ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ: କାଶୀବାହାଲ ଠାରେ ବିଦ୍ୟାଳୟସ୍ତରୀୟ ଏକଦିବସୀୟ ଓଡ଼ିଆ ଭାଷା,ସାହିତ୍ୟ ଓ ସୃଜନଶୀଳତା ର ମହୋତ୍ସବ

ଧର୍ମଗଡ: କାଶୀବାହାଲ ଠାରେ ବିଦ୍ୟାଳୟସ୍ତରୀୟ ଏକଦିବସୀୟ ଓଡ଼ିଆ ଭାଷା,ସାହିତ୍ୟ ଓ ସୃଜନଶୀଳତା ର ମହୋତ୍ସବ

ଧର୍ମଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ଗୁରୁଜୀ ମଧୁସୂଦନ ଉଚ୍ଚ ବିଦ୍ୟାଳୟ କାଶୀବାହାଲ ଠାରେ ବିଦ୍ୟାଳୟସ୍ତରୀୟ ଏକଦିବସୀୟ ଓଡ଼ିଆ ଭାଷା,ସାହିତ୍ୟ ଓ ସୃଜନଶୀଳତା ର ମହୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁବାସ ନାଏକ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବରେ ଲଳିତ ମୋହନ ଯୋଶୀ ଯୋଗଦେଇଥିବାବେଳେ ମୁଖ୍ୟବକ୍ତା ଭାବରେ ଡମ୍ବରୁଧର ଲହଜଲ,ସମ୍ମାନିତ ଅତିଥି ଭାବରେ ସି ଆର୍ ସି ସି ରାଜେନ୍ଦ୍ର ଦୁରିଆ ଯୋଗଦାନ କରିଥିଲେ । ବିଦ୍ୟାଳୟର କ୍ରୀଡା ଶିକ୍ଷକ ଶ୍ରବଣ କୁମାର ଜାଲ ସଭାକାର୍ଯ୍ୟ ପରିଚାଳନା କରିଥିବାବେଳେ ବରିଷ୍ଠ ଶିକ୍ଷକ ଭବାନୀ ଶଙ୍କର ନେଗୀ, ସଂସ୍କୃତ ଶିକ୍ଷକ ଗୌରାଙ୍ଗ ମହାପାତ୍ର,ହିନ୍ଦୀ ଶିକ୍ଷକ ଅଶ୍ୱିନ ମୁଣ୍ଡ ଙ୍କ ସମେତ ସମସ୍ତ ଶିକ୍ଷକ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ । ସଭାକାର୍ଯ୍ୟ ପରେ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ ସାହିତ୍ୟସୃଜନୀ, କ୍ରିଡାଙ୍ଗନ, କୌଶଳୀ ଓ ଜିଜ୍ଞାସା କ୍ଲବ୍ ର ପ୍ରକଳ୍ପ ପ୍ରଦର୍ଶନ କରିଥିଲେ । ପରିଶେଷରେ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇ ପୁରସ୍କାର ବିତରଣ କରାଯାଇଥିଲା । ଶେଷରେ ବରିଷ୍ଠ ଶିକ୍ଷକ ରାଧାକାନ୍ତ ପାତ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଜିଲ୍ଲାପାଳଙ୍କ ମେଡିକାଲ କାମ ପରିଦର୍ଶନ

Sunil Chandra Nayak

ସହ ସହ ପ୍ରଧାନ ମନ୍ତ୍ରୀ ଆବାସ ଗୃହ ଅର୍ଦ୍ଧ ଖଣ୍ଡିଆ କାମ ହୋଇ ପଡି ରହିଛି ସରିବ କେବେ 

Sunil Chandra Nayak

ଅନ୍ଧାରରେ କଣ୍ଟାବାଞ୍ଜି ସହର! ସୁରକ୍ଷା ଚିନ୍ତା ବୃଦ୍ଧି ପାଉଛି 

masiha

Leave a Comment

error: Content is protected !!