛାଇଥିଲେ । ହେଲେ ଏଥିରେ ବାର୍‌ହା ବଦଳରେ ହାତୀ ଲାଗିଯିବା ଫଳରେ ମୃତ୍ୟୁ ହୋଇଛି । ପରେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲା ବନବିଭାଗ । ହାତୀ ମୃତ୍ୟୁର ସଠିକ୍‌ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରେଞ୍ଜରଙ୍କୁ ନିର୍ଦ୍ଦେଶ ଦେଇଥିଲେ ଡିଏଫ୍‌ଓ ପ୍ରଶାନ୍ତ ପଟେଲ । ରେଞ୍ଜର ବିରଞ୍ଚି ନାରାୟଣ ପଣ୍ଡା ଏକ ଟିମ୍‌ ଗଠନ କରି ବିଭିନ୍ନ ସ୍ଥାନରେ ଚଢାଉ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏବେ ଗିରଫ ପରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।

କନ୍ଧମାଳ ରୁ ଜୟ ସେନ ପରିଡା ଙ୍କ ରିପୋର୍ଟ

Related posts

ଗ୍ୟାସ ଗୋଦାମରୁ ଟଙ୍କା ଚୋରି ଘଟଣାରେ ୫ ଗିରଫ: ନବରଙ୍ଗପୁର ପୋଲିସ କୁ ମିଳିଛି ସଫଳତା 

masiha

ଭିଜିଲାନ୍ସ ଚଢ଼ଉ: ଧର୍ମଗଡ଼ ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ ପାଖରୁ ମିଳିଲା ବିପୁଳ ସମ୍ପତ୍ତି, ଚଢାଉ ଜାରି

ଅର୍ଚ୍ଚନା ନାଗଙ୍କ ଘରେ ପହଞ୍ଚିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)

Sunil Chandra Nayak

Leave a Comment

error: Content is protected !!