ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡ଼ଙ୍ଗରିଗୁଡା ଓ ମାଝୀଗୁଡା ହାଇସ୍କୁଲରେ ଭାଷା, ସାହିତ୍ୟ ଓ ସୃଜନଶୀଳତା ଉତ୍ସବ

ଡ଼ଙ୍ଗରିଗୁଡା ଓ ମାଝୀଗୁଡା ହାଇସ୍କୁଲରେ ଭାଷା, ସାହିତ୍ୟ ଓ ସୃଜନଶୀଳତା ଉତ୍ସବ

କୋକସରା,୧୯/୧ // କଳାହାଣ୍ଡି ଜିଲ୍ଲା କୋକସରା ବ୍ଳକ ଡଙ୍ଗରୀଗୁଡା ଇନ୍ଦ୍ରାବତୀ ସରକାରୀ ଉଚ୍ଚ ବିଦ୍ୟାଳୟ ଓ ମାଝୀଗୁଡା ମହାତ୍ମାଗାନ୍ଧୀ ଉଚ୍ଚ ବିଦ୍ୟାଳୟରେ ଭାଷା, ସାହିତ୍ୟ ଓ ସୃଜନଶୀଳତା ଉତ୍ସବ ପାଳିତ ହୋଇଛି। ଏଥିରେ ସାହିତ୍ୟ ସୃଜନୀ, ଜିଜ୍ଞାସା, କୌଶଲୀ ଓ କ୍ରୀଡ଼ାଙ୍ଗନ କ୍ଲବର ବିଭିନ୍ନ କଳାକୃତି ପ୍ରଦର୍ଶନ ହୋଇଥିଲା। ଡଙ୍ଗରୀଗୁଡାଠାରେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଲୋକନାଥ ନାଏକଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ରେଙ୍ଗାଲପାଲି ସରପଞ୍ଚ ପଦ୍ମିନୀ ପାତ୍ର ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ। ଡହଗାଁ ସରପଞ୍ଚ କୁଞ୍ଜଳତା ନାଏକ, ଅବସରପ୍ରାପ୍ତ ଖେଳ ଶିକ୍ଷକ କୃପାସିନ୍ଧୁ ପାତ୍ର, ନିହାର ରଞ୍ଜନ ମୁଣ୍ଡ, କେତନ ପାତ୍ର, ପରମେଶ୍ୱର ବାଗ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ବିଦ୍ୟାଳୟର ଶିକ୍ଷୟତ୍ରୀ ରିକସନା ପ୍ରଧାନ, ରୋଶାଲିନୀ ପାଟ୍ଟଯୋଷୀ, ଶିକ୍ଷକ କୁଳମଣି ରୋତି, ଋତୁରାଜ ଶବର, ଗୁଣନିଧି ବାଗ, ରଞ୍ଜନ ଛତ୍ରିଆ, ଅଜୟ ସରାଫ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ। ହିନ୍ଦୀ ଶିକ୍ଷକ ଗୋକୁଳାନନ୍ଦ କଲାରୀ ଧନ୍ୟବାଦ ଅର୍ପଣ କରିଥିଲେ। ସେହିପରି ମହାତ୍ମାଗାନ୍ଧୀ ଉଚ୍ଚ ବିଦ୍ୟାଳୟ ମାଝୀଗୁଡା ଠାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଦିପ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ମାମି ବାଗ ମୁଖ୍ୟ ଅତିଥି, ସ୍କୁଲ ପରିଚାଳନା କମିଟି ସଦସ୍ୟ ପଞ୍ଚକ ପୋଡ଼ ମୁଖ୍ୟବକ୍ତା, ଅରବିନ୍ଦ ପଟ୍ଟନାୟକ, ଧର୍ମରାଜ ସାହୁ, ମୁଷାପାଲି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦୟାନିଧି ଘି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ। ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀମାନେ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ।

ମସିହା ନିୟୁଜ ସର୍ଭିସ୍ 

Related posts

ହାବସପୁରୀ ଡିଜାଇନ୍ ପୁନରୁଦ୍ଧାର ପ୍ରକଳ୍ପ ଜାଲା ଏବଂ ଡୋବି ତାଲିମ୍ ସାଂସ୍କୃତିକ ସଂରକ୍ଷଣ ଏବଂ ସ୍ଥାୟୀ ଜୀବିକା ବିକାଶକୁ ବଢ଼ାଇବା ଲକ୍ଷ୍ୟ..

Sunil Chandra Nayak

ବ୍ଳକ ସ୍ତରୀୟ ଲୋକକଳା ଦଳର ତାଲିମ ଶିବିର

masiha

ସ୍ଵାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

Sunil Chandra Nayak

Leave a Comment

error: Content is protected !!