ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ନେହୀ ମହିଳା ସମିତିର ବିଶ୍ଵ ସ୍ତନ୍ୟପାନ ଦିବସ ପାଳନ

ସ୍ନେହୀ ମହିଳା ସମିତିର ବିଶ୍ଵ ସ୍ତନ୍ୟପାନ ଦିବସ ପାଳନ

ରାଉରକେଲା, ୧/୮/୨୬. ଉତ୍କଳ ସ୍ନେହୀ ମହିଳା ସମିତି ଆନୁକୂଲ୍ୟରେ ଗୋପବନ୍ଧୁ ପାଠାଗାର ପରସରରେ ବିଶ୍ଵ ସ୍ତନ୍ୟପାନ ସପ୍ତାହ ୨୦୨୬ ମହିଳା ସମିତିର ସଭାନେତ୍ରୀ ସବିତା ସାହୁଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି। ବିଶ୍ବ ସ୍ତନ୍ୟପାନ ସପ୍ତାହ ପାଳନ କରିବା ଉଦ୍ଦେଶ୍ୟ ହେଉଛି ମା’ ମାନଙ୍କୁ ସଚେତନ କରାଇବା ଯେ, ସ୍ତନ୍ୟପାନ କରେଇବା ଦ୍ଵାରା ମା’ ଓ ଶିଶୁ ଉଭୟଙ୍କର କଣ ଉପକାର ହୁଏ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଉରକେଲା ସରକାରୀ ହସ୍ପିଟାଲର ସ୍ତ୍ରୀ ଓ ପ୍ରସୂତି ବିଭାଗର ମୁଖ୍ୟ ଡାକ୍ତର ସୁଧାରାଣୀ ପ୍ରଧାନ ଯୋଗଦେଇ ବିଶ୍ଵ ସ୍ତନ୍ୟପାନ ସପ୍ତାହର ମହତ୍ତ୍ଵ ସମ୍ପର୍କରେ ଆଲୋଚନା କରି କହିଥିଲେ – ଶିଶୁର ସ୍ଵାସ୍ଥ୍ୟ ଏବଂ ବିକାଶ ପାଇଁ ମା’ର କ୍ଷୀର ଅତ୍ୟନ୍ତ ଆବଶ୍ୟକ। ଏହା ଦ୍ବାରା ଶିଶୁର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ। ସହରର ବିଶିଷ୍ଟ ଶଲ୍ୟ ଚିକିତ୍ସକ ଡାକ୍ତର ଗୋକୁଳାନନ୍ଦ ସାହୁ ସ୍ତନ୍ୟପାନର ଉପାଦେୟତା ସମ୍ପର୍କରେ ଆଲୋଚନା କରି ଏହା କିପରି ସ୍ତନ କର୍କଟ ରୋଗରୁ ମା’ ମାନଙ୍କୁ ରକ୍ଷା କରିଥାଏ ସେ ଉପରେ କହିଥିଲେ। ସେ ଅଂଗନବାଡ଼ି କର୍ମୀମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ମଧ୍ୟ ଦେଇଥିଲେ। ନମିତା ଆଚାର୍ଯ୍ୟ ମଞ୍ଚ ପରିଚାଳନା କରିଥିଲେ ଏବଂ ପ୍ରୀତି ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ସାବିତ୍ରୀ ଦାସ, ଇନ୍ଦିରା ମହାନ୍ତି, ଜ୍ୟୋତି ମହାପାତ୍ର, ଗିତା ମିଶ୍ର, ଗିତା ସେନାପତି, ସ୍ନିଗ୍ଧା ସାମନ୍ତରାୟ, ରାଜଶ୍ରୀ ପଣ୍ଡା, ସବିତା ନନ୍ଦ, ଭାରତୀ କର,ସଲିଳା ବରାଳ, ସୁପ୍ରିୟା ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ। ଅଙ୍ଗନବାଡ଼ି କର୍ମୀ ଶାନ୍ତି କୁସୁମାଙ୍କ ନେତୃତ୍ୱରେ ଭାନୁପ୍ରିୟା ବେହେରା, ବିଜୟଲକ୍ଷ୍ମୀ ପ୍ରଧାନ,ରୋଷନୀ ମିଞ୍ଜ, ପୁଷ୍ପା ଦେବୀ,ସରୀତା ଖେସ,ରଞିତା ବାହାଲୋ,ଆର୍ଶାଲାନୀ ମୁଣ୍ଡାରୀ, ପୂଜା ମୁଣ୍ଡାରୀ, ସୋନି ସୋରେଗଂ,ବୁଧୁନୀ ମୁଣ୍ଡାରୀ,ରୁତୀନା କୁଲୁ ,ଦେବଶ୍ରୀ କାୟସ୍ତ, ସବିତା ଦାସ, ସୁନୀତା କିସାନ, ସୁମିତ୍ରା ବାଗେ,ଜ୍ବାଲିତ ଟେଟେ,ବ୍ୟାସମଣୀ ମୁଣ୍ଡାରୀ, ମମତା ବିଷୋୟୀଙ୍କ ସହ ଅନେକ ଗର୍ଭବତୀ ମହିଳାମାନେ ଯୋଗ ଦେଇଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ମାଓବାଦୀଙ୍କ ଦୁର୍ଗମ ଅଞ୍ଚଳ ରେ ଜନ ସଂପର୍କ ଶିବିର କଲେ କୋରାପୁଟ ଏସପି ଅଭିନାସ ସୋନକର 

Sunil Chandra Nayak

ଜଳଛତ୍ର ନାଁରେ ଲୋକଙ୍କ ଟଙ୍କାର ଅପବ୍ୟୟ ? ମହାନଗର ନିଗମର କାର୍ଯ୍ୟକୁ ନେଇ ଉଠିଲା ପ୍ରଶ୍ନ

ଚିଲକପୁର ବସଷ୍ଟାଣ୍ଡ ରେ ମଟର ସାଇକେଲ ଦୁର୍ଘଟଣା ୩ ଗୁରୁତର

Sunil Chandra Nayak

Leave a Comment

error: Content is protected !!