ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଅଜଣା ଦୁର୍ବୃତ ମାନେ ସାମ୍ବାଦିକଙ୍କ ସ୍କୁଟି ଜାଳି ଦେଲେ

ଅଜଣା ଦୁର୍ବୃତ ମାନେ ସାମ୍ବାଦିକଙ୍କ ସ୍କୁଟି ଜାଳି ଦେଲେ

ରାୟଗଡା (୦୩/୧୧/୨୩)ଦିନକୁ ଦିନ ସାମ୍ବାଦିକଙ୍କ ମାନଙ୍କ ପ୍ରତି ଅସହ୍ୟ ହୋଇ ଅସହିନଷ୍ଟନୁ, ଅମାନବୀୟ ଓ ଅକଥନୀୟ ଅତ୍ୟାଚାର ବଢ଼ିବାରେ ଲାଗିଛି। ଏହିପରି ଏକ ଅଭାବନୀୟ ଘଟଣା ଘଟିଛି ରାୟଗଡା ସହରର ଚେକଗୁଡା ରୋଡ DIC ଛକ ନିକଟରେ। ବରିଷ୍ଠ ସାମ୍ବାଦିକ ତଥା ଓଡ଼ିଶା ଡିଜିଟାଲ ମିଡିଆ ମହାସଂଘ ର ଉପସଭାପତି ଓ ଅଭିୟଂଶ ସମାଚାର ର ଜଣେ ସାମ୍ବାଦିକ ଶ୍ରୀ ଏପ୍ପିଲି ରମେଶଙ୍କ ସ୍କ୍କୁଟୀ କୁ ଭୋର ସକାଳ ସମୟରେ ପ୍ରାୟ ୦୩ ଘଣ୍ଟା ୧୦ ମିନିଟ ସମୟରେ ଅଜଣା ଦୁର୍ବୃତ ମାନେ ଜାଳି ଚମ୍ପଟ ମାରିଲେ। ସୂଚନା ଅନୁଯାୟୀ ଭୋର ସକାଳ ପ୍ରାୟ ୦୩ ଘଣ୍ଟା ୧୦ ମିନିଟ ସମୟରେ ଘର ସମ୍ମୁଖରେ ରଖାଯାଇଥିବା ନାଲି ରଙ୍ଗର ହୋଣ୍ଡା ଆକ୍ଟିବା ସ୍କୁଟି କୁ ଅଜଣା ଦୁର୍ବୁତ ଜାଳି ଦେଇ ଖସି ପଳାଇ ଗଲେ। ନିରୁପାୟ ହୋଇ ସାମ୍ବାଦିକ ଜଣକ ସ୍କ୍କୁଟି ଜଳିଯାଉଛି ଓ ଆଖପାଖ କୁ ଅଗ୍ନି ପ୍ରମାଦ ହେବ ଭାବି ଅଗ୍ନି ଶ୍ରମ ବହାନି ଡକାଇ ଥିଲେ, ଅଗ୍ନି ଶ୍ରମ ବହାନି କର୍ମଚାରୀ ମାନେ ଖବର ପାଇ ତୁରନ୍ତ ଆସି ନିଆଁ ଲିଭାଇ ଥିଲେ। ସ୍କୁଟି ଟି ପୁରା ପୋଡ଼ି ନଷ୍ଟ ହେଇ ଯାଇଥିବା ଦେଖାଦେଇଛି।

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଢେ଼ଙ୍କାନାଳ ଗଣଦୁଷ୍କର୍ମ ମାମଲା:ବନ୍ଧା ହେଲେ ଚାରି ଗଣଦୁଷ୍କର୍ମକାରୀ  

masiha

ଡକାୟତି ମାମଲାରେ ୮ଜଣଙ୍କୁ ୭ ବର୍ଷ ଜେଲ ଦଣ୍ଡାଦେଶ 

masiha

ଶିକାର ବେଳେ ମାଡ଼ିବସିଲା ବନ ବିଭାଗ: ବନ୍ଧୁକ ସହ ଦୁଇ ଗିରଫ

masiha

Leave a Comment

error: Content is protected !!