ଡ଼ାବୁଗାଁ ରେ ମୋ ଓଡିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଶୁଭାରମ୍ଭ
ଡ଼ାବୁଗାଁ, ୩/୧୧ (ମ.ନି.ସ.)- ନବରଙ୍ଗପୁର ଜିଲା ଡ଼ାବୁଗାଁ ବ୍ଲକ ସଦରମହକୁମା ସ୍ଥିତ ସରକାରୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ସଶକ୍ତ ଓଡିଶା ଗଠନ ଭିତ୍ତିଭୂମିକୁ ସୁଦୃଢ କରିବା ନିମନ୍ତେ “ମୋ ଓଡିଶା ନବୀନ ଓଡ଼ିଶା” କାର୍ଯ୍ୟକ୍ରମ ଭିଡିଓ କନଫରେନ୍ସି ମଧ୍ୟାମରେ ଶୁକ୍ରବାର ଶୁଭାରମ୍ଭ ହୋଇଯାଇଛି । ଏହି ଅବସରରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡ଼ାବୁଗାଁ ବ୍ଲକ ର ପ୍ରତ୍ୟେକ ପଞ୍ଚାୟତ ରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ୫୦ ଲକ୍ଷ ଟଙ୍କା ଲେଖାଏଁ ୧୨ ଟି ପଞ୍ଚାୟତ କୁ ୬ କୋଟି ଟଙ୍କା ର ଅନୁଦାନ ରାଶି ମଞ୍ଜୁର କରି ଘୋଷଣା କରିଛନ୍ତି । ଡାବୁଗାଁ ବ୍ଲକ ର ୧୨ ଟି ପଞ୍ଚାୟତରେ ମୋଟ ୨୨୬ ଟି ପ୍ରକଳ୍ପ କାର୍ଯ୍ୟ କରାଯିବ | ଏହା ସହିତ କେଲିଆ ଶୈବପୀଠ କୁ ରୂପାନ୍ତିକରଣ ନିମନ୍ତେ ୫ ଟି ଯୋଜନାରେ ଅନ୍ତର୍ଭୁକ୍ତ କରି ୫୦ ଲକ୍ଷ ଟଙ୍କା, ମୁଣ୍ଡି ଗୁଡା – କୁରୁପା ଗ୍ରାମ ମଧ୍ୟରେ ଥିବା ନାଳ ଉପରେ ସେତୁ ନିର୍ମାଣ ନିମନ୍ତେ ୫ କୋଟି ୫୦ ଲକ୍ଷ, ଡାବୁଗାଁ ଭୈରବ ମହାବିଦ୍ୟାଳୟର ରୁପାନ୍ତରିକରଣ ନିମନ୍ତେ ୫୦ ଲକ୍ଷ ଟଙ୍କାର ଅନୁଦାନ ରାଶି ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଥିବା ନେଇ ୫ଟି ଅଧ୍ୟକ୍ଷ ଭି. କେ ପାଣ୍ଡିୟାନ ଘୋଷଣା କରିଥିଲେ । ପରେ ଡାବୁଗାଁ ବ୍ଲକ ଅଧ୍ୟକ୍ଷା ବୀଣା ମାଝି ବ୍ଲକ ତରଫରୁ ମୁଖ୍ୟମନ୍ତ୍ରୀ ଓ ନବୀନ ଓଡିଶା ଅଧ୍ୟକ୍ଷ ଙ୍କୁ ସ୍ଵାଗତ କରିବା ସହ ଧନ୍ୟବାଦ ଦେଇଥିଲେ | ଏହି କାର୍ଯ୍ୟକ୍ରମରେ ସାଂସଦ ପ୍ରତିନିଧି ଏମ୍. ଆପ୍ପା ରାଓ, ବିଧାୟକ ପ୍ରତିନିଧି ଏମ୍. ବୁଲୁ ରାଓ, ଜିଲା ପରିଷଦ ସଭ୍ୟ ଧନସିଂ ଭତରା ଓ ଗୁପ୍ତ ବିଶୋୟୀ, ଜିଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର, ବିଡିଓ ଶରତ ମାଝି, ତହସିଲଦାର ସଦାଶିବ ଭତରା, ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ମିଶ୍ର, ଏବିଡିଓ ପଦ୍ମନାଭ ତ୍ରିପାଠୀ, ସମସ୍ତ ସରପଞ୍ଚ, ସମିତି ସଭ୍ୟା ସଭ୍ୟ, ବ୍ଲକ ର ସମସ୍ତ ଅଧିକାରୀ ଓ କର୍ମଚାରୀ ଓ ପ୍ରାୟ ୪ ହଜାରରୁ ଊର୍ଦ୍ଧ୍ଵ ଜନସାଧାରଣ ଯୋଗ ଦେଇଥିଲେ |