ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡ଼ାବୁଗାଁ ରେ ମୋ ଓଡିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଶୁଭାରମ୍ଭ 

ଡ଼ାବୁଗାଁ ରେ ମୋ ଓଡିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଶୁଭାରମ୍ଭ 

ଡ଼ାବୁଗାଁ, ୩/୧୧ (ମ.ନି.ସ.)- ନବରଙ୍ଗପୁର ଜିଲା ଡ଼ାବୁଗାଁ ବ୍ଲକ ସଦରମହକୁମା ସ୍ଥିତ ସରକାରୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ସଶକ୍ତ ଓଡିଶା ଗଠନ ଭିତ୍ତିଭୂମିକୁ ସୁଦୃଢ କରିବା ନିମନ୍ତେ “ମୋ ଓଡିଶା ନବୀନ ଓଡ଼ିଶା” କାର୍ଯ୍ୟକ୍ରମ ଭିଡିଓ କନଫରେନ୍ସି ମଧ୍ୟାମରେ ଶୁକ୍ରବାର ଶୁଭାରମ୍ଭ ହୋଇଯାଇଛି । ଏହି ଅବସରରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡ଼ାବୁଗାଁ ବ୍ଲକ ର ପ୍ରତ୍ୟେକ ପଞ୍ଚାୟତ ରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ୫୦ ଲକ୍ଷ ଟଙ୍କା ଲେଖାଏଁ ୧୨ ଟି ପଞ୍ଚାୟତ କୁ ୬ କୋଟି ଟଙ୍କା ର ଅନୁଦାନ ରାଶି ମଞ୍ଜୁର କରି ଘୋଷଣା କରିଛନ୍ତି । ଡାବୁଗାଁ ବ୍ଲକ ର ୧୨ ଟି ପଞ୍ଚାୟତରେ ମୋଟ ୨୨୬ ଟି ପ୍ରକଳ୍ପ କାର୍ଯ୍ୟ କରାଯିବ | ଏହା ସହିତ କେଲିଆ ଶୈବପୀଠ କୁ ରୂପାନ୍ତିକରଣ ନିମନ୍ତେ ୫ ଟି ଯୋଜନାରେ ଅନ୍ତର୍ଭୁକ୍ତ କରି ୫୦ ଲକ୍ଷ ଟଙ୍କା, ମୁଣ୍ଡି ଗୁଡା – କୁରୁପା ଗ୍ରାମ ମଧ୍ୟରେ ଥିବା ନାଳ ଉପରେ ସେତୁ ନିର୍ମାଣ ନିମନ୍ତେ ୫ କୋଟି ୫୦ ଲକ୍ଷ, ଡାବୁଗାଁ ଭୈରବ ମହାବିଦ୍ୟାଳୟର ରୁପାନ୍ତରିକରଣ ନିମନ୍ତେ ୫୦ ଲକ୍ଷ ଟଙ୍କାର ଅନୁଦାନ ରାଶି ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଥିବା ନେଇ ୫ଟି ଅଧ୍ୟକ୍ଷ ଭି. କେ ପାଣ୍ଡିୟାନ ଘୋଷଣା କରିଥିଲେ । ପରେ ଡାବୁଗାଁ ବ୍ଲକ ଅଧ୍ୟକ୍ଷା ବୀଣା ମାଝି ବ୍ଲକ ତରଫରୁ ମୁଖ୍ୟମନ୍ତ୍ରୀ ଓ ନବୀନ ଓଡିଶା ଅଧ୍ୟକ୍ଷ ଙ୍କୁ ସ୍ଵାଗତ କରିବା ସହ ଧନ୍ୟବାଦ ଦେଇଥିଲେ | ଏହି କାର୍ଯ୍ୟକ୍ରମରେ ସାଂସଦ ପ୍ରତିନିଧି ଏମ୍. ଆପ୍ପା ରାଓ, ବିଧାୟକ ପ୍ରତିନିଧି ଏମ୍. ବୁଲୁ ରାଓ, ଜିଲା ପରିଷଦ ସଭ୍ୟ ଧନସିଂ ଭତରା ଓ ଗୁପ୍ତ ବିଶୋୟୀ, ଜିଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର, ବିଡିଓ ଶରତ ମାଝି, ତହସିଲଦାର ସଦାଶିବ ଭତରା, ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ମିଶ୍ର, ଏବିଡିଓ ପଦ୍ମନାଭ ତ୍ରିପାଠୀ, ସମସ୍ତ ସରପଞ୍ଚ, ସମିତି ସଭ୍ୟା ସଭ୍ୟ, ବ୍ଲକ ର ସମସ୍ତ ଅଧିକାରୀ ଓ କର୍ମଚାରୀ ଓ ପ୍ରାୟ ୪ ହଜାରରୁ ଊର୍ଦ୍ଧ୍ଵ ଜନସାଧାରଣ ଯୋଗ ଦେଇଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଯୁବ ଗବେଷକ ମହେନ୍ଦ୍ର କୁମାର ନାୟକଙ୍କୁ ଡକ୍ଟରେଟ୍ ଉପାଧି

Sunil Chandra Nayak

ବାମନଘାଟି ବ୍ରାହ୍ମଣ ମହାସଭା ଦ୍ଵାରା ତ୍ରିନାତ୍ମକ ବିଶ୍ଵଶାନ୍ତି ମହାଯଜ୍ଞ ଆୟୋଜନ ପାଇଁ ବୈଠକ

masiha

“ଖୋଳ କରି ଚାଲି ଯିବେ ଡେପୁଟେସନଧାରୀ”ଖଣି ବିଭାଗରେ ଅଲାଜୁକ ଆଲୋକ କିଏ ?

masiha

Leave a Comment

error: Content is protected !!